Advertisment

Pooja Tips: ପୂଜାଘରେ କରନ୍ତୁନି ଏହି ଭୁଲ; ମିଳିବନି ପୂଜାର ଫଳ, ନଷ୍ଟ ହୋଇଯିବ ସବୁ ସୁଖ-ଶାନ୍ତି....

ଯଦି ଆପଣ ଘରେ ମନ୍ଦିରରେ ଏହି ଭୁଲ କରୁଛନ୍ତି, ତେବେ ଆପଣଙ୍କୁ ପୂଜାର ଫଳ କେବେ ମିଳିବ ନାହିଁ, ସୁଖ ଶାନ୍ତି ସବୁ ନଷ୍ଟ ହୋଇଯିବ

author-image
Sujit kumar Swain
ଅଦ୍ୟତନ ହୋଇଛି
Vastu tips

Vastu tips

ପୂଜା ଘରେ କଣ କରିବେ ? ପୂଜାଘର କେଉଁ ଦିଗରେ ହେବା ଉଚିତ ? ପୂଜାରେ କେଉଁ ଜିନିଷ ବ୍ୟବହାର କରିବେ ନାହିଁ ? ଭଗବାନଙ୍କ ମୂର୍ତ୍ତୀ କେମିତି ରହିବା ଉଚିତ୍‌ ? ଭଗବାନଙ୍କ ମୂର୍ତ୍ତୀ କେମିତି ରହିବା ଉଚିତ୍‌ ? କେଉଁ ଦେବତାଙ୍କ ମୂର୍ତ୍ତି କେମିତି ରହିବା ଉଚିତ୍‌ ? ପୂଜା ଘରେ କେମିତିକା ଫଟୋ ରଖିବେ ? କେମିତି ପୂଜା କରିବେ କରିବେ ? ଆସନ୍ତୁ ଜାଣିବା ଏସବୁ ପ୍ରଶ୍ନର ଉତ୍ତର...

Advertisment

ଭଗବାନକୁ ପୂଜା କରିବା ପାଇଁ ପ୍ରାୟତଃ ସମସ୍ତଙ୍କ ଘରେ ଏକ ପୂଜାଘର ଥାଏ । ଯାହାଦ୍ୱାରା ଭଗବାନଙ୍କୁ ପ୍ରତିଦିନ ସହଜରେ ଉପାସନା କରାଯାଇପାରିବ ଏବଂ ଘରେ ଥିବା ସକରାତ୍ମକ ଶକ୍ତି ବଜାୟ ରହିବ । କିନ୍ତୁ ଅନେକ ଥର ପୂଜାଘର ସହ ଜଡିତ ଭୁଲ୍ ଯୋଗୁଁ ଆମର ଅନେକ କ୍ଷତି ହୋଇଥାଏ । ଏହି ଭୁଲ ଯୋଗୁଁ ଭଗବାନ ମଧ୍ୟ ଅଶାନ୍ତି ହୋଇଥାନ୍ତି ବୋଲି କୁହାଯାଏ । ଯାହାଫଳରେ ପରିବାରରେ ବହୁ ଅସୁବିଧା ହୋଇଥାଏ । ଧର୍ମ,ବାସ୍ତୁ ଶାସ୍ତ୍ର ଏବଂ ଜ୍ୟୋତିଷରେ ଏପରି କିଛି ଜିନିଷ ପୂଜାଘରେ ରଖିବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ତେବେ ଆସନ୍ତୁ ଜାଣିବା ପୂଜାଘରେ କେଉଁ ଗୁରୁତ୍ୱପୂର୍ଣ୍ଣ ଜିନିଷ ସବୁବେଳେ ଧ୍ୟାନରେ ରଖିବା ଉଚିତ୍ ?

ଅଧିକ ପଢ଼ନ୍ତୁ: ସ୍ୱାମୀ-ସ୍ତ୍ରୀ ଭିତରେ ହେଉଛି କି ବାରମ୍ବାର ଝଗଡା… ମାନନ୍ତୁ ଏହି ୪ ବାସ୍ତୁଟିପ୍ସ, ହୋଇଯିବ ସବୁ ସମାଧାନ

Advertisment

ପୂଜାଘର କେଉଁ ଦିଗରେ ହେବା ଉଚିତ ?

ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ପୂଜା ସ୍ଥାନ ପାଇଁ ସଠିକ୍ ଦିଗ ଉତ୍ତର-ପୂର୍ବ (ଇଶାନ କୋଣ) ବୋଲି ବିବେଚନା କରାଯାଏ। ଏହି ଦିଗ ଦେବଗୁରୁ ବୃହସ୍ପତି ଏବଂ ଭଗବାନ ଶିବଙ୍କ ସହ ଜଡିତ, ଯିଏ ଜ୍ଞାନ ଏବଂ ଆଧ୍ୟାତ୍ମିକ ଉନ୍ନତିର ପ୍ରତୀକ। ଏହି ଦିଗରେ ପୂଜା କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତିର ପ୍ରବାହ ବଜାୟ ରହିଥାଏ ଏବଂ ଜୀବନରେ ସୁଖ ଏବଂ ସମୃଦ୍ଧି ଆସିଥାଏ। ଯଦି ଘରେ ସ୍ଥାନର ଅଭାବ ଥାଏ, ତେବେ ଉତ୍ତର କିମ୍ବା ପୂର୍ବ ଦିଗରେ ପୂଜା ସ୍ଥାନ ତିଆରି କରାଯାଇପାରିବ, କିନ୍ତୁ ଦକ୍ଷିଣ ଦିଗରେ ପୂଜାଘର କରିବା ଠିକ୍‌ ନୁହେଁ ।

କେଉଁ ଜିନିଷ ବ୍ୟବହାର କରିବେ ନାହିଁ ? 

ସନାତନ ଧର୍ମରେ ଚାଉଳକୁ ବହୁତ ଶୁଭ ବୋଲି ବିଶ୍ୱାସ କରାଯାଏ । ପୂଜା-ପାଠ ଠାରୁ ଆରମ୍ଭ କରି ପ୍ରତ୍ୟକ ଶୁଭ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । କିନ୍ତୁ ମନେ ରଖନ୍ତୁ ଯେ ପୂଜାରେ କେବେ ହେଲେ ଭଙ୍ଗା ଚାଉଳ ବ୍ୟବହାର କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ବହୁତ ଅଶୁଭ ହୋଇଥାଏ ।

ଭଗବାନଙ୍କ ମୂର୍ତ୍ତୀ କେମିତି ରହିବା ଉଚିତ୍‌ ? 

ପୂଜାଘରେ ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋକୁ ମୁହାଁମୁହିଁ ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ଘରେ କଳହ ସୃଷ୍ଟି ହୋଇଥାଏ । ଏହାସହ ଭଗବାନଙ୍କ ମୂର୍ତ୍ତୀ ସର୍ବଦା ଅଯୁଗ୍ମ ସଂଖ୍ୟା ୧,୩,୫,ଏବଂ ୭ ରହିବା ଉଚିତ । ଯୁଗ୍ମ ସଂଖ୍ୟାରେ ମୂର୍ତ୍ତି ରଖିବା ଉଚିତ ନୁହେଁ ।

ଅଧିକ ପଢ଼ନ୍ତୁ: ଏହି ବାସ୍ତୁଦୋଷ କାରଣରୁ ହୁଏ ମଧୁମେହ; ଜାଣନ୍ତୁ ପ୍ରତିକାରର ୮ଟି ଟିପ୍ସ

କେଉଁ ଦେବତାଙ୍କ ମୂର୍ତ୍ତି କେମିତି ରହିବା ଉଚିତ୍‌ ? 

ଯଦି ଘରେ ଶିବଲିଙ୍ଗ ଏବଂ ହନୁମାନ ମୂର୍ତ୍ତିଙ୍କୁ ଏକାସଙ୍ଗରେ ରଖିଛନ୍ତି ,ତେବେ ମନେରଖନ୍ତୁ ଯେ ହନୁମାନଙ୍କର ମୂର୍ତ୍ତି ଶିବଲିଙ୍ଗଠାରୁ ବଡ ହେବା ଉଚିତ ନୁହେଁ, କାରଣ ଭଗବାନ ହନୁମାନ ଶିବଙ୍କର ଏକ ଅବତାର । ସେହିପରି ଶିବଲିଙ୍ଗ ନିଜ ଆଙ୍ଗୁଠି ଠାରୁ ବଡ ରଖନ୍ତୁ ନାହିଁ । ଘରେ କେବେବି ଏହାଠାରୁ ବଡ଼ ଶିବଲିଙ୍ଗ ରଖିବା ଉଚିତ୍ ନୁହେଁ ।

ପୂଜା ଘରେ କେମିତିକା ଫଟୋ ରଖିବେ ? 

ଘରେ ଦେବତାମାନଙ୍କର ଫଟୋ କିମ୍ବା ପ୍ରତିମା ଏପରି ହେବା ଉଚିତ ଯେଉଁଥିରେ ସେମାନେ ହସୁଥିବେ। ସେମାନଙ୍କର ଉଗ୍ର ରୂପ ଫଟୋ ରଖିବା ଦ୍ୱାରା ଜୀବନରେ ଅନେକ ଅସୁବିଧା ଆସିଥାଏ ।

କେମିତି ପୂଜା କରିବେ କରିବେ ? 

ସେହିପରି ପୂଜା ଘରେ ଦୀପ ସବୁବେଳେ ଭଗବାନଙ୍କ ସାମ୍ନାରେ ରଖନ୍ତୁ । ପୂଜା କରିବା ସମୟରେ ପୂର୍ବରୁ ପୂଜାରେ ଲାଗିଥିବା ସମସ୍ତ ମଉଳିଥିବା ଫୁଲକୁ ବାହାର କରିଦେବା ଦରକାର।

Astrology Vastu Tips Dharma Aastha
Advertisment
Advertisment