Advertisment

Vastu Tips: ଗୃହ ପାଖରେ ଏହିସବୁ ସ୍ଥିତି ଆଣିଥାଏ ବାସ୍ତୁ ଦୋଷ

ଗୋଟେ ଗୃହକୁ ବାସ୍ତୁ ଦୋଷରୁ ମୁକ୍ତ ରଖିବାକୁ ହେଲେ ଖାଲି ଗୃହର ଅଭ୍ୟନ୍ତରୀଣ ନିୟମକୁ ଜାଣିଲେ ତାହା ଯଥେଷ୍ଟ ନୁହେଁ । ଏହାର ଆଖପାଖ ସ୍ଥିତିକୁ ମଧ୍ୟ ଅନୁଧ୍ୟାନ କରିବା ନିହାତି ଆବଶ୍ୟକ, ଯାହା ବିନା ବାସ୍ତୁ ସମ୍ପୂର୍ଣ୍ଣ ନୁହେଁ ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
This situation near the house brings Vastu fault

This situation near the house brings Vastu fault

ବାସ୍ତୁଶାସ୍ତ୍ର ଏକ ପ୍ରାଚୀନ ଏବଂ ଜନଉପଯୋଗୀ ଶାସ୍ତ୍ର  । ଆମେ ଗୃହନିର୍ମାଣର ଅନେକ ନିୟମ ମାନ ଜାଣିଲେଣି । ଆମେ ଖାଲି ଗୃହ ଭିତର କଥା ଜାଣିଲେ ଯେ ବାସ୍ତୁ ହୋଇଗଲା ତାହା ନୁହେଁ । ଗୋଟେ ଗୃହକୁ ବାସ୍ତୁ ଦୋଷରୁ ମୁକ୍ତ ରଖିବାକୁ ହେଲେ ଖାଲି ଗୃହର ଆଭ୍ୟନ୍ତରୀଣ ନିୟମକୁ ଜାଣିଲେ ତାହା ଯଥେଷ୍ଟ ନୁହେଁ । ଏଣୁ ଏହାର ଆଖପାଖ ସ୍ଥିତିକୁ ମଧ୍ୟ ଅନୁଧ୍ୟାନ କରିବା ନିହାତି ଆବଶ୍ୟକ ଯାହା ବିନା ବାସ୍ତୁ ସମ୍ପୂର୍ଣ୍ଣ ନୁହେଁ । ଏଣୁ ବାସ୍ତୁଶାସ୍ତ୍ରର ପ୍ରୟୋଗ କରି ଯଦି ଶୁଭଫଳ ପାଇବାକୁ ଚାହିଁବା ତେବେ ଉକ୍ତ ଗୃହର ପାଖରେ କ’ଣ ସବୁ ରହିଛି ତାକୁ ଆମେ ଜାଣିବା ଏବଂ ଏହାର ସୁପ୍ରଭାବ ଏବଂ କୁପ୍ରଭାବ ବିଷୟରେ ମଧ୍ୟ ଜାଣିବା ।

Advertisment

ଜୀବଜନ୍ତୁ:

ବାସ୍ତୁମତରେ ଯଦି ଗୃହପାଖରେ ଜୀବଜନ୍ତୁମାନେ ବାସ କରନ୍ତି ତେବେ ତାହାର ପ୍ରଭାବ ଗୃହବାସୀମାନଙ୍କ ଉପରେ ପଡ଼ିଥାଏ । ଏହାକୁ ବିସ୍ତାର ଭାବରେ ଜାଣିବା ।

  • ଜଙ୍ଗଲୀଜନ୍ତୁ ବାସଗୃହ ପାଖରେ ଥିଲେ ଏହା ବହୁତ ଅଶୁଭ କାରଣ କେତେବେଳେ ବି ହିଂସ୍ରଜନ୍ତୁଙ୍କ ଆକ୍ରମଣର ଶିକାର ଗୃହବାସୀ ହୋଇପାରନ୍ତି ।
  • ଯଦି ଘର ପାଖରେ ବହୁତ ବିଲୁଆ, କୋକିଶିଆଳି ବାସ କରନ୍ତି ତେବେ ଗୃହବାସୀଙ୍କ ଆର୍ଥିକ ସଙ୍କଟର କାରଣ ହୋଇଥାଏ ।
  • ଯଦି ବାସସ୍ଥାନରେ ବା ପାଖରେ ଉଇହୁଙ୍କା ଅତ୍ୟଧିକ ଥାଏ, ତେବେ ଗୃହବାସୀଙ୍କ ମାନସିକ ସ୍ଥିତ ଠିକ୍ ରୁହେନାହିଁ। ସବୁବେଳେ ବିପଦ ଆଶଙ୍କାରେ ରହିଥାନ୍ତି ।
  • ବାସସ୍ଥାନ ପାଖରେ ଯଦି ସାପ ରହୁଥାଏ ତେବେ ଆର୍ଥିକ ସ୍ଥିତି ଖରାପ ରହିଥାଏ । ଏଣୁ ଯେଉଁ ସ୍ଥାନରେ ସର୍ପହୁଙ୍କାମାନ ଅତ୍ୟଧିକ ଥାଏ ତେବେ ସେହି ଏରିଆରେ ଗୃହନିର୍ମାଣ କଲେ ଗୃହବାସୀଙ୍କ ଅନେକ କ୍ଷତି ହୋଇଥାଏ । ଏଣୁ ସର୍ପହୁଙ୍କା ସ୍ଥାନ ସଦାସର୍ବଦା ବର୍ଜନୀୟ ।
Advertisment

ଖୁଣ୍ଟ:

ଯଦି ବାସଗୃହର ଠିକ୍ ସାମ୍ନାକୁ କୌଣସି ଖୁଣ୍ଟ ଥାଏ ତେବେ ଏହା ଅଶୁଭଫଳ ଦେଇଥାଏ । ଯଦି ଏହି ପରିସ୍ଥିତି ଥାଏ ତେବେ ଅନେକ ସ୍ଥାନରେ ଦେଖାଯାଇଛି ଯେ ଏହା ଗୃହ ମଧ୍ୟରେ ମତାନ୍ତର ଏବଂ ମନାନ୍ତର ପରିସ୍ଥିତି ସୃଷ୍ଟି କରିଥାଏ ।

ପୋଲ:

ଯଦି କୌଣସି ପୋଲ ଗୃହର ପୂର୍ବ ବା ଉତ୍ତର ଦିଗରେ ହୋଇଥାଏ ତେବେ ଏହା ଗୃହପାଇଁ ଅଶୁଭ କାରଣ ଏହି ଦିଗରୁ ଆସୁଥିବା ଶୁଭଶକ୍ତି ଗୃହରେ ପ୍ରବେଶ କରିପାରେ ନାହିଁ । ଫଳରେ ଗୃହରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ । ଯଦି ଏହି ପୋଲର ସ୍ଥିତି ଗୃହର ପଶ୍ଚିମ କିମ୍ବା ଦକ୍ଷିଣ ପଟରେ ଥାଏ ତେବେ ଏହା ଶୁଭଫଳ ପ୍ରଦାନ କରିଥାଏ ।

ବଡ଼ ଆପାର୍ଟମେଣ୍ଟ:

ଏହି ଆପାର୍ଟମେଣ୍ଟର ସ୍ଥିତି ଦିଗ ଅନୁଯାୟୀ ଗୃହବାସୀଙ୍କ ଉପରେ ପ୍ରଭାବ ପକାଇଥାଏ । ଗୃହର ପୂର୍ବ କିମ୍ବା ଉତ୍ତର ଭାଗରେ ଯଦି ବଡ ବଡ ଆପାର୍ଟମେଣ୍ଟ ଆଦି ଥାଏ, ତେବେ ଏହା ଅତ୍ୟନ୍ତ ଅଶୁଭ ଏବଂ ଯଦି ଏହି ଆପାର୍ଟମେଣ୍ଟ ଗୃହର ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ଥାଏ ତେବେ ଅତ୍ୟନ୍ତ ଶୁଭ ହୋଇଥାଏ । ବିଶେଷ ଭାବରେ ଦେଖିବାକୁ ହେବ ଯେମିତି ଆପାର୍ଟମେଣ୍ଟର ଛାଇ ଗୃହ ଉପରେ ପଡ଼ୁନଥିବ । ଯଦି ଆପାର୍ଟମେଣ୍ଟର ଛାଇ ଗୃହ ଉପରେ ପଡୁଥିବ ତେବେ ଏହା ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ଥାଇ ଶୁଭଫଳ ଦେବା ପରିବର୍ତ୍ତେ ଅତ୍ୟଧିକ ଅଶୁଭ ଫଳ ଦେଇଥାଏ । ଏହି ପରିସ୍ଥିତିରେ ଗୃହର ଆଭ୍ୟନ୍ତରିଣ ବାସ୍ତୁ ଯେତେ ଠିକ୍ ଥିଲେ ବି ଗୃହବାସୀଙ୍କୁ ଏହାର ଅଶୁଭ ଫଳ ଭୋଗିବାକୁ ପଡ଼ିଥାଏ । ଏହିପରି କ୍ଷେତ୍ରରେ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ପ୍ରତିକାର କରିବା ନିହାତି ଦରକାର । ଏଣୁ ଆପଣମାନେ ଏହିପରି ସ୍ଥିତି ପ୍ରତି ଯତ୍ନବାନ ହୋଇ ଗୃହ ନିର୍ମାଣ କଲେ ଅନେକ ମାତ୍ରାରେ ବାସ୍ତୁଦୋଷକୁ ଦୁରେଇ ଦେଇ ପାରିବେ ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips Vastu Shastra
Advertisment
Advertisment