• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହ୍ୱାଟସଆପ୍‌ ବ୍ୟବହାକାରୀଙ୍କ ପାଇଁ ଖୁସି ଖବର । ଭୁଲଭାଲ ଟାଇପ୍‌ କରି ମେସେଜ କଲେ ଆଉ ଟେନସନ୍‌ ନେବାକୁ ପଡ଼ିବନି । ଖୁବ୍‌ ଶୀଘ୍ର ଏଡିଟ୍ ବଟନ୍ ରିଲିଜ୍ କରିପାରେ କମ୍ପାନୀ । ଏକ ନୂତନ ରିପୋର୍ଟ ଅନୁସାରେ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ୱାଟସଆପର ବିଟା ସଂସ୍କରଣ ପାଇଁ ଏଡିଟ୍ ବଟନ୍ ଟେଷ୍ଟ କରାଯାଉଛି ।

ବର୍ତ୍ତମାନ ହ୍ୱାଟସଆପରେ ଏଡିଟ୍‌ ବିକଳ୍ପ ପ୍ରଦାନ କରାଯାଇ ନାହିଁ । ମେସେଜ ପଠାଇବା ପରେ ୟୁଜର କେବଳ ଏହାକୁ ଡିଲିଟ୍‌ କରିପାରିବେ । ତେବେ ଏହି ନୂଆ ବୈଶିଷ୍ଟ୍ୟ ଆସିବା ପରେ ୟୁଜର ମେସେଜ୍‌ ପଠାଇବା ପରେ ମଧ୍ୟ ଏଡିଟ୍ କରିବାକୁ ସମର୍ଥ ହେବେ ।

ଏହି ନୂଆ ଫିଚର୍‌ ସମ୍ପର୍କରେ ହ୍ୱାଟସଆପ୍‌ର ନୂଆ ଫିଚର୍‌ ଉପରେ ନଜର ରଖୁଥିବା ୱେବସାଇଟ feature ନଜର ରଖିଛି । ରିଆକ୍ଟ ମେସେଜ୍ ଫିଚର ଜାରି ହେବାପରେ ଖୁବ ଶୀଘ୍ର କମ୍ପାନୀ ଏଡିଟ୍ ଅପ୍ସନ୍ ମଧ୍ୟ ଦେଇପାରେ ବୋଲି କୁହାଯାଉଛି ।

ପାଞ୍ଚ ବର୍ଷ ପୂର୍ବରୁ ଏହି ଫିଚର୍‌ ଉପରେ କାମ କରୁଛି କମ୍ପାନୀ । କିନ୍ତୁ କୌଣସି କାରଣ ପାଇଁ ଏହାକୁ ପୁଣି ବନ୍ଦ କରଯାଇଥିଲା । ବର୍ତ୍ତମାନ ପାଞ୍ଚ ବର୍ଷ ପରେ କମ୍ପାନୀ ପୁଣିଥରେ ଏଡିଟ୍ ବଟନ୍ ଉପରେ କାମ କରୁଛି ।

ୱାବେଟେନ୍ଫୋ ହ୍ୱାସଟଆପର ଏହି ଦମଦାର ଫିଚର ସମ୍ବନ୍ଧରେ ସ୍କ୍ରିନସଟ୍ ଗୁଡିକ ମଧ୍ୟ ସେୟାର କରିଛି । ସ୍କ୍ରିନସଟରେ ଦର୍ଶାଯାଇଛି, ଯେତେବେଳେ ଗୋଟିଏ ମେସେଜ୍ ସିଲେକ୍ଟ ହେବ, ସେତେବେଳେ ଏଡିଟ୍ ବଟନ୍ ମଧ୍ୟ ମିଳିବ ।

ଅର୍ଥାତ ଆଗାମୀ ସମୟରେ କପି ଏବଂ ଫରୱାର୍ଡ ମେସେଜ୍ ବ୍ୟତୀତ ୟୁଜର ଏକ ନୂତନ ଏଡିଟ୍ ବଟନର ବିକଳ୍ପ ମଧ୍ୟ ପାଇବେ । ଏଡିଟ୍ ବଟନ୍ ଚୟନ କରି ମେସେଜ୍ ପଠାଯିବା ପରେ ମଧ୍ୟ ଆପଣ ବନାନ ତ୍ରୁଟି କିମ୍ବା ଟାଇପର ସଂଶୋଧନ କରିପାରିବେ । ବର୍ତ୍ତମାନ ୟୁଜର୍ କେବଳ ମେସେଜ୍ ଡିଲିଟ୍ କରିବାର ସୁବିଧା ପାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ହ୍ୱାଟସଆପରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଉଛି ।