/odishatv-khabar/media/post_attachments/uploadimage/library/16_9/16_9_0/vastu_tips_1718711066.jpg)
vastu tips
ଘରେ ସୁଖ ଓ ସମୃଦ୍ଧି ବଜାୟ ରଖିବା ପାଇଁ କିଏ ବା ନଚାହେଁ । କିଏ ଏଥିପାଇଁ ପୂଜା ପାଠ କରେ ତ କିଏ ପୁଣି ଦାନ ଓ ଧର୍ମ କରନ୍ତି । କିନ୍ତୁ ଏମିତି କିଛି ପବିତ୍ର ଜିନିଷ ଅଛି ଯାହାକୁ ଘରେ ରଖିବା ଦ୍ୱାରା ଇଶ୍ୱରଙ୍କ କୃପା ସଦାସର୍ବଦା ରହିଥାଏ ।
ତେବେ ଆସନ୍ତୁ ଜାଣିବା ଏହି ପବିତ୍ର ଜିନିଷ ବିଷୟରେ-
ଚନ୍ଦନ:
ଚନ୍ଦନକୁ ବହୁତ ଶୁଭ ଏବଂ ପବିତ୍ର ବୋଲି ଧରାଯାଏ। ଏହାର ମହକରେ ବାତାବରଣର ନକରାତ୍ମକ ଶକ୍ତି କମିଯାଇଥାଏ। ସମସ୍ତ ଦେବୀ-ଦେବତାଙ୍କ ପୂଜାରେ ମଧ୍ୟ ଚନ୍ଦନ ବହୁତ ବିଶେଷ ମହତ୍ତ୍ୱ ରଖିଥାଏ। ଚନ୍ଦନର ତିଳକ ଲଗାଇବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ। ଏହାକୁ ଘରେ ସବୁବେଳେ ରଖିବା ଉଚିତ କାରଣ ସବୁଦିନ ପୂଜା କରିବା ସମୟରେ ଦେବୀ-ଦେବତାଙ୍କୁ ଅର୍ପଣ କରିବା ଉଚିତ।
ଅଧିକ ପଢ଼ନ୍ତୁ: Vastu Tips: ଶୋଇବା ଘରେ ରଖନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ ବୈବାହିକ ଜୀବନରେ ଫାଟ
ବୀଣା:
ବୃଦ୍ଧି ଏବଂ ଶିକ୍ଷାର ଦେବୀ ସରସ୍ୱତୀଙ୍କର ପ୍ରିୟ ବାଦ୍ୟ ଯନ୍ତ୍ର ହେଉଛି ବୀଣା। ବୀଣାକୁ ଘରେ ରଖିଲେ ସରସ୍ୱତୀଙ୍କ କୃପା ଘରର ସବୁ ସଦସ୍ୟଙ୍କ ଉପରେ ରହିଥାଏ। ଏଥିସହିତ ଜଟିଳରୁ ଜଟିଳ ସମସ୍ୟାରେ ଧୈର୍ଯ୍ୟ ରଖିବାକୁ ପ୍ରେରଣା ମିଳିଥାଏ।
ମହୁ:
ବାସ୍ତୁ ନିୟମ ଅନୁଯାୟୀ ଘରେ ମହୁ ରଖିବା ଦ୍ୱାରା ମଧ୍ୟ ବାସ୍ତୁ ଦୋଷ ଶାନ୍ତ ହୋଇଥାଏ। ଏହାସହିତ ପୂଜାରେ ମହୁ ମଧ୍ୟ ବିଶେଷ ଭୂମିକା ନେଇଥାଏ। ଏହା ସମସ୍ତ ଦେବୀ-ଦେବତାଙ୍କୁ ଅର୍ପଣ କରାଯାଏ। ଯେଉଁ ଘରେ ପ୍ରତିଦିନ ପୂଜା କରାଯାଏ, ସେହି ଘରେ ସବୁବେଳେ ମଧୁରତା ଲାଗିରହିଥାଏ।
ପାଣି:
ଯେବେ ବି ଘରକୁ ଅତିଥି ଆସିବେ ତାଙ୍କୁ ଥଣ୍ଡା ପାଣି ଅବଶ୍ୟ ଦେବା ଉଚିତ। ଏମିତି କଲେ ଜାତକରେ ଥିବା ଦୋଷ ଦୂର ହୋଇଥାଏ।
ଘିଅ:
ଘରେ ସବୁବେଳେ ଘିଅ ରଖିବା ଉଚିତ ଏବଂ ନିୟମିତ ରୂପରେ ଏହାର ସେବନ କରିବା ଜରୁରୀ। ଘିଅରୁ ଶକ୍ତି ମିଳିଥାଏ ଏବଂ ଶରୀର ସୁସ୍ଥ ରହିଥାଏ। ଘରେ ପ୍ରତିଦିନ ସଂଧ୍ୟାରେ ଘିଅ ଦୀପ ଜଳାଇବା ଉଚିତ। ପୂଜାରେ ଘିଅର ବିଶେଷ ମହତ୍ତ୍ୱ ରହିଛି, ଏଥିପାଇଁ ଏହାକୁ ଘରେ ରଖିଲେ ଶୁଭ ହୋଇଥାଏ ବୋଲି ପରାମର୍ଶ ଦିଆଯାଇଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)