• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଘର ଭିତରେ ଲାଇଟ ୱେବ ସାହାଯ୍ୟରେ ଡାଟା ଉପଲବ୍ଧ ହେବ । ଗ୍ରାହକଙ୍କ ଉପରେ ରେଡିଏସନର ପ୍ରଭାବ ଦୂର ହେବ । ଏହା ଦ୍ବାରା ଡାଟା ଓ ଇଣ୍ଟରନେଟ ଉପରେ ନିର୍ଭର କରୁଥିବା କୋଟି କୋଟି ଲୋକ ନିଜେ ସୁରକ୍ଷିତ ରହିପାରିବେ । ଏଭଳି ଏକ ଗବେଷଣାରେ ଅପୂର୍ବ ସଫଳତା ଅର୍ଜନ କରିଛନ୍ତି ନବୋଦୟ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀର ଛାତ୍ର ଜ୍ଞାନରଞ୍ଜନ ମିଶ୍ର । ବିନା ୱାଇ ଫାଇରେ ଇଣ୍ଟରନେଟ, ଲାଇଟ ଜଳିଲେ ଚାଲିବ ନେଟ । ୱାଇ ଫାଇ ପରେ ବର୍ତ୍ତମାନ ଲାଇଫାଇ ।

ଘର ଭିତରେ ଲାଇଟ ୱେବ ସାହାଯ୍ୟରେ ଡାଟା ଉପଲବ୍ଧ ହେବ । ରେଡିଏସନର ପ୍ରଭାବ ଦୂର ହେବ । ଡାଟା ଓ ଇଣ୍ଟରନେଟ ଉପରେ ନିର୍ଭର କରୁଥିବା କୋଟି କୋଟି ଲୋକ ସୁରକ୍ଷିତ ରହିପାରିବେ । ଏଭଳି ଏକ ଗବେଷଣାରେ ଅପୂର୍ବ ସଫଳତା ଅର୍ଜନ କରିଛନ୍ତି ନବୋଦୟ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀର ଛାତ୍ର ଜ୍ଞାନରଞ୍ଜନ ମିଶ୍ର । ଏବେ ୱାଇ ଫାଇର ବହୁଳ ବ୍ୟବହାର ହେଉଛି । ଯଦ୍ବାରା ଶରୀର ଉପରେ ୱେବ୍ ରେଡିଏସନର କୁପ୍ରଭାବ ପଡୁଛି । ଏଥିରୁ ରକ୍ଷା କରିବା ସହ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି ଜ୍ଞାନରଞ୍ଜନ । ବିଶ୍ବ ସ୍ତରରେ ବିଭିନ୍ନ ଦେଶର ଛାତ୍ର ସମୁହଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିବା ଭିନ୍ନ ଭିନ୍ନ ପ୍ରକଳ୍ପର ପ୍ରତିଯୋଗୀତା ଓ ଗବେଷଣା ପାଇଁ ଭାରତର ପ୍ରତିନିଧିତ୍ବ କରି ଜ୍ଞାନରଞ୍ଜନଙ୍କୁ ନିକଟରେ ମିଳିଛି ୫ ଟି ଗୋଲ୍ଡ ମେଡାଲ୍ । ଅନ୍ୟପଟେ ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି ଆନ୍ତର୍ଜାତୀୟ ସଂସ୍ଥା ।

କୋଭିଡ୍ ସମୟରେ ନବୋଦୟ କେନ୍ଦ୍ରୀୟ ବିଦ୍ୟାଳୟରେ ୯ ମ ଶ୍ରେଣୀରେ ପଢୁଥିଲେ ଜ୍ଞାନରଞ୍ଜନ । ଘରେ ବସିବସି କିଛି ପୁରୁଣା ଭଙ୍ଗାତୁଟା ସାମଗ୍ରୀ ବ୍ୟବହାର କରି ଏହା ଉପରେ ଆରମ୍ଭ କରିଥିଲେ ଗବେଷଣା । ନିରନ୍ତର ଭାବେ ଦୀର୍ଘ ଦୁଇବର୍ଷ ଧରି ନିଜର ଅଧ୍ୟବସାୟ ଦ୍ୱାରା ସେ ଲାଇ ଫାଇ ଆବିଷ୍କାର କରିବାକୁ ସକ୍ଷମ ହୋଇଛନ୍ତି ।

ଆଗାମୀ ଦିନରେ ସୂର୍ଯ୍ୟାଲୋକ ଦ୍ବାରା ଏହାକୁ କାର୍ଯ୍ୟକ୍ଷମ କରିବା ସମ୍ଭବ କରିବାକୁ ସେ ନିଜର ଗବେଷଣା ଜାରି ରଖିଛନ୍ତି । ୧୫୦ ଦେଶର ଛାତ୍ରଛାତ୍ରୀଙ୍କ ନେଇ ଗଠିତ ହୋଇଥିବା ଆନ୍ତର୍ଜାତୀୟ ସଂଗଠନର ମଧ୍ୟ ନେତୃତ୍ବ ନେଉଛନ୍ତି ସେ । ନିଜର ଏଭଳି ଗବେଷଣାତ୍ମକ ଚିନ୍ତାଧାରା ପାଇଁ ବିଶ୍ବର ବିଭିନ୍ନ ଦେଶରୁ ମଧ୍ୟ ତାଙ୍କ ନିକଟକୁ ଆସୁଛି ନିମନ୍ତ୍ରଣ । ତେବେ ସରକାରୀ ସହାୟତା ଏବଂ ସହଯୋଗ ମିଳିଲେ ଏହାକୁ ବ୍ୟାପକ ଭାବରେ ବ୍ୟବହାର କରାଯାଇ ଏହାର ସଦୁପଯୋଗ କରାଯାଇପାରିବ ବୋଲି କହିଛନ୍ତି ଜ୍ଞାନରଞ୍ଜନ ।

ଆଧୁନିକ ଯୁଗରେ ଇଣ୍ଟରନେଟକୁ ଆଧାର କରି ସାରା ବିଶ୍ବରେ ବୈଜ୍ଞାନିକ ମାନେ ନୂଆନୂଆ ଉପକରଣ ମାନ ନିର୍ମାଣ କରିବାରେ ଲାଗିଛନ୍ତି । ଏଭଳି ସ୍ଥିତିରେ ଯାଜପୁରର ଜ୍ଞାନରଞ୍ଜନଙ୍କ ଲାଇ ଫାଇ ଭଳି ନେଟୱର୍କ ସିଷ୍ଟମର ଆବିଷ୍କାର ଚିନ୍ତାଧାରା ବେଶ୍ ପ୍ରଶଂସନୀୟ ।

  • Reported by:
  • JANMEJAY DASH