Advertisment

Vastu Tips: ବାସ୍ତୁଶୋଧନ ନକରି ଗୃହନିର୍ମାଣ କଲେ ଗୃହକର୍ତ୍ତାଙ୍କୁ ଆସେ ମହାବିପତ୍ତି

ଆମେମାନେ ନିଜକୁ ଅତି ସୌଭାଗ୍ୟବାନ ଭାବିବା ଯେ, ଆମ୍ଭମାନଙ୍କ ପାଇଁ ବାସ୍ତୁଶାସ୍ତ୍ର ପରି ଏକ ମହତ୍ ଶାସ୍ତ୍ରଟିକୁ ରଚନା କରାଯାଇଛି । ଯାହାକୁ ବ୍ୟବହାର କରି ଆମ ଜୀବନ ଅତ୍ୟନ୍ତ ସୁଖମୟ ହୋଇପାରୁଛି ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
built a house without vastu instead the house owner faced great disaster

built a house without vastu instead the house owner faced great disaster

ବାସ୍ତବରେ ଆମ ମୁନିଋଷି ଏବଂ ସାଧୁ ସନ୍ଥ ମହାପୁରୁଷମାନଙ୍କ ଜୀବନ ସଦାସର୍ବଦା ପରୋପକାର ଏବଂ ଜନକଲ୍ୟାଣ ପାଇଁ ହୋଇଥାଏ । ଆମେମାନେ ନିଜକୁ ଅତି ସୌଭାଗ୍ୟବାନ ଭାବିବା ଯେ ଆମ୍ଭମାନଙ୍କ ପାଇଁ ବାସ୍ତୁଶାସ୍ତ୍ର ପରି ଏକ ମହତ୍ ଶାସ୍ତ୍ରଟିକୁ ରଚନା କରିଛନ୍ତି । ଯାହାକୁ ବ୍ୟବହାର କରି ଆମ ଜୀବନ ଅତ୍ୟନ୍ତ ସୁଖମୟ ହୋଇପାରୁଛି । ବାସ୍ତବରେ ମାନବ ଜୀବନ ପାଇଁ ତିନୋଟି ମୌଳିକ ଆବଶ୍ୟକତା ରହିଚି ତାହା ହେଉଛି, ଖାଦ୍ୟ,ବସ୍ତ୍ର ଏବଂ ବାସସ୍ଥାନ । ମନୁଷ୍ୟକୁ ଛାଡ଼ି, ପଶୁପକ୍ଷମାନଙ୍କ ପାଇଁ କେବଳ ଖାଦ୍ୟ ହିଁ ଆବଶ୍ୟକ। ଅନ୍ୟ ଦୁଇଟି ମୌଳିକ ବସ୍ତୁ ଯେମିତି ବସ୍ତ୍ର ଏବଂ ବାସସ୍ଥାନର ଆବଶ୍ୟକ ନାହିଁ । କିନ୍ତୁ ମନୁଷ୍ୟ ପାଇଁ ଖାଦ୍ୟ ସହିତ ବସ୍ତ୍ର ଏବଂ ବାସସ୍ଥାନ ମଧ୍ୟ ନିହାତି ଆବଶ୍ୟକ ।

Advertisment

ଅଧିକ ପଢ଼ନ୍ତୁ: Vastu Tips: ବାସ୍ତୁର କେତେକ ସାଧାରଣ ନିୟମ; ନ ମାନିଲେ ଆସେ ବଡ ବିପଦ

ଏଣୁ ଯେହେତୁ ମନୁଷ୍ୟ ପାଇଁ ବାସସ୍ଥାନର ଏତେ ମହତ୍ୱ ରହିଛି ତେଣୁ ଗୃହ ନିର୍ମାଣ ବେଳେ ଏହି ଗୃହ ଯେମିତି ଗୃହକର୍ତ୍ତା ଏବଂ ଗୃହନିବାସୀ ପାଇଁ ସୁଖକର ହେଉ ଏଥିପାଇଁ ବିଶେଷ ଧ୍ୟାନ ଦେବା ବହୁତ ଜରୁରୀ  । ଏଥିପାଇଁ ପ୍ରତ୍ୟେକ ବାସସ୍ଥାନ ବାସ୍ତୁଶାସ୍ତ୍ରର ଅନୁକୁଳ ହେବା ନିହାତି ଆବଶ୍ୟକ । ଗୃହ ନିର୍ମାଣରେ ବାସ୍ତୁଶାସ୍ତ୍ରର ପ୍ରତ୍ୟେକ ନିୟମକୁ ମାନିବା ଆବଶ୍ୟକ । ଅଧିକାଂଶ ଲୋକ ଯେଉଁମାନେ ବାସ୍ତୁଶାସ୍ତ୍ରକୁ ମାନନ୍ତି କିନ୍ତୁ ନିଜ ବ୍ୟବହାରକୁ ଆଣିଲାବେଳେ ନିଜକୁ ନିଜେ କହନ୍ତି ଆମର ତ ଛୋଟ ଜାଗା ଏଠି କ’ଣ ବାସ୍ତୁ କରିବା କହି ଚୁପ୍ ବସିଯାଆନ୍ତି।  ବାସ୍ତୁବିତ୍‌ଙ୍କ ପରାମର୍ଶରେ କାଳେ କିଛି ଟଙ୍କା ଖର୍ଚ୍ଚ ହୋଇଯିବ ସେଥିପାଇଁ ପରାମର୍ଶ ନନେଇ ନିଜେ ନିଜେ ବହି ପଢି, ଘରଟିକୁ ନିର୍ମାଣ କରିଦିଅନ୍ତି।

Advertisment

ଲକ୍ଷାଧିକ ଟଙ୍କ ଖର୍ଚ୍ଚ କରି ଭାରି ଖୁସି ହୁଅନ୍ତି । କେତେକ ଭାବନ୍ତି, ଆମେ ତ ଅଗ୍ନିକୋଣରେ ରୋଷେଇ ଘର କରିଛୁ ଏବଂ ଐଶାନ୍ୟ କୋଣରେ ଠାକୁର ଘର କରିଛୁ ଆଉ କ’ଣ ବାସ୍ତୁଦୋଷ ରହିଲା । ଯେତେବେଳେ ଉକ୍ତ ଘରେ କିଛି ଦିନ ବସବାସ କରନ୍ତି ଏବଂ ନାନା ସମସ୍ୟାମାନ ଉପୁଜେ ସେତେବେଳେ ଭାବନ୍ତି ଆଗରୁ ତ ଆମର ସବୁ ଠିକ୍‌ଠାକ୍ ଚାଲିଥିଲା, ଏହି ଘରକୁ ଆସିଲାପରେ ଗୃହରେ ସମସ୍ତେ ରୋଗରେ ପଡୁଛନ୍ତି । ଆର୍ଥିକ ସମସ୍ୟା ମଧ୍ୟ ଆରମ୍ଭ ହୋଇଗଲାଣି ସେତେବେଳେ ବାସ୍ତୁବିତ୍‌ଙ୍କ ପରାମର୍ଶ ପାଇଁ ମନ ବଳାନ୍ତି ।

ଏଣୁ ଆମ ମୁନିଋଷିମାନଙ୍କ ଦ୍ୱାରା ଏହି ବାସ୍ତୁଶାସ୍ତ୍ର କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ମଧ୍ୟ ଆଦୃତ ଲାଭ କରିଛି । ବାସ୍ତୁର ପ୍ରଥମ ନିୟମ ହେଉଛି ଗୃହ ନିର୍ମାଣ ପୂର୍ବରୁ ଭୂମି ଶୋଧନ କରିବା । ଆଗରୁ ଆମେ ଭୂମି ବିଷୟରେ ଜାଣିଛେ ଏବଂ ନିଜ ପାଇଁ କିପରି ଭୂମି ଚୟନ କରିବେ ତାହା ମଧ୍ୟ ଜାଣିଛେ । ଏଥିପାଇଁ ଉପଯୁକ୍ତ ଭୂମି ଚୟନ କରି ଭୂମି କ୍ରୟ କରିସାରିଲା ପରେ ଗୃହ ନିର୍ମାଣ ପୂର୍ବରୁ ଯଦି ଭୂମିକୁ ଶୋଧନ ଅର୍ଥାତ ଶୁଦ୍ଧ ନ କରି ଗୃହ ନିର୍ମାଣ କେବଳ ବାସ୍ତୁ ନିୟମରେ ନକ୍ସା କାଟି ନିର୍ମାଣ କରିଦିଅନ୍ତି, ତେବେ ଭୂମିରେ ଉତ୍ପନ ହେଉଥିବା ବାସ୍ତୁଦୋଷ ସମସ୍ତ ଗୃହବାସୀଙ୍କ ଉପରେ ପଡିଥାଏ ।

ଅଧିକ ପଢ଼ନ୍ତୁ: Vastu Tips: ଘରର ଏହି ଦିଗରେ କଳା ରଙ୍ଗ କରିଛନ୍ତି କି… ଜାଣନ୍ତୁ କେଉଁସବୁ ବିପଦର ସମ୍ମୁଖିନ ହେବାକୁ ପଡିବ

ଏଣୁ ପଞ୍ଚଗବ୍ୟ ଦ୍ୱାରା ଭୂମିକୁ ଶୋଧନ କରିବା ଏବଂ ଯଦି କିଛି ଶଲ୍ୟଦୋଷ ରହିଥାଏ, ତାହାହେଲେ ବିଧିବିଧାନର ସହିତ ଶଲ୍ୟକୁ ବାହାର କରି ନିଷ୍କ୍ରିୟ କରା ନ ଗଲେ ଅନେକ ସମସ୍ୟା ଉପୁଜିଥାଏ । ବିଳମ୍ବରେ ଶଲ୍ୟ ଜନିତ ବାସ୍ତୁ ଦୋଷକୁ ସମାଧାନ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼େ । ଏଣୁ ଆପଣମାନଙ୍କୁ ଅନୁରୋଧ ବାସ୍ତୁଶାସ୍ତ୍ରର ଜ୍ଞାନକୁ ସଠିକ୍ ଭାବରେ ଉପଯୋଗ କରି ଗୃହ ନିର୍ମାଣ କରନ୍ତୁ ଏବଂ ସୁଖ ସମୃଦ୍ଧି ଲାଭ କରନ୍ତୁ ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Tips Vastu Shastra Vastu Vichar
Advertisment
Advertisment