• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ୟୁନିୟନ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ବଡ଼ ଘୋଷଣା । ଖୁବ୍‌ଶୀଘ୍ର ଏଲ୍‌ପିଜି ସିଲିଣ୍ତରରେ ବି ଲଗାଯିବ କ୍ୟୁ ଆର୍‌ କୋଡ୍‌ । ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ । ଏହାଦ୍ୱାରା ସିଲିଣ୍ତରକୁ ଟ୍ରେସ୍‌ ଓ ଟ୍ରାକ୍‌ କରିବା ସହଜ ହେବ । ଉପଭୋକ୍ତା ସମ୍ମୁଖୀନ ହେଉଥିବା ସମସ୍ତ ସମସ୍ୟାର ସମାଧାନ ପାଇଁ ଏହି ପଦକ୍ଷେପ ନିଆଯାଇଛି।

ପେଟ୍ରୋଲିୟମ ମନ୍ତ୍ରୀ ନିଜ ଟ୍ୱିଟର୍‌ ପେଜ୍‌ରେ ଏକ ଭିଡିଓ ମାଧ୍ୟମରେ ଏନେଇ ଘୋଷଣା କରିଛନ୍ତି । ସେ ଲେଖିଛନ୍ତି ଯେ, ‘ଇନ୍ଧନ ଅନୁସନ୍ଧାନ! ଏକ ଉଲ୍ଲେଖନୀୟ ଉଦ୍ଭାବନ । ଏହି QR କୋଡ୍ ପୂର୍ବରୁ ବ୍ୟବହୃତ ସିଲିଣ୍ଡର ଏବଂ ନୂତନ ସିଲିଣ୍ତର ଦୁଇଟି ଯାକରେ ଲଗାଯିବ । ଏହି କୋଡ୍‌ ସକ୍ରିୟ ହେଲେ ଟ୍ରାକିଂ ଏବଂ ଅନୁସନ୍ଧାନ ଏବଂ ଗ୍ୟାସ ସିଲିଣ୍ଡରର ଉନ୍ନତ ଭଣ୍ଡାର ପରିଚାଳନା ସମସ୍ୟାର ସମାଧାନ ହେବ’ ।

 

ମନ୍ତ୍ରୀଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏହି ଭିଡିଓଟି ଉତ୍ତରପ୍ରଦେଶରେ ଚାଲିଥିବା ବିଶ୍ୱ ଏଲ୍‌ପିଜି ସପ୍ତାହ ୨୦୨୨ ଅବସରରେ ରେକର୍ଡ ହୋଇଥିଲା । ହରଦୀପ ସିଂ ପୁରୀ ଅଧିକାରୀଙ୍କ ସହ ଏହି ବିଷୟରେ ଆଲୋଚନା କରୁଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି । ଏହି କ୍ୟୁ ଆର୍‌ କୋଡ୍‌ ମେସିନ୍ ଦ୍ୱାରା ପରିଚାଳିତ, ଯେଉଁଥିରେ ସିଲିଣ୍ତର ସମ୍ବନ୍ଧିତ ସବିଶେଷ ତଥ୍ୟ ରହିଥାଏ ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦ ହଜାର ସିଲିଣ୍ତରରେ କ୍ୟୁ ଆର୍‌ କୋଡ୍‌ ଲଗାଯିବା ନେଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହି ଯୋଜନା ଦ୍ୱାରା ଚୋରି ସମସ୍ୟା ଦୂର କରାଯିବା ସହ ଉପଭୋକ୍ତାଙ୍କୁ ଅଧିକ ସୁରକ୍ଷା ଯୋଗାଇ ଦିଆଯାଇପାରିବ ।