Advertisment

Vastu: ପିଲାମାନେ କେଉଁ ଦିଗକୁ ମୁହଁ କରି ପଢ଼ିଲେ ମିଳିବ ପଜିଟିଭ୍ ଏନର୍ଜି, ଜାଣନ୍ତୁ...

ବାସ୍ତୁ ନିୟମ ଅନେକ ଶୁଭଫଳ ଦେଇଥାଏ। ଏଥିରେ ବ୍ୟତିକ୍ରମ ଗୃହବାସୀଙ୍କୁ ମାନସିକ ଓ ଶାରୀରିକ ସମସ୍ୟାରେ ଘାଣ୍ଟିବା ସହ ଅନ୍ୟାନ୍ୟ ଅସୁବିଧାରେ ପକେଇ ପାରେ। ତେବେ ଚାଲନ୍ତୁ ବାସ୍ତୁକୁ ନେଇ କେତେକ ନିମୟ ଜାଣିବା ଆଉ ମାନିବା ଯାହା ଅନେକ ଲାଭ ଦେବ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Vastu Tips For Home

Some important thing of Vastu

ବାସ୍ତୁ-ଶାସ୍ତ୍ର ଏକ ଗହନ ବିଷୟ ଅଟେ। ଏହାର ବୈଜ୍ଞାନିକ ଏବଂ ଆଧ୍ୟାତ୍ମିକ ଆଧାର ମଧ୍ୟ ରହିଛି। ବାସ୍ତୁ ନିୟମକୁ ମାନିଲେ ଏହା ଆପଣଙ୍କ ପାଇଁ କଲ୍ୟାଣକାରୀ ହୋଇଥାଏ। ଗୃହବାସୀଙ୍କୁ ମାନସିକ ଓ ଶାରୀରିକ ସୁଖ ମିଳିଥାଏ। ବାସ୍ତୁର ନିୟମ ମାନିବା ଦ୍ୱାରା ମନୁଷ୍ୟକୁ ଚତୁର୍ବଗ (ଧର୍ମ, ଅର୍ଥ, କାମ, ମୋକ୍ଷ) ର ଫଳ ପ୍ରାପ୍ତି ହୋଇଥାଏ।

Advertisment

ତେବେ ଏହାର ବ୍ୟତିକ୍ରମ ଗୃହବାସୀଙ୍କ ପାଇଁ ବିନାଶକାରୀ ହୋଇଥାଏ। ବାସ୍ତୁ ଅନୁରୂପ ଗୃହ କିମ୍ବା ବ୍ୟବସାୟ ସ୍ଥଳୀରେ ଶାନ୍ତିର ବାତାବରଣ ରହିଥାଏ। ଏଣୁ ନାରଦ ସଂହିତାରେ ଗୃହସ୍ୱାମୀକୁ ପ୍ରତ୍ୟେକ କ୍ଷେତ୍ରରେ ଶୁଭଫଳ, ସୁଖ ସମୃଦ୍ଧି, ଐଶ୍ୱର୍ଯ୍ୟ, ଶ୍ରୀପ୍ରାପ୍ତି ଓ ସନ୍ତାନ ସୁଖ ପାଇଁ ବାସ୍ତୁର ଆବଶ୍ୟକ ରହିଛି।

ଅଧିକ ପଢ଼ନ୍ତୁ | ଲାଗି ରହୁଛି କି ଅର୍ଥାଭାବ ? ଏହିପରି ଦୂର ହେବ ଆର୍ଥିକ ସଙ୍କଟ

ଆମର ଅନେକ ପୁରାଣ ଶାସ୍ତ୍ରରେ ବାସ୍ତୁର ବିଭିନ୍ନ ଶୁଭଫଳ ପ୍ରାପ୍ତିର ନିୟମମାନ ରହିଛି। ଏହି ସବୁ ନିୟମମାନ ମଧ୍ୟରୁ ବର୍ତ୍ତମାନ ସମୟ ପାଇଁ ଯୁଗୋପଯୋଗୀ ନିୟମମାନ ବିଦ୍ୱାନ ବାସ୍ତୁଶାସ୍ତ୍ରୀମାନଙ୍କ ଦ୍ୱାରା ଚୟନ ଏବଂ ବହୁପରିକ୍ଷୀତ ମଧ୍ୟ କରାଯାଇଛି। ସେହି ନିୟମ ମଧ୍ୟରୁ କେତେକ ନିୟମ ବିଷୟରେ ଆସନ୍ତୁ ଜାଣିବା।

Advertisment

ଘରର ବାହାରେ ଥିବା ସିଢି ମୁଖ୍ୟ ଦ୍ୱାରର ସାମ୍ନାରେ ରହିବା ଉଚିତ ନୁହେଁ। ଯଦି ରୁହେ ତେବେ ପ୍ରତିକାର ସ୍ୱରୂପ ଉଚିତ ରଙ୍ଗର ସ୍ୱସ୍ତିକ ଦ୍ୱାରା ଏହି ଦୋଷ ଦୂର କରାଇବା ଆବଶ୍ୟକ। ଏଥିପାଇଁ ବାସ୍ତୁବିତ୍‌ଙ୍କ ପରାମର୍ଶରେ କରିବା ଦରକାର। ଏହା ସହିତ ସିଢିଘର ତଳେ ମୁଖ୍ୟ ଦ୍ୱାର ମଧ୍ୟ କରିବା କଥା ନୁହେଁ।

ଘରର ମୁଖ୍ୟ ଦ୍ୱାର ଅନ୍ୟ ରୁମ୍‌ର ମୁଖ୍ୟ ଦ୍ୱାର ଅପେକ୍ଷା ବଡ ହେବା ଉଚିତ। ଏହା ଦ୍ୱାରା ଘରକୁ ଯେଉଁ ସକାରାତ୍ମକ ଭର୍ଜା ପ୍ରବେଶ କରିବ ତାହା ଅଧିକ ମାତ୍ରାରେ ଆସିବ। ଏହା ସହିତ ଘର ଭିତରେ ଏହି ଭର୍ଜା ଠିକ ଭାବରେ ବିଚରଣ କରିପାରିବ। ଏହା ଦ୍ୱାରା ଗୃହବାସୀଙ୍କର ମଙ୍ଗଳ ହୋଇଥାଏ।

ନୂଆ ଗୃହରେ ପୁରୁଣା କବାଟ, ଝରକା, ବନ୍ଧ, ଲୁହା ଗ୍ରୀଲ୍‌ ଇତ୍ୟାଦି ବ୍ୟବହାର କରିବେ ନାହିଁ। ଏହା କରିବା ଦ୍ୱାରା ପୁରୁଣା ଜିନିଷର ନେଗେଟିଭ୍‌ ଏନର୍ଜି ନୂଆ ଘରେ ପ୍ରବେଶ କରିଥାଏ।

ଗୃହର ପୂର୍ବ ଏବଂ ଉତ୍ତର ଦିଗରେ ଦକ୍ଷିଣ ଏବଂ ପଶ୍ଚିମ ଦିଗ ଅପେକ୍ଷା ଅଧିକ ଖୋଲାସ୍ଥାନ ବା ଝରକା, କବାଟ ରହିବା ଶୁଭ ହୋଇଥାଏ।

ତୁଳସୀ ଏବଂ ଅନ୍ୟ ଔଷଧିୟ ଗଛ ସହ ଗୃହର ଐଶାନ୍ୟ କୋଣରେ ଶୁଭତ୍ୱ ବୃଦ୍ଧି ହୋଇଥାଏ ଏବଂ ଅଧିକ ପଜିଟିଭ୍‌ ଏନର୍ଜି ସୃଷ୍ଟି ହୋଇ ଗୃହ ମଧ୍ୟକୁ ପ୍ରବେଶ ହୋଇଥାଏ।

ଘର ମଧ୍ୟରେ କେବେବି କଣ୍ଟା ଯୁକ୍ତ ଗଛ ଲଗାଇବା ଉଚିତ ନୁହେଁ କାରଣ କଣ୍ଟାଗଛରୁ ନେଗେଟିଭ୍‌ ଏନର୍ଜି ସୃଷ୍ଟି ହୋଇ ଘର ମଧ୍ୟରେ ପ୍ରବେଶ କରିଥାଏ। ଏହାଦ୍ୱାରା ଅନେକ ବାସ୍ତୁଦୋଷ ସୃଷ୍ଟି ହୋଇଥାଏ। କଣ୍ଟାଗଛ ସବୁବେଳେ ଦୃଷ୍ଟିଗୋଚର ହେବା ଦ୍ୱାରା ମନରେ ବା ଆମ ଅବଚେତନ ମନରେ ନେଗେଟିଭ୍ ବିଚାର ସୃଷ୍ଟି ହୋଇଥାଏ।

ଦେଖାଯାଇଛି ଯେ ଗୃହରେ କଣ୍ଟା ଗଛ ଥିଲେ ଗୃହବାସୀଙ୍କ ମଧ୍ୟରେ ମତାନ୍ତର ମନାନ୍ତର ସୃଷ୍ଟି ହୋଇଥାଏ। ଯଦି ଅନ୍ୟାନ୍ୟ ବାସ୍ତୁଦୋଷ ଥାଏ ତେବେ ଏହି ମତଭେଦ ଅତି ଖରାପ ସ୍ଥିତି ସୃଷ୍ଟି କରିଥାଏ।

ଛାତ୍ରଛାତ୍ରୀମାନେ ପଢିବା ସମୟରେ ପୂର୍ବ କିମ୍ବା ଉତ୍ତର ମୁହାଁ ହୋଇ ପଢିବା ଉଚିତ। କାରଣ ଏହି ଦିଗରୁ ଆସୁଥିବା ପଜିଟିଭ୍‌ ଏନର୍ଜି ମନରେ ଏକାଗ୍ରତା ସୃଷ୍ଟି କରିଥାଏ।

Vastu Tips For Home Vastu Tips
Advertisment
Advertisment