Advertisment

Technology: ଆପଣଙ୍କ କଲ୍ ରେକର୍ଡିଂ ହେଉନି ତ… ଏହି ସଂକେତ ଜଣେଇ ଦେବ

କେହି କେବେ ଗ୍ୟାରେଣ୍ଟି ଦେଇ ପାରିବେ ନାହିଁ ଯେ ଆପଣ ଯାହା କଥା ହେଉଛନ୍ତି ତାହା କେହି ରେକର୍ଡ କରୁନାହାଁନ୍ତି ବୋଲି। ଯଦି ଆପଣ କିଛି କୌଶଳ ଅବଲମ୍ବନ କରନ୍ତି ଏବଂ ସତର୍କତା ଅବଲମ୍ବନ କରନ୍ତି, ତେବେ ଆପଣ ସହଜରେ ଜାଣିପାରିବେ ଯେ ଆପଣଙ୍କର କଲ୍ ରେକର୍ଡ ହେଉଛି କି ନାହିଁ।

author-image
Pramod Behera
ଅଦ୍ୟତନ ହୋଇଛି
Call Recording identify tips

Call Recording identify tips

ଯେତେବେଳେ ବି ଆମେ ଫୋନରେ କାହା ସହିତ କଥା ହେଉ, ଆମେ ଚାହୁଁନାହୁଁ ଯେ ସେହି କଥା ଆଉ କୌଣସି ତୃତୀୟ ବ୍ୟକ୍ତିଙ୍କ ନିକଟରେ ପହଞ୍ଚୁ। କିନ୍ତୁ, ସ୍ମାର୍ଟଫୋନରେ କଥାବାର୍ତ୍ତା କରିବା ସମୟରେ କଲ୍ ରେକର୍ଡିଂ ହେବାର ଆଶଙ୍କା ମଧ୍ୟ ଅଛି। ଏମିତି ଅନେକ ଦେଶ ମଧ୍ୟ ଅଛି ଜେଉଁଠି କଲ୍ ରେକର୍ଡିଂ ବେଆଇନ୍ ଏବଂ ଏହି କାରଣରୁ ଗୁଗୁଲ୍‌ କଲ୍ ରେକର୍ଡିଂ ପାଇଁ ତୃତୀୟ ପକ୍ଷ ଆପ୍ ସମର୍ଥନ କରିବା ବନ୍ଦ କରିଦେଇଛି।

Advertisment

ଅନେକ ସ୍ମାର୍ଟଫୋନ୍ କମ୍ପାନୀ ମଧ୍ୟ ବର୍ତ୍ତମାନ ଏପରି କିଛି ଫିଚର ପ୍ରଦାନ କରୁଛନ୍ତି ଯାହା ଦ୍ୱାରା କଲ୍ ରେକର୍ଡ ହେବାବେଳେ ଆପଣ ଏକ ବାର୍ତ୍ତା ପାଇପାରିବେ। ଅନେକ ବ୍ରାଣ୍ଡ୍‌ ଅଛି ଯାହାର କଲ୍ ରେକର୍ଡିଂର ଫିଚର୍ ମଧ୍ୟ ଅଛି, ତେଣୁ କଲ୍ ରେକର୍ଡ ହେବାର ଆଶଙ୍କା ରହିଛି।

ଅଧିକ ପଢ଼ନ୍ତୁ: Technology: ମୋବାଇଲ୍‌ରୁ ଫଟୋ ଡିଲିଟ୍ ହୋଇଗଲେ ଚିନ୍ତା ନାହିଁ; ଏମିତି କଲେ ସବୁ ଫଟୋ ହୋଇଯିବ ରିଷ୍ଟୋର୍

Advertisment

କେହି କେବେ ଗ୍ୟାରେଣ୍ଟି ଦେଇ ପାରିବେ ନାହିଁ ଯେ ଆପଣ ଯାହା କଥା ହେଉଛନ୍ତି ତାହା କେହି ରେକର୍ଡ କରୁନାହାଁନ୍ତି ବୋଲି। ଯଦି ଆପଣ କିଛି କୌଶଳ ଅବଲମ୍ବନ କରନ୍ତି ଏବଂ ସତର୍କତା ଅବଲମ୍ବନ କରନ୍ତି, ତେବେ ଆପଣ ସହଜରେ ଜାଣିପାରିବେ ଯେ ଆପଣଙ୍କର କଲ୍ ରେକର୍ଡ ହେଉଛି କି ନାହିଁ। ତେବେ ଆସନ୍ତୁ ଏମିତି କିଛି ଟିପ୍ସ ଜାଣିବା ଯେ ଅନ୍ୟ ପଟେ ଥିବା ବ୍ୟକ୍ତି ଆପଣଙ୍କ କଲ୍ ରେକର୍ଡିଂ କରୁଛନ୍ତି କି ନାହିଁ।

କଲ୍ ରେକର୍ଡିଂ ବେଳେ ଆସୁଥିବା ସଂକେତ:

  • ଯଦି କେହି ତୃତୀୟ ପକ୍ଷ ଆପ୍‌ରୁ କଲ୍ ରେକର୍ଡିଂ ହେଉଛି, ତେବେ ରେକର୍ଡିଂ ଆରମ୍ଭ ହେବା ମାତ୍ରେ This Call is now being recorded ବୋଲି ଆପଣ ଶୁଣିପାରିବେ।
  • ଯଦି କେହି ପୁରୁଣା ସ୍ମାର୍ଟଫୋନରୁ କଲ୍ ରେକର୍ଡ କରନ୍ତି, ତେବେ ଆପଣ କଲ୍ ଆରମ୍ଭରେ ଏକ ବିପ୍ ଶୁଣିବେ।| ଆପଣ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।
  • ଯଦି ଆପଣ କଲ୍ ସମୟରେ ବାରମ୍ବାର ବିପିଙ୍ଗ୍ ଶବ୍ଦ ଶୁଣୁଛନ୍ତି, ଏହାର ଅର୍ଥ ଆପଣଙ୍କର କଲ୍ ରେକର୍ଡ ହେଉଛି।
  • ଅନେକ ଥର ହ୍ୟାକର୍‌ମାନେ ମୋବାଇଲରେ କଲ୍ ରେକର୍ଡିଂ ସଫ୍ଟୱେର୍ ମଧ୍ୟ ଇନ୍‌ଷ୍ଟଲ୍ କରନ୍ତି ଯାହା ଦ୍ୱାରା କଲ୍ ରେକର୍ଡିଂ ହୋଇପାରେ।
  • ଯଦି ଆପଣ ଆପଣଙ୍କର ସ୍ମାର୍ଟଫୋନର ଡିସ୍‌ପ୍ଲେ ଉପରେ ମାଇକ୍ ଆଇକନ୍ ଦେଖନ୍ତି, ତେବେ ଆପଣ ଜାଣନ୍ତୁ ଯେ କଲ୍ ରେକର୍ଡ ହେଉଛି।
  • ଯଦି କେହି ପ୍ରତ୍ୟେକ ଥର ଆପଣଙ୍କ କଲ୍‌କୁ ସ୍ପିକରରେ ରଖି କଥାବାର୍ତ୍ତା କରୁଛନ୍ତି, ତେବେ ଏହା ସମ୍ଭବ ଯେ ସେ ଅନ୍ୟ ଫୋନରେ କଲ୍ ରେକର୍ଡିଂ କରୁଛନ୍ତି।

ଅଧିକ ପଢ଼ନ୍ତୁ: Technology: ସ୍ମାର୍ଟଫୋନ୍‌ରେ ପାଣି ପଶିଗଲେ ଘରେ କରନ୍ତୁ ଠିକ୍; ଜାଣନ୍ତୁ ଟିପ୍ସ

Call Recording Tips And Trick
Advertisment
Advertisment