• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିପଦ ଆଣିପାରେ କୃତ୍ରିମ ବୁଦ୍ଧିମତା(Artificial intelligence) । ମଣିଷ ସମାଜକୁ ଧ୍ୱଂସମୁଖୀ ଆଡ଼କୁ ଆଗେଇନେବାର କରିବାର କ୍ଷମତା ରଖୁଛି । ସିଧା ଅର୍ଥରେ କୁହାଗଲେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ହେଉଛି, ଏପରି ଏକ ଯନ୍ତ୍ର ଯାହା ମନୁଷ୍ୟର ଭଳି ଚିନ୍ତା କରି ନୂଆ ଜିନିଷ ଶିଖେ ଏବଂ ସମସ୍ୟାର ସମାଧାନ କରିପାରେ । ଏଭଳି ସ୍ଥିତିରେ ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ ଏଆଇକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । କାରଣ ଭୁଲ୍‌ ହାତକୁ ଚାଲିଗଲେ କିମ୍ବା ଭୁଲ କାମରେ ଏହି ପ୍ରଯୁକ୍ତି ବିଦ୍ୟାକୁ ନିୟୋଜିତ କଲେ ସମାଜ ପାଇଁ କ୍ଷତିକାରଣ ସାବ୍ୟସ୍ତ ହେବ ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି ।

ଏଆଇର ନକରାତ୍ମକ ଦିଗ କଥା ଚିନ୍ତା କଲେ ରାତି ସାରା ଶୋଇପାରନ୍ତି ନାହି । ଏଆଇର ପରିଚାଳନା ପାଇଁ ନୂତନ ନିୟମାବଳୀ ହେବା ଉଚିତ୍‌ । ଭୁଲ୍ କାମରେ ନିୟୋଜିତ ହେଲେ ଏହା ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ସେଥିପାଇଁ ଏବେସୁଦ୍ଧା ଆମ ପାଖରେ କୌଣସି ଉତ୍ତର ନାହିଁ । କାରଣ ପ୍ରଯୁକ୍ତିବିଦ୍ୟା ଯେପରି ଦ୍ରୁତ ଗତିରେ ପ୍ରସାର ହେଉଛି, କିଛି ବି କହିବା ଅସମ୍ଭବ ।

ଅଧିକ ପଢ଼ନ୍ତୁ: ୨୧ ବର୍ଷରେ ଅବିକଳ ଏମିତି ଦିଶୁଥିଲେ ଭଗବାନ ଶ୍ରୀରାମ ! AI ଜାରିକଲା ଫଟୋ

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭବିଷ୍ୟତରେ ଏଆଇ ପାଇଁ ଚାକିରି କ୍ଷେତ୍ର ମଧ୍ୟ ପ୍ରଭାବିତ ହେବ । ଲେଖକ, ଆକାଉଣ୍ଟାଣ୍ଟ, ଆର୍କିଟେକ୍ଟ ଏବଂ ସଫ୍ଟୱେର ଇଞ୍ଜିନିୟରର ଆଦି ଚାକିରି କ୍ଷେତ୍ର ପ୍ରଭାବିତ ହେବ ବୋଲି ସେ ପିଚାଇ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏଆଇର ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆଣିବା ଉଚିତ ବୋଲି ସେ ମତ ଦେଇଛନ୍ତି ।  ଏଥିସହିତ ଅପବ୍ୟବହାର କରୁଥିବା ଲୋକଙ୍କୁ ଦଣ୍ଡିତ କରିବା ପାଇଁ ଆଇନ ହେବା ଆବଶ୍ୟକ ବୋଲି । ଏଥିପାଇଁ ଗଭୀର ଭାବେ ଚିନ୍ତା କରିବାକୁ ହେବ । କେବଳ କମ୍ପାନି ନୁହେଁ ସମାଜକୁ ଏ ସଂପର୍କରେ ଚିନ୍ତା କରିବାକୁ ପଡ଼ିବ ।