Advertisment

ଦୁର୍ଘଟଣା ରୋକିବ ଡିଭାଇସ୍‌: ଡ୍ରାଇଭରଙ୍କ ଆଖି ଲାଗିଲେ ଭାଙ୍ଗିଦେବ ନିଦ

ମନେକର ଗାଡ଼ି ଚଲାଉଥିବେ, ସେତିକି ବେଳେ ନିଦ ଲାଗିଗଲା... କଣ କରିବେ ?

author-image
Chandan Shishu
ଅଦ୍ୟତନ ହୋଇଛି
Driver Anti Sleep Device

Students discovered anti-sleep alarm device for drivers safety

ଦୁର୍ଘଟଣା ରୋକିବାକୁ ଅଭିନବ ଉଦ୍ଭାବନ। ଗାଡି ଚଳାଇବାବେଳେ ଆଖି ଲାଗି ଆସିଲେ ନିଦ ଭାଙ୍ଗିଦେବ ଆଣ୍ଟି ସ୍ଲିପ ଆଲାରାମ ଡିଭାଇସ। ଇନ୍ଦୋରର ୫ ଛାତ୍ର ଏଭଳି ଏକ ଇଲେକଟ୍ରୋନିକ ଡିଭାଇସ ପ୍ରସ୍ତୁତ କରିଛନ୍ତି। ଯାହା ଗାଡି ଚାଳକଙ୍କ ପାଇଁ ବେଶ ଉପଯୋଗୀ । ଗାଡି ଚଲାଉ ଚଲାଉ ଯଦି ନିଦ ଲାଗିଯାଏ ଏଭଳି ସ୍ଥିତିରେ ନିଦ୍ରାଭଙ୍ଗ କରିବ ଏହି ଆଣ୍ଟି ସ୍ଲିପ ଆଲାରାମ ଡିଭାଇସ।

Advertisment

ପ୍ରଥମେ ଏହି ଡିଭାଇସକୁ ଗାଡିର ମେକାନିଜିମ ସହ କନେକ୍ଟ କରାଯାଇଥାଏ ଓ ଚଷମା ସହ ଲିଙ୍କ କରାଯାଏ। ଏହି ଚଷମାକୁ ଡ୍ରାଇଭିଙ୍ଗ ସମୟରେ ପିନ୍ଧିବାକୁ ପଡିଥାଏ। ଡ୍ରାଇଭର ୫ ସେକେଣ୍ଡରୁ ଅଧିକ ସମୟ ପର୍ଯ୍ୟନ୍ତ ଆଖି ବନ୍ଦ କଲେ ତୁରନ୍ତ ସେନସର ଆକ୍ଟିଭ ହେବା ସହ ସାଇରନ ବାଜିଥାଏ, ଏଭଳିକି ଯଦି ସାଇରନ ବାଜିବା ସତ୍ବେ ମଧ୍ୟ ଡ୍ରାଇଭର ଆଖି ଖୋଲିନଥାଏ ତେବେ ଗାଡିର ଚକ ସହ କନେକ୍ଟ ହୋଇଥିବା ଡିଭାଇସ ଯୋଗୁ ଆପେ ଆପେ ବେଗ ହ୍ରାସ ପାଇ ଗାଡି ରହିଯାଇଥାଏ।

Advertisment

ଇନ୍ଦୋରର ଶ୍ରୀ ଗୋବିନ୍ଦରାମ ସେକସାରିଆ ଇନଷ୍ଟିଚ୍ୟୁଟର ୫ ଛାତ୍ର ଏହି ଡିଭାଇସକୁ ପ୍ରସ୍ତୁତ କରିଛନ୍ତି। ଏହି ଡିଭାଇସଟିକୁ ପ୍ରସ୍ତୁତ କରିବାପାଇଁ ୩ ସପ୍ତାହ ସମୟ ଲାଗିଥିଲା । ଏହାକୁ ଚଷମା ସହ ଗାଡିର କାଚରେ ବି କନେକ୍ଟ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ଛାତ୍ରମାନେ। ତେବେ ପ୍ରାରମ୍ଭିକ ଭାବେ ଏହା ଏକ ମଡେଲ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ଅଧିକ ବିକଶିତ କରାଯାଇ ଏକ କମ୍ପାନୀ ମାଧ୍ୟମରେ ମାର୍କେଟରେ ଲଞ୍ଚ କରାଯିବାକୁ ଯୋଜନା ରଖାଯାଇଛି।

Road Accident
Advertisment
Advertisment