Advertisment

ଟ୍ୱିଟର ୟୁଜର୍ସଙ୍କ ପାଇଁ ଖୁସି ଖବର: ଖୁବ୍‌ଶୀଘ୍ର କଲ୍‌ ସହ ଭିଡିଓ ଚାଟ୍‌ ମଧ୍ୟ କରିପାରିବେ...

ଖୁବ୍‌ଶୀଘ୍ର ଟ୍ୱିଟରରେ ନୁଆ ଫିଚର ସାମିଲ ହେବାକୁ ଯାଉଛି। ମାଇକ୍ରୋ ବ୍ଲଗିଂ ପ୍ଲାଟ୍‌ଫର୍ମ ଟ୍ୱିଟରର ସିଇଓ ତଥା ବିଜ୍‌ନେସ୍‌ମ୍ୟାନ୍‌ ଏଲନ ମସ୍କ ଏନେଇ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Twitter Calling Feature

Twitter To Allow Calls Soon

Advertisment

ଟ୍ୱିଟର ୟୁଜର୍ସଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ଟ୍ୱିଟର(Twitter)ରେ ନୁଆ ଫିଚର ସାମିଲ ହେବାକୁ ଯାଉଛି। ମାଇକ୍ରୋ ବ୍ଲଗିଂ ପ୍ଲାଟ୍‌ଫର୍ମ ଟ୍ୱିଟରର ସିଇଓ ତଥା ବିଜ୍‌ନେସ୍‌ମ୍ୟାନ୍‌ ଏଲନ ମସ୍କ ଏନେଇ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଟ୍ୱିଟ୍‌ କରି ପ୍ଲାଟ୍‌ଫର୍ମରେ ସାମିଲ ହେବାକୁ ଥିବା କଲ୍‌ ଓ ଏନ୍‌କ୍ରିପ୍ଟେଡ୍‌ ମେସେଜିଂ ସମେତ ନୂଆ ସୁବିଧା ସମ୍ପର୍କରେ ଏଲନ ମସ୍କ ସୂଚନା ଦେଇଛନ୍ତି।

Advertisment

ଟ୍ୱିଟ୍‌ କରି ମସ୍କ କହିଛନ୍ତି, ଆପ୍‌ର ଲାଟେଷ୍ଟ ଭର୍ସନରେ ଏବେ ୟୁଜର୍ସ ଖୁବ୍‌ଶୀଘ୍ର ଥ୍ରେଡ୍‌ରେ କୌଣସି ମେସେଜର ରିପ୍ଲାଏ କରିପାରିବେ। କେବଳ ଏତିକି ନୁହେଁ ଏହି ରିପ୍ଲାଏରେ ଆପଣ ଇମୋଜିର ମଧ୍ୟ ବ୍ୟବହାର କରିପାରିବେ। ମସ୍କ ଆହୁରି କହିଛନ୍ତି ଯେ, ଖୁବ୍‌ଶୀଘ୍ର ଟ୍ୱିଟର ହ୍ୟାଣ୍ଡେଲ୍‌ରେ ଆପଣ ଭଏସ୍‌ ଓ ଭିଡିଓ ଚାଟ୍‌ର ସୁବିଧା ପାଇ ପାରିବେ। ଯଦି ବି ଆପଣ କାହାକୁ ନିଜ ଫୋନ୍‌ ନମ୍ବର ଶେୟାର କରି ନାହାନ୍ତି, ଏହାସତ୍ତ୍ୱେ ମଧ୍ୟ ଆପଣ କଥା ହୋଇପାରିବେ। ତେବେ ଏହି କଲ୍‌ ଏନ୍‌କ୍ରିପ୍ଟେଡ୍‌ ହେବ କି ନାହିଁ ସେ ସମ୍ପର୍କରେ ମସ୍କ ସ୍ପଷ୍ଟ କରି ନାହାନ୍ତି। 

Advertisment

ସୂଚନାଥାଉ କି, ଏହା ପୂର୍ବରୁ ସୋମବାର ଦିନ ମସ୍କ ଏକ ଟ୍ୱିଟ୍‌ କରି କହିଥିଲେ, ଦୀର୍ଘ ଦିନ ଧରି ଇନ୍‌ଆକ୍ଟିଭ୍‌ ଥିବା ଆକାଉଣ୍ଟ ଗୁଡ଼ିକୁ ହଟାଇ ଦିଆଯିବ। ଏହି ଆକାଉଣ୍ଟ ଗୁଡ଼ିକ ମଧ୍ୟରେ ଏମିତି କିଛି ଆକାଉଣ୍ଟ ରହିଛି ଯେଉଁଥିରୁ ଅନେକ ବର୍ଷ ଧରି କୌଣସି ଟ୍ୱିଟ୍‌ କିମ୍ବା ଲଗ୍‌-ଇନ୍‌ ହୋଇନାହିଁ। ଏଥିରୁ ବର୍ତ୍ତିବା ପାଇଁ ୟୁଜର୍ସ ମାସକୁ ଅନ୍ତତଃ ଥରେ ଆକାଉଣ୍ଟ ଲଗ୍‌-ଇନ୍‌ କରିବା ଜରୁରୀ। ଫଳରେ ତାଙ୍କର ଆକାଉଣ୍ଟ ଡିଆକ୍ଟିଭେଟ୍‌ରୁ ବର୍ତ୍ତି ପାରିବ। 

Twitter Elon Musk
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ