Some tips to protect whatsapp chats
ଭାରତ ସମେତ ଅନେକ ଦେଶରେ ଚାଟିଂ ପାଇଁ ଲୋକେ ହ୍ୱାଟ୍ସଆପ୍ ବ୍ୟବହାର କରନ୍ତି। ଏହି ଲୋକପ୍ରିୟ ଆପ୍ ମାଧ୍ୟମରେ ଲୋକମାନେ ସହଜରେ ଟେକ୍ସଟ୍, ଇମେଜ୍, ଭିଡିଓ ଏବଂ ଅଡିଓ କଣ୍ଟେଣ୍ଟ ପଠାଇ ପାରନ୍ତି। ଏହି ପ୍ଲାଟ୍ଫର୍ମ ସମ୍ପୂର୍ଣ୍ଣ ମାଗଣା।
ଏପରି ପରିସ୍ଥିତିରେ, ସୋସିଆଲ ମିଡିଆର ଏହି ପ୍ଲାଟ୍ଫର୍ମ ଏହାର ଉପଭୋକ୍ତାମାନଙ୍କର ଗୋପନୀୟତା ସୁରକ୍ଷା ପାଇଁ ଅନେକ ଫିଚର୍ ମଧ୍ୟ ପ୍ରଦାନ କରିଚାଲିଛି, ଯାହା ଦ୍ୱାରା ଲୋକଙ୍କର ତଥ୍ୟ ସୁରକ୍ଷିତ ରହିବ। ଏଠାରେ ଆଉ କିଛି ଟିପ୍ସ ଜାଣି ନିଅନ୍ତୁ ଯାହା ଦ୍ୱାରା ଆପଣ ନିଜ ହ୍ୱାଟ୍ସଆପ୍ କଣ୍ଟେଣ୍ଟକୁ ଅଧିକ ସୁରକ୍ଷିତ ରଖିପାରିବେ।
ଡିସ୍ଆପିୟରିଂ ମେସେଜ୍:
ଯଦି ଆପଣଙ୍କୁ ଲାଗୁଛି ଯେ କେହି ଆପଣଙ୍କ ଚାଟ୍ ଏବଂ ବାର୍ତ୍ତାଳାପ ଉପରେ ନଜର ରଖିଛନ୍ତି, ତେବେ ଆପଣ Disapearing Massage ଫିଚର୍ର ଲାଭ ଉଠାଇ ପାରିବେ। ଏହି ଫିଚର୍ ମାଧ୍ୟମରେ ସମସ୍ତ ଚାଟ୍ ଏକ ନିର୍ଦ୍ଦିଷ୍ଟ ସମୟ ପରେ ସ୍ୱୟଂଚାଳିତ ଭାବରେ ଡିଲିଟ୍ ହୋଇଯିବ। ଏଥିରେ ଆପଣ ୨୪ ଘଣ୍ଟା, ୭ଦିନ ଏବଂ ୯୦ଦିନର ବିକଳ୍ପ ପାଇବେ।
ଅଧିକ ପଢ଼ନ୍ତୁ: ହ୍ୱାଟସ୍ଆପ୍ର ଧମକ, ଆମ କଥା ନ ଶୁଣିଲେ ଭାରତ ଛାଡ଼ିବୁ
ଚାଟ୍ ଲକ୍ ଅନ୍:
ଚାଟ୍ଗୁଡ଼ିକୁ ଅଧିକ ସୁରକ୍ଷିତ କରିବାକୁ ଆପଣ ଚାଟ୍ ଲକ୍ ଫିଚର୍ର ସାହାଯ୍ୟ ନେଇପାରିବେ। ଏହି ଫିଚର୍ ଆରମ୍ଭ କରିବା ପରେ, ଡିଭାଇସରେ କେହି ବେଆଇନ ଭାବେ ଆକ୍ସେସ୍ କରିବାକୁ ସକ୍ଷମ ହେବେ ନାହିଁ। ଏହି ଫିଚର୍ ଅଧୀନରେ, ଚାଟଲକ୍ ମାଧ୍ୟମରେ ଲୋକେ ଯେକୌଣସି ବ୍ୟକ୍ତିଗତ ଚାଟ୍ କିମ୍ବା ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାଳାପକୁ ସୁରକ୍ଷିତ କରିପାରିବେ।
ଏଣ୍ଡ୍-ଟୁ-ଏଣ୍ଡ୍ ଏନକ୍ରିପସନ୍ ଡିଫଲ୍ଟ:
ହ୍ୱାଟ୍ସଆପ୍ ଏହାର ଉପଭୋକ୍ତାମାନଙ୍କୁ ଏଣ୍ଡ୍-ଟୁ-ଏଣ୍ଡ୍ ଏନକ୍ରିପସନ୍ ଫିଚର୍ର ସୁବିଧା ଦେଇଛି। ଏହି ଫିଚର୍ ସାହାଯ୍ୟରେ, ଆପଣ ସମସ୍ତ ଚାଟ୍କୁ ସୁରକ୍ଷିତ କରିପାରିବେ। ଏହି ଫିଚର୍କୁ ଅନ୍ କରିବା ପରେ ହ୍ୱାଟ୍ସଆପ୍ ନିଜେ ମଧ୍ୟ ବ୍ୟବହାରକାରୀଙ୍କ ଚାଟ୍ ପଢିପାରିବ ନାହିଁ।
ସ୍ପାମ୍ରୁ ସୁରକ୍ଷା:
ଉପଭୋକ୍ତାମାନଙ୍କର କଣ୍ଟେଣ୍ଟକୁ ସୁରକ୍ଷିତ ରଖିବା ପାଇଁ କମ୍ପାନୀ ଅନ୍ନୋନ୍ ଏବଂ ସ୍ପାମ୍ କଲ୍ ବିରୁଦ୍ଧରେ ‘ସାଇଲେନ୍ସ ଅନ୍ନୋନ୍ କଲର୍’ ଫିଚର୍ ଆଣିଛି। ଏହି ଫିଚର୍ ଉପଭୋକ୍ତାମାନଙ୍କୁ ଯେକୌଣସି ପ୍ରକାର ସ୍କାମ୍ରୁ ରକ୍ଷା କରିଥାଏ। କଲ୍ ସମୟରେ ଏହା IP ଆଡ୍ରେସ୍କୁ ମଧ୍ୟ ସୁରକ୍ଷିତ ରଖେ।
ଏନ୍କ୍ରିପ୍ଟେଡ୍ କ୍ଲାଉଡ୍ ବ୍ୟାକ୍ଅପ୍:
ବ୍ୟାକ୍ଅପ୍ କଣ୍ଟେଣ୍ଟକୁ ସୁରକ୍ଷିତ ରଖିବା ପାଇଁ ଏନ୍କ୍ରିପ୍ଟେଡ୍ କ୍ଲାଉଡ୍ ବ୍ୟାକ୍ଅପ୍ ଫିଚର ରହିଛି। ଏହି ଫିଚର୍ ସାହାଯ୍ୟରେ, ଅନ୍ୟ କମ୍ପାନୀଗୁଡିକ ଠାରୁ ଲୋକଙ୍କ କ୍ଲାଉଡ୍ ବ୍ୟାକ୍ଅପ୍ ସୁରକ୍ଷିତ ରହିଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1714311864.jpg)