• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହ୍ୱାଟସଆପ୍‌ ୟୁଜରଙ୍କ ପାଇଁ ଖୁସି ଖବର । ମେସେଜିଙ୍ଗ୍‌ ଆପ୍‌ ପକ୍ଷରୁ ଏବେ ଏକ ନୂତନ ପ୍ରାଇଭେସି ଫିଚର୍‌ ଉପସ୍ଥାପନ କରାଯାଇଛି । ଫଳରେ ୟୁଜରଙ୍କୁ ଅଜଣା ନମ୍ବରରୁ ଆସୁଥିବା କଲ୍ ଆଉ ବିରକ୍ତ କରିପାରିବ ନାହିଁ । ଏହି ନୂତନ ଫିଚର୍‌ ଯୋଗୁଁ ଅଜ୍ଞାତ ନମ୍ବରରୁ ଆସୁଥିବା କଲ୍‌ ଆପେ ଆପେ ସାଇଲେଣ୍ଟ୍‌ ହୋଇଯିବ । ମେଟା ମାଲିକାନାର ଇନଷ୍ଟାଣ୍ଟ ମେସେଜିଂ ଆପରେ ପ୍ରାଇଭେସି ସେକ୍ସନ୍‌ରେ ଏହି ନୂତନ ବିକଳ୍ପ ଉପଲବ୍ଧ ହେବ । ଏଥିସହ ପ୍ରାଇଭେସି ସେଟିଂ ଯାଞ୍ଚ କରିବାକୁ Privacy Checkup ଫିଚର୍‌ ମଧ୍ୟ ଉପସ୍ଥାପନ କରିଛି ।

WhatsApp Unknown call Silent feature

ମେଟାର ସିଇଓ ଆଜି ଅର୍ଥାତ୍‌ ଜାନୁଆରୀ ୨୦ରେ ଇନଷ୍ଟାଗ୍ରାମ ଜରିଆରେ Silence Unknow Callers ଫିଚର୍‌ ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ନୂଆ ଫିଚର୍ ସାହାଯ୍ୟରେ ବର୍ତ୍ତମାନ ଅଜଣା ନମ୍ବରରୁ ଆସୁଥିବା ହ୍ୱାଟସଆପ୍‌ କଲ୍‌ ଗୁଡ଼ିକ ଆପେ ଆପେ ସାଇଲେଣ୍ଟ୍ ହୋଇଯିବ । ଏହାସହ ଅଜ୍ଞାତ ନମ୍ବରରୁ ଆସୁଥିବା କଲ୍ ଗୁଡ଼ିକ ଆପେ ଆପେ ବନ୍ଦ ହୋଇଯିବ । ଅନ୍ୟପଟେ ଏହାର ନୋଟିଫିକେସନ୍‌ ଆପ୍‌ର କଲ୍ ଲିଷ୍ଟରେ ଷ୍ଟୋର ହୋଇ ରହିଯିବ ।

ବିଟା ପକ୍ଷରୁ ଏହି ଫିଚରକୁ କିଛି ଦିନ ହେବ ପରୀକ୍ଷଣ କରାଯାଉଛି । ଏହାର stable version ବର୍ତ୍ତମାନ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ । ତେବେ ଏଥିପାଇଁ WhatsAppର ଲାଟେଷ୍ଟ ଭର୍ସନ ଡାଉନଲୋଡ୍‌ କରିବା ପାଇଁ ପଡ଼ିବ । ଅଥବା Google Play Store କିମ୍ବା Apple Appରେ WhatsAppକୁ ଅପଡେଟ୍‌ କରିବା ପାଇଁ ପଡ଼ିବ ।

ଏଥିପାଇଁ କ’ଣ କରିବାକୁ ପଡ଼ିବ

  • ପ୍ରଥମେ WhatsApp ଖୋଲନ୍ତୁ
  • ତା’ପରେ top right corner ରେ ଥିବା kebab menuରେ କ୍ଲିକ୍‌ କରନ୍ତୁ
  • ତା’ପରେ ସେଟିଂକୁ ଯାଆନ୍ତୁ
  • ତା’ପରେ Privacyକୁ ଯାଇ calls ସିଲେକ୍ଟ କରନ୍ତୁ
  • ଆଉ ତା’ପରେ “Silence Unknown Callers” ଏନାବଲ୍‌ କରନ୍ତୁ

ଏହା ବ୍ୟତୀତ କମ୍ପାନୀ ନୂଆ ପ୍ରାଇଭେସି ଚାଟଅପ୍‌ ଫିଚର୍‌ ଉପସ୍ଥାପନ କରିଛି । ହ୍ୱାଟସଆପ୍‌ରେ କିଏ ଆପଣଙ୍କୁ କନେକ୍ଟ କରିବ ଓ କିଏ କରିପାରିବ ନାହିଁ, ତାହା ବାଛିବରେ ସକ୍ଷମ ହେବେ । ଫଳରେ ୟୁଜରଙ୍କୁ ପରସନାଲ୍‌ ଇନଫୋ ଉପରେ ଅଧିକ ନିୟନ୍ତ୍ରଣ ମିଳିବ । କେବଳ ଏତିକି ନୁହେଁ, ଆପଣ ଆପଣଙ୍କର ଚାଟ୍ ପାଇଁ ଅଧିକ ପ୍ରାଇଭେସି ମଧ୍ୟ ଯୋଡ଼ି ପାରିବେ ।