• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାଇବର ଅପରାଧ ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି । ସାରା ବିଶ୍ୱରେ ଟେକ୍ନୋଲୋଜି ଯେତିକି ଆଗକୁ ବଢ଼ୁଛି, ସେଇ ଅନୁସାରେ ଅପରାଧ ମଧ୍ୟ ବଢ଼ି ବଢ଼ି ଚାଲିଛି । ଦୁନିଆ ଡିଜିଟାଲ ସହ ଯେମିତି ଫାଷ୍ଟ ହେଉଛି, ଅପରାଧୀ ମାନେ ମଧ୍ୟ ଡିଜିଟାଲ ଦୁନିଆରେ ତାଳ ଦେଇ ଆଗକୁ ବଢ଼ିବାରେ ଲାଗିଛନ୍ତି ।

ଆଉ ଏହି ଡିଜିଟାଲ ମାଧ୍ୟମରେ ଅପରାଧ ଘଟାଉଥିବା ଲୋକଙ୍କୁ ଆମେ ସାଇବର ଅପରାଧୀ କହୁ । କେବଳ ମୁର୍ଖ କି ଅପାଠୁଆ ଲୋକ ଯେ ସାଇବର ଅପରାଧୀଙ୍କ ଶିକାର ହୁଅନ୍ତି ତାହା ନୁହେଁ, ଅନେକ ପାଠୁଆ ଆଉ ହାଇ ଇଣ୍ଟେଲିଜେଣ୍ଟ ବ୍ୟକ୍ତି ମଧ୍ୟ ସାଇବର ଆଟାକର ଶିକାର ହୋଇଥାନ୍ତି । ଆଉ ସେମାନଙ୍କଠାରୁ ରକ୍ଷା ପାଇବା ପାଇଁ ବା ଦୂରେଇ ରହିବା ପାଇଁ ବଡ଼ ବଡ଼ କମ୍ପାନୀମାନେ ଅହରହ ଚେଷ୍ଟା ଚଳାଇଛନ୍ତି । କେମିତି କିଛି ବି ଲୁପ୍‌ ହୋଲ୍‌ ନରହିବ, ସେଥିପାଇଁ ଚେଷ୍ଟା ଚାଲିଛି।

ଅଧିକ ପଢ଼ନ୍ତୁ: ଗୁଗୁଲ୍‌ରେ ଏ ସବୁ ତଥ୍ୟକୁ ଖୋଜୁଛନ୍ତି କି; ସାବଧାନ, ଜେଲ୍ ହେଇପାରେ

ତେବେ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ବଡ଼ ତଥ୍ୟ । ଯାହାଦ୍ୱାରା ଆପଣ ହ୍ୟାକର୍ସମାନଙ୍କଠାରୁ ଦୁରରେ ରହିପାରିବେ । ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଗୁଗୁଲରେ ଏମିତି କିଛି ଶବ୍ଦ ଅଛି ଯାହାକୁ ଟାଇପ୍‌ କଲେ, ହ୍ୟାକର୍ସମାନଙ୍କ ନଜରକୁ ଆପଣ ପ୍ରଥମେ ଆସିଥାନ୍ତି । ତାପରେ ହ୍ୟାକର୍ସମାନେ ଆପଣଙ୍କୁ ଟାର୍ଗେଟ କରନ୍ତି, ଆଉ ଆଟାକ୍‌ କରନ୍ତି । ଏହି ଆଟାକ୍‌ କୌଣସି ବି ପ୍ରକାରର ହୋଇପାରେ । ଆପଣଙ୍କ ବ୍ୟାଙ୍କରୁ ଟଙ୍କା ଲୁଟ ହୋଇପାରେ, କିମ୍ବା ଆପଣଙ୍କ ମୋବାଇଲରେ ଥିବା ଗୋପନୀୟ ତଥ୍ୟ ବି ଲୁଟ୍‌ ହୋଇପାରେ । ଯେମିତିକି ଭବିଷ୍ୟତରେ ଆପଣ ବ୍ଲାକ୍‌ମେଲ୍‌ର ଶିକାର ବି ହୋଇପାରନ୍ତି ।

ହ୍ୟାକର୍ସମାନେ ସର୍ଚ୍ଚ ଇଞ୍ଜିନ୍‌ ମାଧ୍ୟମରେ ନିଜ କମ୍ପ୍ୟୁଟରରେ କିଛି ଶବ୍ଦର କମ୍ବିନେସନ୍‌କୁ ଟାର୍ଗେଟ କରନ୍ତି । ଆଉ ସେଇଭଳି ଶବ୍ଦ ଯିଏ ବି ଗୁଗୁଲରେ ଟାଇପ୍‌ କରନ୍ତି, ସେମାନଙ୍କୁ ଆଟାକ୍‌ କରିବା ପାଇଁ ସାଇବର ଅପରାଧୀମାନେ ପ୍ରସ୍ତୁତ ହୋଇରହିଥାନ୍ତି । ଏନେଇ ସାଇବର ସିକ୍ୟୁରିଟି କମ୍ପାନୀ SOPHOS ସୂଚନା ଦେଇଥିବା, ଏକ ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।

ଏହି ସଂସ୍ଥାର କହିବା କଥା, ୬ଟି ଏମିତି ଶବ୍ଦ ରହିଛି ଯାହାକୁ ଗୁଗୁଲରେ ଟାଇପ୍‌ କଲେ, ଆପଣଙ୍କୁ ଆଟାକ୍‌ କରିବା ପାଇଁ ସାଇବର ଅପରାଧୀଙ୍କୁ ସହଜ ହୋଇଥାଏ ।

ଯେଉଁମାନେ ଗୁଗୁଲ୍‌ରେ ଟାଇପ୍‌ କରିଥାନ୍ତି, ‘Are Bengal Cats legal in Australia?’ ଆଉ ତା’ପରେ ଗୁଗୁଲ୍‌ ପେଜ୍‌ରେ ପ୍ରଥମେ ଯେଉଁ ସବୁ ରେଜଲ୍ଟ ଆସେ, ସେହି ସବୁ ଲିଙ୍କରେ ବାରମ୍ବାର କ୍ଲିକ୍‌ କଲେ, ହ୍ୟାକର୍ସଙ୍କ ଶିକାର ହେବାର ସମ୍ଭାବନା ଅଧିକ ଥାଏ । ଏହାଦ୍ୱାରା ସେମାନେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ସବୁ ସଂଗ୍ରହ କରିଥାନ୍ତି । ତାପରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ମାଧ୍ୟମରେ ଆପଣଙ୍କୁ ଶିକାର କରିଥାନ୍ତି ।

SOPHOS କହିବାନୁଯାୟୀ, ଲୋକେ ଅଧିକାଂଶ ସମୟରେ ଲୋଭର ବଶବର୍ତ୍ତୀ ହୋଇ ଫ୍ରଡ୍‌ ଲିଙ୍କ୍ ଉପରେ କ୍ଲିକ୍‌ କରନ୍ତି । ଆଉ ସେହି ଲିଙ୍କ୍‌ ମାଧ୍ୟମରେ ସାଇବର ଆଟାକ୍‌ର ଶିକାର ହୋଇଥାନ୍ତି। ଏହି ଲୋଭନୀୟ ଲିଙ୍କ୍ ଗୁଡ଼ିକ ଏକ ପ୍ରକାର ସେମାନଙ୍କର ମାର୍କେଟିଂ ଷ୍ଟ୍ରାଟେଜୀ ।

ତଥ୍ୟରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଯଦି ଆପଣ ଗୁଗୁଲ୍‌ରେ ଅଷ୍ଟ୍ରେଲିଆ ଟାଇପ୍‌ କରନ୍ତି ତାହାଲେ ଆପଣ ସାଇବର ଅପରାଧୀଙ୍କ ନଜରକୁ ଆସନ୍ତି । ଅର୍ଥାତ୍‌ ଏଥିରୁ ଆମେ ବୁଝିପାରିବା ଯେ ଅଷ୍ଟ୍ରେଲିଆବାସୀ ଅଧିକ ସାଇବର ଆଟାକ୍‌ର ଶିକାର ହୋଇଥାନ୍ତି ।

SOPHOS ଏହା ମଧ୍ୟ ଜୋର ଦେଇ କହିଛି ଯେ, ଯେଉଁମାନେ ଗୁଗୁଲ୍‌ ପେଜ୍‌ରେ ଆସିଥିବା ପ୍ରଥମ ରେଜଲ୍ଟକୁ କ୍ଲିକ୍‌ କରିଥାନ୍ତି ସେମାନେ ସାଇବର ଆଟାକ୍‌ ଶିକାର ବେଶି ହୋଇଥାନ୍ତି । ସାଇବର ଅପରାଧୀ ତାଙ୍କର ସବୁ ତଥ୍ୟ ଚୋରି କରିନେଇଥାଏ । ବ୍ୟାଙ୍କ ଡିଟେଲ୍ସ ସହ ମୋବାଇଲରେ ଥିବା ଅନ୍ୟ ଗୋପନୀୟ ତଥ୍ୟ ଲିକ୍ ହୋଇଯାଏ । Gootloader ନାଁରେ ଥିବା ଏକ ପ୍ରୋଗ୍ରାମ୍‌ ମାଧ୍ୟମରେ ଏହି ସବୁ ତଥ୍ୟ ଚୋରି କରିଥାନ୍ତି ସାଇବର ଅପରାଧୀ । ଏହି ପ୍ରୋଗ୍ରାମ୍‌ର ଏମିତି ବି କ୍ଷମତା ଅଛି, ଯାହାଦ୍ୱାରା ଆପଣଙ୍କ ମୋବାଇଲ ବା କମ୍ପ୍ୟୁଟରକୁ ଲକ୍ କରିଦେଇପାରେ ।

ସାଇବର ଅପରାଧୀମାନେ ‘Bengal Cats’ ଶବ୍ଦକୁ ଯେମିତି ଟାର୍ଗେଟ୍‌ କରନ୍ତି, ସେମିତି ‘SEO Poisoning’ ନାଁରେ ମଧ୍ୟ ୟୁଜର୍ସଙ୍କୁ ଆଟାକ୍‌ କରନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now