Advertisment

Technology: ୱାଟରପ୍ରୁଫ୍ - ୱାଟର ରେଜିଷ୍ଟାଣ୍ଟ୍ ମଧ୍ୟରେ ଫରକ କ’ଣ; ଆପଣ କେଉଁଟି କିଣିବା ଉଚିତ…

ୱାଟରପ୍ରୁଫ୍ ଏବଂ ୱାଟର ରେଜିଷ୍ଟାଣ୍ଟ୍, ଏହି ଦୁଇଟି ଶବ୍ଦ ପାଣିରୁ ରକ୍ଷା କରିବା ପାଇଁ ଏକ ଉତ୍ପାଦର କ୍ଷମତାକୁ ବୁଝାଏ। ଲୋକମାନେ କିନ୍ତୁ ଏହି ଦୁଇ ଶବ୍ଦକୁ ନେଇ ଦ୍ୱନ୍ଦ୍ୱରେ ପଡ଼ନ୍ତି। ତେବେ ୱାଟରପ୍ରୁଫ୍ ଏବଂ ୱାଟର ରେଜିଷ୍ଟାଣ୍ଟ୍ ମଧ୍ୟରେ ପାର୍ଥକ୍ୟ କ’ଣ, କେଉଁଟି ଭଲ ଏବଂ କେଉଁ ଦ୍ରବ୍ୟକୁ ବାଛିବା ଉଚିତ ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
What is the difference between waterproof and water resistant

What is the difference between waterproof and water resistant

Advertisment

ଆଜିକାଲି ବଜାରରେ ଉପଲବ୍ଧ ସ୍ମାର୍ଟଫୋନ୍, ଘଣ୍ଟା, ଜ୍ୟାକେଟ୍, ବ୍ୟାଗ୍‌ ଏବଂ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ କିଣିବା ସମୟରେ ଦୁଇଟି ଶବ୍ଦ ବହୁତ ଶୁଣାଯାଏ... ୱାଟରପ୍ରୁଫ୍ ଏବଂ ୱାଟର ରେଜିଷ୍ଟାଣ୍ଟ୍। ଏହି ଦୁଇଟି ଶବ୍ଦ ପାଣିରୁ ରକ୍ଷା କରିବା ପାଇଁ ଏକ ଉତ୍ପାଦର କ୍ଷମତାକୁ ବୁଝାଏ। ଲୋକମାନେ କିନ୍ତୁ ଏହି ଦୁଇ ଶବ୍ଦକୁ ନେଇ ଦ୍ୱନ୍ଦ୍ୱରେ ପଡ଼ନ୍ତି।

Advertisment

ଅନେକ ଲୋକ ଭାବନ୍ତି ଯେ ୱାଟରପ୍ରୁଫ୍ ଏବଂ ୱାଟର ରେଜିଷ୍ଟାଣ୍ଟ୍ ସମାନ, କିନ୍ତୁ ପ୍ରକୃତରେ ଏସବୁ ଭିତରେ ଏକ ବଡ଼ ପାର୍ଥକ୍ୟ ଅଛି। ତେବେ ୱାଟରପ୍ରୁଫ୍ ଏବଂ ୱାଟର ରେଜିଷ୍ଟାଣ୍ଟ୍ ମଧ୍ୟରେ ପାର୍ଥକ୍ୟ କ’ଣ, କେଉଁଟି ଭଲ ଏବଂ କେଉଁ ଦ୍ରବ୍ୟକୁ ବାଛିବା ଉଚିତ ଆସନ୍ତୁ ଜାଣିବା।

ୱାଟର ରେଜିଷ୍ଟାଣ୍ଟ୍ କ’ଣ:

ୱାଟର ରେଜିଷ୍ଟାଣ୍ଟ୍ ଅର୍ଥ ହେଉଛି, କୌଣସି ଏକ ବସ୍ତୁ ଅଳ୍ପ ପରିମାଣର ଜଳର ସଂସ୍ପର୍ଶରେ ଆସିଲେ କ୍ଷତିଗ୍ରସ୍ତ ହେବ ନାହିଁ। ଏହା ସଂପୂର୍ଣ୍ଣ ଜଳରୋଧକ ନୁହେଁ, କିନ୍ତୁ ଏହା ହାଲୁକା ବର୍ଷା, ଝାଳ କିମ୍ବା ପାଣିଛିଟାକୁ ସହି ପାରିବ।

Advertisment

ୱାଟର ରେଜିଷ୍ଟାଣ୍ଟ୍ ବସ୍ତୁଗୁଡ଼ିକ ସାଧାରଣତଃ କୌଣସି ଏକ ସ୍ୱତନ୍ତ୍ର କୋଟିଂ କିମ୍ବା ସିଲ୍ ଟେକ୍ନୋଲୋଜୀ ସହିତ ତିଆରି କରାଯାଇଥାଏ ଯାହା ପାଣିର ପ୍ରବେଶକୁ ରୋକିବାକୁ ଚେଷ୍ଟା କରିଥାଏ। ଅବଶ୍ୟ, ଏହା କେବଳ କମ୍ ସମୟ ଏବଂ ହାଲୁକା ପାଣି କ୍ଷେତ୍ରରେ କାମ କରେ।

ଅଧିକ ପଢ଼ନ୍ତୁ: ଏମିତି ସଫା କରୁଛନ୍ତି କି ସ୍ମାର୍ଟଫୋନ; ନଷ୍ଟ ହୋଇପାରେ ହାର୍ଡୱେର୍‌

ଉଦାହରଣ:

  • ଘଣ୍ଟା ଯାହା କେବଳ ଝାଳ ଏବଂ ହାଲୁକା ବର୍ଷା ଠାରୁ ସୁରକ୍ଷିତ ରୁହେ
  • ସ୍ମାର୍ଟଫୋନ୍ ଯେଉଁଥିରେ ଅଳ୍ପ ୱାଟର ରେଜିଷ୍ଟାଣ୍ଟ୍ ଟେକ୍ନୋଲୋଜୀ ଅଛି
  • ପୋଷାକ ଏବଂ ଜ୍ୟାକେଟ୍‌ ଯେଉଁଥିରେ ଜଳକୁ ରୋକିବା ପାଇଁ ହାଲୁକା କୋଟିଂ ଥାଏ
  • ଯଦି ୱାଟର ରେଜିଷ୍ଟାଣ୍ଟ୍ ଉପକରଣ କିମ୍ବା ବସ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣିରେ ରୁହେ କିମ୍ବା ବହୁତ ଗଭୀର ଜଳରେ ବୁଡିଯାଏ, ତେବେ ଏହା କ୍ଷତି ହୋଇପାରେ।
Advertisment

ୱାଟରପ୍ରୁଫ୍ କ’ଣ:

ୱାଟରପ୍ରୁଫ୍ ଅର୍ଥ ଯେ କୌଣସି ଆଇଟମ୍ ସଂପୂର୍ଣ୍ଣ ଜଳରୋଧକ ଅଟେ ଏବଂ ଏହା ଜଳ ସଂସ୍ପର୍ଶରେ ଆସିଲେ ମଧ୍ୟ କିଛି କ୍ଷତିଗ୍ରସ୍ତ ହେବ ନାହିଁ। ଏହା ଏପରି ଭାବରେ ଡିଜାଇନ୍ ହୋଇଥାଏ ଏହା ଭିତରକୁ ପାଣି ଯାଇପାରିବ ନାହିଁ। ଏହା ଗଭୀର ପାଣିରେ ବୁଡିଗଲେ କିମ୍ବା ଦୀର୍ଘ ସମୟ ଧରି ପାଣି ଭିତରେ ରହିଲେ କିଛି କ୍ଷତି ହୁଏ ନାହିଁ।

ୱାଟରପ୍ରୁଫ୍ ଆଇଟମ୍ ଗୁଡିକ ସ୍ୱତନ୍ତ୍ର ପ୍ରକାରର ସିଲିଂ, ସାମଗ୍ରୀ ଏବଂ ଟେକ୍‌ନିକ୍ ସହିତ ତିଆରି କରାଯାଇଥାଏ, ଯେଉଁ କାରଣରୁ ଏହା ଭିତରକୁ ପାଣି ଯାଇପାରେ ନାହିଁ। ଏଗୁଡିକ ଆଇପି ରେଟିଂ ଦ୍ୱାରା ମାପ କରାଯାଏ, ଯାହା ଦ୍ୱାରା ଏକ ଉପକରଣ କେତେ ଗଭୀର ଏବଂ କେତେ ସମୟ ପାଣିରେ ରହିପାରିବ ତାହା କହିଥାଏ।

ଉଦାହରଣ:

  • ୱାଟରପ୍ରୁଫ୍ ସ୍ମାର୍ଟଫୋନ୍ (ଯଥା - iPhone 15 Pro, Samsung Galaxy S24 Ultra) ଯାହାକି କିଛି ମିଟର ଗଭୀରତା ପର୍ଯ୍ୟନ୍ତ ପାଣିରେ ସୁରକ୍ଷିତ ରହିପାରିବ।
  • ୧୦୦ ମିଟରରୁ ଅଧିକ ପାଣି ଭିତରେ ମଧ୍ୟ ସୁରକ୍ଷିତ ରହିଥାଏ।
  • ୱାଟରପ୍ରୁଫ୍ ବ୍ୟାଗ ଯାହା ବର୍ଷା ଏବଂ ବୁଡ଼ିବା ସତ୍ତ୍ୱେ ଏହା ଭିତରେ ଥିବା ଜିନିଷ ଓଦା ହୁଏ ନାହିଁ
  • ୱାଟରପ୍ରୁଫ୍ ଜିନିଷ ପାଣିରେ ସୁରକ୍ଷିତ ହେଲେ ମଧ୍ୟ ଅତ୍ୟଧିକ ଚାପ, ଗରମ ପାଣି କିମ୍ବା ରାସାୟନିକ ପଦାର୍ଥର ସମ୍ମୁଖୀନ ହେଲେ ଏହାର ସୁରକ୍ଷା ଦୁର୍ବଳ ହୋଇପାରେ

କେଉଁଟି ଭଲ - ୱାଟରପ୍ରୁଫ୍ ନା ୱାଟର ରେଜିଷ୍ଟାଣ୍ଟ୍

  • ଯଦି ଆପଣ କେବଳ ହାଲୁକା ସୁରକ୍ଷା ଚାହୁଁଛନ୍ତି (ଯଥା ଝାଳ, ହାଲୁକା ବର୍ଷା) ତେବେ ୱାଟର ରେଜିଷ୍ଟାଣ୍ଟ୍ ଉପକରଣ ଯଥେଷ୍ଟ।
  • ଯଦି ଆପଣଙ୍କର କାମ ପାଣି ସହିତ ଅଧିକ ରହିଥାଏ (ଯେପରିକି ପହଁରିବା, ଗାଧୋଇବା, ଦୁଃସାହସିକ କ୍ରୀଡା), ତେବେ ୱାଟରପ୍ରୁଫ୍ ଉପକରଣ ଠିକ ହେବ।
  • ଦୈନନ୍ଦିନ ବ୍ୟବହାର ପାଇଁ IPX4-IPX6 ରେଟିଂ ଯଥେଷ୍ଟ, କିନ୍ତୁ ଗଭୀରପାଣି ଯିବା ପାଇଁ IPX7-IPX9K ରେଟିଂ ଆବଶ୍ୟକ ହୋଇଥାଏ।

ଅଧିକ ପଢ଼ନ୍ତୁ: ସ୍ମାର୍ଟଫୋନ୍ ହେଉଛି ବ୍ୟାକ୍ଟେରିଆର ବଡ଼ ଘର; ଜାଣନ୍ତୁ କିପରି ଏହାକୁ ସଫା କରିବେ?

Television Watch Smart Phone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ