Advertisment

Vastu Tips: ସହରରେ ଯାଗା କିଣିବାକୁ ଯୋଜନା କରୁଛନ୍ତି କି… ଜାଣନ୍ତୁ କେଉଁଭଳି ଯାଗା କିଣିବେ…

ବାସ୍ତୁଦୋଷ ରହିଲେ ମାନବ ଶରୀରର ଚୁମ୍ବକୀୟ କ୍ଷେତ୍ର ସହିତ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ସମନ୍ୱୟ ରକ୍ଷା ହୋଇପାରେ ନାହିଁ। ଫଳରେ ଶରୀରରେ ଅନେକ ପ୍ରକାର ରୋଗ ସୃଷ୍ଟି ହୋଇଥାଏ, ମାନସିକ ଅସ୍ଥିରତା ମଧ୍ୟ ଦେଖାଦେଇଥାଏ। ତେଣୁ ଯାଗା କିଣିବା ପୂର୍ବରୁ କେଉଁ ଦିଗ ପ୍ରତି ଧ୍ୟାନ ଦେବେ, ଦେଖନ୍ତୁ…

author-image
Saroj Kumar Maharana
ଅଦ୍ୟତନ ହୋଇଛି
Vastu Tips Never buy this type of plot

Vastu Tips Never buy this type of plot

ନଗର, ଗୃହ, ବଡ଼ବଡ଼ ପ୍ରସାଦ, ମନ୍ଦିର, ବ୍ୟବସାୟ ବାଣିଜ୍ୟ ସ୍ଥାନ ଆଜି ସମସ୍ତ ନିର୍ମାଣ ବାସ୍ତୁ ବିଜ୍ଞାନର ଅନ୍ତର୍ଭୁକ୍ତ। ବାସ୍ତୁଶାସ୍ତ୍ର ପ୍ରାୟ ପାଞ୍ଚହଜାର ବର୍ଷର ପ୍ରାଚିନ ଶାସ୍ତ୍ର। ସେତେବେଳେ ବାସ୍ତୁକୁ ବିଶେଷ କରି ରାଜା, ମହାରାଜା ଆଦି ଉଚ୍ଚ ବର୍ଗର ଲୋକମାନେ ବ୍ୟବହାର କରୁଥିଲେ। କିନ୍ତୁ କାଳକ୍ରମେ ଏହା ଏବେ ସାଧାରଣ ବର୍ଗର ଲୋକମାନେ ମଧ୍ୟ ବ୍ୟବହାରକୁ ଆଣି ଅନେକ ଉପକୃତ ହେଉଛନ୍ତି।

Advertisment

ଏହି ଶାସ୍ତ୍ର ମୁଖ୍ୟତଃ ପଞ୍ଚତତ୍ତ୍ୱ ଉପରେ ଠିଆ ହୋଇଥିବା ବେଳେ, ତାହା ସହିତ ପୃଥିବୀର ଚୁମ୍ବକୀୟ ପ୍ରଭାବ ଏବଂ ସୂର୍ଯ୍ୟରଶ୍ମି ଉପରେ ମଧ୍ୟ ନିର୍ଭର କରେ। ବାସ୍ତୁଦୋଷ ରହିଲେ ମାନବ ଶରୀରର ଚୁମ୍ବକୀୟ କ୍ଷେତ୍ର ସହିତ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ସମନ୍ୱୟ ରକ୍ଷା ହୋଇପାରେ ନାହିଁ। ଫଳରେ ଶରୀରରେ ଅନେକ ପ୍ରକାର ରୋଗ ସୃଷ୍ଟି ହୋଇଥାଏ, ମାନସିକ ଅସ୍ଥିରତା ମଧ୍ୟ ଦେଖାଦେଇଥାଏ।

ଅଧିକ ପଢ଼ନ୍ତୁ: Vastu Tips: ବାସ୍ତୁର କେତେକ ସାଧାରଣ ନିୟମ; ନ ମାନିଲେ ଆସେ ବଡ ବିପଦ

Advertisment

ସେଥିପାଇଁ ଆମେ ଶୋଇଲାବେଳେ ମୁଣ୍ଡ ଦକ୍ଷିଣ ଦିଗକୁ ଦେବା ଶୁଭ ହୋଇଥାଏ। ତେବେ ଏକ ଉତ୍ତମ ବାସ୍ତୁର ଶୁଭ ପ୍ରଭାବ ପାଇବା ପାଇଁ ଆମକୁ କେତେଗୁଡିଏ ମୁଖ୍ୟ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ଆସନ୍ତୁ ସେ ବିଷୟରେ ଜାଣିବା।

ଭୂଖଣ୍ଡର ଆକାର ଏବଂ ଅବସ୍ଥିତି:

ଗୃହ ନିର୍ମାଣ ପାଇଁ ପ୍ରଥମେ ଭୂଖଣ୍ଡର ପରିବେଶ ପ୍ରତି ବିଶେଷଧ୍ୟାନ ଦେବା ଆବଶ୍ୟକ। ପରିବେଶ ଯେମିତି ବାସୋପଯୋଗୀ ହୋଇଥିବ ସେଥିପ୍ରତି ବିଶେଷ ଧ୍ୟାନ ଦେବା କଥା। ଯେମିତି ଏହା ଜନବସତି ନିକଟରେ ହେବା ଭଲ। ଭୂମି ପାର୍ଶ୍ୱରେ ଯେମିତି ମଶାଣି, ଦେବସ୍ଥାନ, ନଦୀନାଳ, କମାରଶାଳ, ବଢ଼େଇଶାଳ, କଳକାରଖାନା ଅଞ୍ଚଳ, କଂସେଇଶାଳ, କଂସାରିଶାଳ, ରାଜପଥ, ଅତ୍ୟଧିକ ପ୍ରଦୂଷଣ, ଡାକ୍ତରଖାନା ଆଦି ନ ଥିବା ଶୁଭ।

ଘର ପାଖରେ ମଶାଣି ଥିଲେ:

ଆଜିର ଜନବହୁଳତା ସ୍ଥିତି ଯୋଗୁଁ ଏହି ସବୁ ସ୍ଥାନକୁ ଲାଗି ଗୃହ ନିର୍ମାଣ କରାଯାଉଛି, ଫଳସ୍ୱରୂପ ନାନାପ୍ରକାର ରୋଗରେ ଗୃହବାସୀମାନେ ପିଡ଼ିତ ହେଉଛନ୍ତି। ବର୍ତ୍ତମାନ ସହରାଞ୍ଚଳରେ ମଶାଣିକୁ ଲାଗି ବଡ଼ ବଡ଼ ଅଟ୍ଟାଳିକାମାନ ନିର୍ମାଣ ହେଉଛି ଏବଂ ସେଠି ଲୋକମାନେ ମଧ୍ୟ ରହୁଛନ୍ତି। ପ୍ରମାଣିକ ଭାବେ ଦେଖାଯାଇଛି ଯେ ଏହିପରି ସ୍ଥାନରେ ରହୁଥିବା ଲୋକମାନେ କେବେ ବି ଶାନ୍ତିରେ ନାହାନ୍ତି।

ଘର ପାଖରେ ନଦୀ ଥିଲେ:

ଏନେଇ ଯଥାସମ୍ଭବ ଭୂମି କ୍ରୟ କଲାବେଳେ ମଶାଣି ଆଦି ସ୍ଥାନ ପାଖରେ କେବେବି ଭୂମି କ୍ରୟ କରନ୍ତୁ ନାହିଁ। ବାସସ୍ଥାନର ପରିବେଶର ମୁଖ୍ୟ ପ୍ରଭାବ ବାସ୍ତୁରେ ପଡ଼ିଥାଏ। ଆଜିକାଲି ବହୁତ ଲୋକ ନଦୀ ନିକଟରେ ମଧ୍ୟ ଗୃହ ନିର୍ମାଣ କରୁଛନ୍ତି। ତେବେ ଯେତେ ବାସ୍ତୁହିସାବରେ ଘର କରିଥିଲେ ମଧ୍ୟ ଯଦି ନଦୀ ଆସିଥାଏ ପ୍ରଥମେ ତ ନଦୀକୂଳରେ ଥିବା ଗୃହ ନଷ୍ଟହେବ। ଏଣୁ ଗୃହ କରିବା ପାଇଁ ଯାଗାଟିଏ କିଣିଲାବେଳେ ପାଖ ପରିବେଶ ପ୍ରତି ଧ୍ୟାନ ଦେଲେ ଶୁଭଫଳ ମିଳିଥାଏ।

ଅଧିକ ପଢ଼ନ୍ତୁ: Vastu Tips: ଘରର ଏହି ଦିଗରେ କଳା ରଙ୍ଗ କରିଛନ୍ତି କି… ଜାଣନ୍ତୁ କେଉଁସବୁ ବିପଦର ସମ୍ମୁଖିନ ହେବାକୁ ପଡିବ

ଭୂଖଣ୍ଡର ଆକାର ପ୍ରତି ଧ୍ୟାନ:

ଭୂଖଣ୍ଡର ଆକାର ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଭୂଖଣ୍ଡର ଆକାର ସର୍ବପ୍ରଥମେ ବର୍ଗାକାର ହେବା ଅତ୍ୟନ୍ତ ଶୁଭ। ଯଦି ଆୟତାକାର ହୁଏ ତେବେ ଏହାର ଲମ୍ବ ପ୍ରସ୍ଥ ଠାରୁ ଦୁଇ ଗୁଣରୁ ଅଧିକ ନହେବା କଥା ଯଦି ଅଧିକ ଲମ୍ବା ହୁଏ ତେବେ ଏହାର ଏନର୍ଜି ଉପରେ ଖରାପ ପ୍ରଭାବ ପଡ଼ିଥାଏ।

ବର୍ଜନୀୟ ଭୂମି:

ଏହାବ୍ୟତୀତ ତ୍ରିଭୁଜାକାର, ଗୋଲାକାର, ବହୁକୋଣୀ ଭୂଖଣ୍ଡରେ ଗୃହ ନିର୍ମାଣ ସଦା ସର୍ବଦା ବର୍ଜନୀୟ। ଭୂମି ସବୁବେଳେ ସମତଳ ଥିବା ଭଲ। ପଶ୍ଚିମ କିମ୍ବା ଦକ୍ଷଣ ଭାଗ ଉଚ୍ଚ ଥିଲେ ଉତ୍ତମ। ଭୂମିକ୍ରୟ ବେଳେ ଯଦି ପଶ୍ଚିମ କିମ୍ବା ଦକ୍ଷିଣ ଦିଗ ନିଚ୍ଚା ହୋଇଥାଏ ତେବେ ଭୂମି କ୍ରୟ ପରେ ଏହାକୁ ତୁରନ୍ତ ସମତଳ କରିଦେବା ଉଚିତ। ସମତଳ କରାଇ କିଛି ମାସ ପରେ ଭୂମିକୁ ଶୋଧନ କରି ଗୃନିର୍ମାଣ କରିବା ଶାସ୍ତ୍ରମତ।

ଯଦି ଏହିସବୁ ବାସ୍ତୁନିୟମକୁ ମାନି ଗୃହ ନିର୍ମାଣ କରାଯାଏ ତେବେ ଶୁଭଫଳ ମିଳିବା ସମ୍ଭାବନା ଅଧିକ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips In Odia Vastu Tips Vastu Shastra
Advertisment
Advertisment