/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644138520.jpg)
Railway Minister Ashwini Vaishnaw
ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ 5G ସେବା । ପୁରୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । 5Gରେ ରେଡିଏସନ ହେବ ବୋଲି ଯେଉଁ ଗୁଜବ ପ୍ରଚାର ହେଉଥିଲା ତାକୁ ମନ୍ତ୍ରୀ ଖଣ୍ଡନ କରିଛନ୍ତି । ଏଥିରେ ରେଡିଏସନ ପ୍ରଭାବ ଆଦୌ ନାହିଁ, ସମସ୍ତେ ଆଶ୍ୱସ୍ତ ରୁହନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି ।
ଫାଇଭ ଜି ସେବା ଆରମ୍ଭ ହେଲେ, ମିଳିବ ଥ୍ରୀ-ଜିଠୁ ୩o ଗୁଣ ଓ ଫୋର୍-ଜିଠୁ ୧୦ ଗୁଣା ସ୍ପିଡ୍ ସେବା । ଆବଶ୍ୟକ ସ୍ଥଳେ ଏହି ସ୍ପିଡ ୧୦୦ ଗୁଣା ଯାଏଁ ଯାଇପାରେ ବୋଲି ବିଶେଷଜ୍ଞ ମଧ୍ୟ ମତ ରଖିଛନ୍ତି । ୟୁଜର୍ସଙ୍କ ପାଇଁ ଡାଉନଲୋଡ୍ ସ୍ପିଡ ବଢ଼ାଇବ 5G । 2ଜି ନେଟଓ୍ୱର୍କରେ ଯେଉଁ ଫାଇଲ୍ ଡାଉନ୍ଲୋଡ ପାଇଁ ୨ଦିନ ୮ ଘଣ୍ଟା ଲାଗୁଥିଲା, ୩ଜି ସେବାରେ ୨ ଘଣ୍ଟା ଏବଂ ୪ଜିରେ ୪୦ ମିନିଟ ଲାଗୁଥିଲା । ଏବେ ଫାଇଭ୍-ଜିରେ ସେହି ଫାଇଲ ଡାଉନ୍ଲୋଡ୍ ପାଇଁ ମାତ୍ର ୩୫ ସେକେଣ୍ଡ ସମୟ ଲାଗିବ । ଏଥିରୁ ଆପଣ ଅନୁମାନ କରିପାରୁଥିବେ ଏହା ଆପଣଙ୍କ ଡିଜିଟାଲ ଲାଇଫ୍କୁ କେତେ ସହଜ କରିଦେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)