Advertisment

Astrology: ଶନିଦଶା ପଡ଼ିଛି କି? ଦାନ କରନ୍ତୁ ଏହି ସବୁ ଜିନିଷ

ଶନିଙ୍କ ଅଶୁଭ ପ୍ରଭାବରୁ ବଞ୍ଚିବା ଓ ଶନିଦଶା ଦୂର ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଉପାୟ ରହିଛି। ଶନିଙ୍କ କୋପରୁ ବଞ୍ଚିବା ପାଇଁ ତେଲ ଦାନ ସବୁଠାରୁ ଭଲ ଉପାୟ। ହେଲେ ତେଲ ଦାନ କରିବାର କିଛିଟା ଉପାୟ ରହିଛି। ଆସନ୍ତୁ ଜାଣିବା କେଉଁ ଉପାୟ ଅବଲମ୍ବନ କରିବା ସହ ତେଲ ଦାନ କରିଲେ ଶନିଦେବଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇପାରିବେ।

ଅଦ୍ୟତନ ହୋଇଛି
Sani Deba

Sani Deba

Advertisment

ଶନି ଦେବଙ୍କୁ ନ୍ୟାୟାଧିଶ କୁହାଯାଇଥାଏ। ଶନିଙ୍କ ପ୍ରଭାବ ସବୁ ରାଶି ଉପରେ ରହିଥାଏ। ଏହାର ପ୍ରଭାବରେ କିଛି ରାଶିଙ୍କୁ ଶୁଭ ଫଳ ମିଳୁଥିବା ବେଳେ ଆଉ କିଛି ରାଶିର ବ୍ୟକ୍ତି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ବାସ୍ତୁ ଶାସ୍ତ୍ରରେ କୁହାଯାଏ, ଯେଉଁ ବ୍ୟକ୍ତି ଉପରେ ଶନି ଦଶା ପଡ଼ିଥାଏ, ସେହି ବ୍ୟକ୍ତି ବହୁତ  ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। 

Advertisment

 ତେବେ ଶନିଙ୍କ ଅଶୁଭ ପ୍ରଭାବରୁ ବଞ୍ଚିବା ଓ ଶନିଦଶା ଦୂର ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଉପାୟ ରହିଛି। ଶନିଙ୍କ କୋପରୁ ବଞ୍ଚିବା ପାଇଁ ତେଲ ଦାନ ସବୁଠାରୁ ଭଲ ଉପାୟ। ହେଲେ ତେଲ ଦାନ କରିବାର କିଛିଟା ଉପାୟ ରହିଛି। ଆସନ୍ତୁ ଜାଣିବା କେଉଁ ଉପାୟ ଅବଲମ୍ବନ କରିବା ସହ ତେଲ ଦାନ କରିଲେ ଶନିଦେବଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇପାରିବେ।

ଚମେଲି ତେଲ: ପ୍ରତି ମଙ୍ଗଳବାର ଓ ଶନିବାରରେ ଚାମେଲି ତେଲ ସହ ସିନ୍ଦୂର ହନୁମାନଙ୍କୁ ଚଢ଼ାନ୍ତୁ। ଧୂପ ଓ ଦୀପ ଜଳେଇ ହନୁମାନ ଚାଳିଶା ପାଠ କରନ୍ତୁ। ଏମିତି କରିବା ଦ୍ୱାରା ହନୁମାନଙ୍କ କୃପାରୁ ସବୁ ମନୋକାମନା ପୂରା ହୋଇଥାଏ।

Advertisment

ସୋରିଷ ତେଲ: ପ୍ରତି ଶନିବାର ସୋରିଷ ତେଲ ନେଇ ଶନିଦେବଙ୍କ ମନ୍ଦିରରେ ଚଢ଼ାନ୍ତୁ, ଦିଅନ୍ତୁ, ନଚେତ୍‌ କୌଣସି ଗରିବଙ୍କୁ ଦାନ କରି ଦିଅନ୍ତୁ। ଏପରି କରିବା ଦ୍ୱାରା ଶନିଦେବଙ୍କ କୃପା ପ୍ରାପ୍ତ ହେବ।

ରାଶି ତେଲ: ଲଗାତାର ୪୧ ଦିନ ପର୍ଯ୍ୟନ୍ତ ଅଶ୍ୱତଥ ଗଛ ମୂଳେ ରାଶି ତେଲରେ ଦୀପ ଜଳାନ୍ତୁ। ଏପରି କରିବା ଦ୍ୱାରା ଭଗବାନ୍‌ ବିଷ୍ଣୁଙ୍କ ସହ ଶନିଦେବଙ୍କ କୃପା ମିଳିବ।

Advertisment

ତେଲ ସହ ଲବଙ୍ଗ: ଧନ ସମ୍ବନ୍ଧୀୟ ଅସୁବିଧାକୁ ଦୂର କରିବାକୁ ହେଲେ ପ୍ରତି ଶନିବାର ଓ ମଙ୍ଗଳବାର ହନୁମାନଙ୍କ ପାଖରେ ସୋରିଷ ତେଲର ଦୀପ ଜଳାନ୍ତୁ। ଦୀପରେ ତେଲ ସହ ୨ଟି ଲବଙ୍ଗ ବି ପକାନ୍ତୁ। ଏଥିରେ ହନୁମାନ ଖୁବ୍‌ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି।

ତେବେ ହେତୁବାଦୀମାନେ ଏହାକୁ ଅନ୍ଧବିଶ୍ୱାସ ବୋଲି କହୁଛନ୍ତି । 

ଅଧିକ ପଢ଼ନ୍ତୁ: ପୂଜାଘରେ କରନ୍ତୁନି ଏହି ଭୁଲ; ମିଳିବନି ପୂଜାର ଫଳ, ନଷ୍ଟ ହୋଇଯିବ ସବୁ ସୁଖ-ଶାନ୍ତି....

Astrology Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ