Advertisment

Vastu Tips: କେଉଁ କାରଣରୁ ଲକ୍ଷ୍ମୀଛଡ଼ା ଦୋଷ ଲାଗିଥାଏ ?

ସାବଧାନ ! ଏସବୁ କାମରୁ ନିବୃତ୍ତ ରୁହନ୍ତୁ... ନହେଲେ ଘରେ ପଡ଼ିବ ଲକ୍ଷ୍ମୀଙ୍କ କୋପଦୃଷ୍ଟି।

ଅଦ୍ୟତନ ହୋଇଛି
How To Get Blessings Of Goddess Lakshmi

follow this tips get blessings of goddess laxmi

Advertisment

ଏମିତି କେଉଁକାମ କଲେ ପ୍ରସନ୍ନ ହେବେ ମାଆ ଧନଲକ୍ଷ୍ମୀ। ଆଉ ଏମିତି କଣ ଯାହା ଦ୍ୱାରା ଲକ୍ଷ୍ମୀଛଡ଼ା ଦୋଷର କାରଣ ହୋଇପାରେ। ସାବଧାନ ! ଏସବୁ କାମରୁ ନିବୃତ୍ତ ରୁହନ୍ତୁ... ନହେଲେ ଘରେ ପଡ଼ିବ ଲକ୍ଷ୍ମୀଙ୍କ କୋପଦୃଷ୍ଟି...

Advertisment

୧-ସ୍ତ୍ରୀ, ମାଆ, ଝିଅ ବା କୌଣସି ନାରୀକୁ ଅପମାନିତ କରିବା, କଷ୍ଟ ଦେବା ଦ୍ୱାରା ଲକ୍ଷ୍ମୀଛଡ଼ା ଦୋଷ ହେଇଥାଏ। କାରଣ ଏମାନେ ହେଉଛନ୍ତି ମାଆ ଲକ୍ଷ୍ମୀଙ୍କ ପ୍ରତୀକ।

୨- ସକାଳୁ ଶୀଘ୍ର ନଉଠି ଡେରି ପର୍ଯ୍ୟନ୍ତ ଶୋଇ ରହିଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ।

୩- ଖାଦ୍ୟ ନଷ୍ଟ କଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ।

୪- ନିଜ ଖାଦ୍ୟରୁ ଗାଈ, କୁକୁର, ପଶୁ ପକ୍ଷୀଙ୍କୁ ଖାଦ୍ୟ ପ୍ରଦାନ ନକଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ।

Advertisment

ଅଧିକ ପଢ଼ନ୍ତୁ: ପିଲାମାନେ କେଉଁ ଦିଗକୁ ମୁହଁ କରି ପଢ଼ିଲେ ମିଳିବ ପଜିଟିଭ୍ ଏନର୍ଜି, ଜାଣନ୍ତୁ...

୫- ଗୃହରେ ଅଇଁଠା ବାସନ ରାତିରେ ପକାଇ ରଖିଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ।

୬- ମହାପ୍ରସାଦ, ତୁଳସୀ, ଶଙ୍ଖ, ବିଗ୍ରହ, ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କୁ ପାଦରେ ସ୍ପର୍ଶ କଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ।

Advertisment

୭-ରୋଷେଇ ପରେ ଭଗବାନଙ୍କୁ ଅର୍ପଣ ନକରି ସେବନ କଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ।

୮-ନିଜର ମାଆ, ବାପା, ସ୍ତ୍ରୀଙ୍କୁ ହତାଦର କରିବା ସହିତ ଘରୁ ତଡ଼ିଦେଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ।

୯- ଗୁରୁ, ଗୁରୁ ପତ୍ନୀ ସମ ବ୍ୟକ୍ତି ବିଶେଷଙ୍କୁ ଅପମାନ କଲେ ଲକ୍ଷ୍ମୀଛଡ଼ା ଦୋଷ ଲାଗିଥାଏ।

(ବିଦ୍ର: ଏହା ଓଟିଭିର ନିଜସ୍ୱ ମତ ନୁହେଁ ) 

Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ