• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଛରେ ପଡିଲା ଗୁଗୁଲ । ନମ୍ୱର ଓ୍ୱାନ ହେଲା ଟିକଟକ୍ । ଆମେରିକୀୟ ଇଣ୍ଟରନେଟ୍ କମ୍ପାନୀ ଗୁଗୁଲକୁ କାଟି ବିଶ୍ୱରେ ୧ ନମ୍ୱର ସ୍ଥାନରେ ପହଞ୍ଚିଛି ଚୀନର କ୍ଷୁଦ୍ର ଭିଡିଓ ଆପ୍ ଟିକଟକ୍ । ୨୦୨୧ରେ ବିଶ୍ୱର ସର୍ବାଧିକ ଲୋକ ଟିକଟକକୁ ଦେଖିଛନ୍ତି । ଫଳରେ ଏହା ବିଶ୍ୱର ସବୁଠାରୁ ଲୋକପ୍ରିୟ ଇଣ୍ଟରନେଟ ସାଇଟରେ ପରିଣତ ହୋଇ ପାରିଛି ବୋଲି ଏକ ରିପୋର୍ଟରୁ ଜଣାପଡିଛି ।

ଆଇଟି ସିକ୍ୟୁରିଟି କମ୍ପାନି କ୍ଲାଉଟଫ୍ଲେରର ରିପୋର୍ଟ ଅନୁଯାୟୀ, ୨୦୨୧ ଫେବ୍ରୁଆରି, ମାର୍ଚ୍ଚ ଓ ଜୁନ ମାସରେ ଗୁଗୁଲ ତୁଳନାରେ ଅଧିକ ଲୋକ ଟିକଟକ ସାଇଟ୍ ଭିଜିଟ କରିଛନ୍ତି । ସେହିପରି ଗତ ଅଗଷ୍ଟଠାରୁ କ୍ରମାଗତ ଭାବେ ଟିକଟକ୍ ନଂ୧ ସ୍ଥାନରେ ରହି ଆସୁଛି । ଟିକଟକ ଲୋକପ୍ରିୟତା ବଢିବାର ପ୍ରମୁଖ କାରଣ ହେଉଛି କୋଭିଡ୍ ମହାମାରୀ । ଗତ ବର୍ଷ କରୋନା ଆସିବା ପରେ ବିଭିନ୍ନ ଦେଶରେ ଲକଡାଉନ ଲାଗୁ କରାଯାଇଥିଲା । ଲୋକମାନେ ଘରେ ରହିବା ପରେ ମନୋରଂଜର ପ୍ରମୁଖ ମାଧ୍ୟମ ପାଲଟି ଯାଇଥିଲା ଟିକଟକର ମଜାଦାର ଭିଡିଓ ।

୨୦୨୦ ପର୍ଯ୍ୟନ୍ତ ସାରା ବିଶ୍ୱରେ ଗୁଗୁଲ ସବୁଠାରୁ ଲୋକପ୍ରିୟ ଇଣ୍ଟରନେଟ ସାଇଟ ଥିଲା । ତେବେ ପ୍ରଥମ ୧୦ ସ୍ଥାନରେ ଥିଲେ ଟିକଟକ, ଆମାଜନ, ଆପଲ, ଫେସବୁକ, ମାଇକ୍ରୋସଫ୍ଟ, ନେଟଫ୍ଲିକ୍ସ ପରି ପପୁଲାର ସାଇଟ୍ । ହେଲେ ଗତ ବର୍ଷ ଠାରୁ ଭାରତରେ ଟିକଟକକୁ ନିଷିଦ୍ଧ କରାଯାଇଛି । ଗଲୱାନ ଠାରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ଭାରତ ସରକାର ଏପରି ପଦକ୍ଷେପ ନେଇଛନ୍ତି ।