Advertisment

Vastu tips: ରୋଜଗାରଠୁ ବଳି ଯାଉଛି ଖର୍ଚ୍ଚ, କରୁ ନାହାନ୍ତି ତ ଏପରି ଭୁଲ୍‌?

ଆପଣ ରୋଜଗାର ପ୍ରବଳ କରୁଛନ୍ତି। ମାତ୍ର ତାହାକୁ ସଞ୍ଚୟ କରି ପାରୁ ନାହାନ୍ତି। ରୋଜଗାରଠୁ ଖର୍ଚ୍ଚ ବଳିଯାଉଛି। ଆପଣ ଜାଣିଛନ୍ତି କି, ଘରେ ବାସ୍ତୁ ଦୋଷ ଥିଲେ କେବେ ବି ଆପଣ ଟଙ୍କା ସଞ୍ଚୟ କରି ପାରିବେନି।

author-image
Tapaswini Nayak
ଅଦ୍ୟତନ ହୋଇଛି
vastu tips

vastu tips

ଆପଣ ରୋଜଗାର ପ୍ରବଳ କରୁଛନ୍ତି। ମାତ୍ର ତାହାକୁ ସଞ୍ଚୟ କରି ପାରୁ ନାହାନ୍ତି। ରୋଜଗାରଠୁ ଖର୍ଚ୍ଚ ବଳିଯାଉଛି। ଆପଣ ଜାଣିଛନ୍ତି କି, ଘରେ ବାସ୍ତୁ ଦୋଷ ଥିଲେ କେବେ ବି ଆପଣ ଟଙ୍କା ସଞ୍ଚୟ କରି ପାରିବେନି। ତେଣୁ କେବେ ବି ଏପରି ୫ ଭୁଲ୍‌ କରନ୍ତୁ ନାହିଁ, ତୁରନ୍ତ ଏହାକୁ ସୁଧାରି ନିଅନ୍ତୁ। ଆସନ୍ତୁ, ଜାଣିବା କ’ଣ ଏହି ୫ଟି ଭୁଲ୍‌ ଯାହା ପାଇଁ ଆପଣଙ୍କୁ ଆର୍ଥିକ ଦୁର୍ଗତିର ସମ୍ମୁଖୀନ ହେବାକୁ ପଡ଼ୁଛି।

Advertisment

ଘରେ ଆଲମାରି ଥିବା ସ୍ଥାନର ଆଖପାଖରେ କେବେ କି ଝାଡ଼ୁ ରଖନ୍ତୁ ନାହିଁ। ଏପରିକି ଆଲମାରି ତଳେ କିମ୍ବା ଆଖପାଖରେ ଝାଡ଼ୁ ରଖନ୍ତୁ ନାହିଁ। ଏହାକୁ ସବୁବେଳେ ଆଲମାରିଠୁ ଦୂରରେ ରଖିବାକୁ ଚେଷ୍ଟା କରନ୍ତୁ।

ଦକ୍ଷିଣ -ପୂର୍ବ ଦିଗର ମଧ୍ୟଭାଗକୁ ଆଗ୍ନେୟ କୋଣ କୁହାଯାଇଥାଏ। ଏହି କୋଣରେ ଧନ ରଖିବା ଦ୍ୱାରା ଧନ ବଢ଼ିବା ପରିବର୍ତ୍ତେ କମିଥାଏ। ତେଣୁ ଘରେ ସଦାସର୍ବଦା ଧନକୁ ଉତ୍ତର-ପୂର୍ବ ଦିଗରେ ରଖନ୍ତୁ ।

Advertisment

ଅଧିକ ପଢ଼ନ୍ତୁ: ଘର ପାଖରେ ଲଗାଇ ଦିଅନ୍ତୁ ଏହି ୫ଟି ଗଛ; କଟିଯିବ ସବୁ ବାସ୍ତୁଦୋଷ

ଧନ ସମ୍ପର୍କୀତ ଜିନିଷ ଯେପରି ନଗଦ ଟଙ୍କା, ବ୍ୟାଙ୍କ ଖାତା, ଇନଭେଷ୍ଟମେଣ୍ଟ ଡକ୍ୟୁମେଣ୍ଟ, ବିଭିନ୍ନ ବିଲ୍‌କୁ ସର୍ବଦା ସୁରକ୍ଷିତ ଭାବେ ରଖନ୍ତୁ। ଏହାକୁ ଘରେ ଆଡ଼େସାଡେ ଫୋପାଡ଼ି ଦିଅନ୍ତୁ ନାହିଁ।

ଧନ ଥିବା ସ୍ଥାନକୁ ସବୁବେଳେ ପରିଷ୍କାର ରଖନ୍ତୁ। ଏପରି ସ୍ଥାନକୁ ଅପରିଷ୍କାର ରଖିଲେ ତଥା ଅଳିଆ ଗଦା କରି ରଖିଲେ ମା’ ଲକ୍ଷ୍ମୀଙ୍କ କୋପ ପଡ଼ିଥାଏ। ଏଥିଯୋଗୁ ଘରକୁ ଧନ ଆଗମନରେ ବାଧା ସୃଷ୍ଟି ହୋଇଥାଏ।

ଘରେ ପ୍ଲାଷ୍ଟିକ ଗଛ କିମ୍ବା କଣ୍ଟାଜାତୀୟ ଗଛ ରଖନ୍ତୁ ନାହିଁ। ଏଥିଯୋଗୁ ଘରର ଆର୍ଥିକ ସ୍ଥିତିରେ ହେଉଥିବା ଅଗ୍ରଗତି ଧିମେଇ ଯାଇଥାଏ। ଏଥିଯୋଗୁ ପରିବାର ସଦସ୍ୟଙ୍କ ସମ୍ପର୍କରେ ମଧ୍ୟ ଫାଟ ଦେଖା ଦେଇଥାଏ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ହେଉ ବା ଅଫିସରେ ସବୁଠି ମା’ ଲକ୍ଷ୍ମୀଙ୍କ ବସିଥିବା ମୁଦ୍ରାର ଫଟୋ ରଖନ୍ତୁ। ଏହାଦ୍ୱାରା ତାଙ୍କ ଦୁଇ ହାତ ଉପରକୁ ଉଠି ଆଶୀର୍ବାଦ ମୁଦ୍ରାରେ ରହିଥାଏ। ଫଳରେ ମା’ଙ୍କ ଶୁଭ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିଥାଏ ଓ ଆପଣଙ୍କ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇ ଉଠିଥାଏ।

ଅଧିକ ପଢ଼ନ୍ତୁ: ଶୋଇବା ବେଳେ କରନ୍ତୁ ନାହିଁ ଏମିତି ଭୁଲ୍, ହୋଇଯିବେ ଦରିଦ୍ର

Vastu Bichar Vastu Tips
Advertisment
Advertisment