Smartphone is the biggest base of bacteria here how to clean it
ଆଜିର ଡିଜିଟାଲ ଯୁଗରେ ସ୍ମାର୍ଟଫୋନ୍ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଯାଇଛି। ଡାଇନିଂ ଟେବୁଲ୍ରୁ ଆରମ୍ଭ କରି ବାଥ୍ରୁମ୍ ପର୍ଯ୍ୟନ୍ତ ଦିନସାରା ପ୍ରାୟ ସମସ୍ତେ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କର ସ୍ମାର୍ଟଫୋନ୍ ବ୍ୟାକ୍ଟେରିଆର ସବୁଠାରୁ ବଡ ଘର?
ଅନେକ ଗବେଷଣାରେ ଏହା ପ୍ରମାଣିତ ହୋଇଛି ଯେ ସ୍ମାର୍ଟଫୋନରେ ମଧ୍ୟ ବ୍ୟାକ୍ଟେରିଆ ରହିପାରେ। ଏହା କେବଳ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ଆପଣଙ୍କ ପରିବାର ପାଇଁ ମଧ୍ୟ ବିପଦ ହୋଇପାରେ। ତେଣୁ ସ୍ମାର୍ଟଫୋନକୁ ନିୟମିତ ଭାବେ ସଫା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଆସନ୍ତୁ ଏହାକୁ ସଫା କରିବାର ସହଜ ଉପାୟ ବିଷୟରେ ଜାଣିନେବା।
ଅଧିକ ପଢ଼ନ୍ତୁ: ଡିପ୍ ଫେକ୍ ପାଇଁ ଆପଣଙ୍କ ଫଟୋ/ଭିଡିଓ ହେଉନି ତ ଚୋରି… ଏମିତି କରନ୍ତୁ ସୁରକ୍ଷା
କିପରି କରିବେ ସଫା –
ଧୀରେ ଧୀରେ ପୋଛନ୍ତୁ:
ସ୍ମାଟ୍ଫୋନ୍ ସଫା କରିବା ବେଳେ ଏହାକୁ ବନ୍ଦ କରି ଦିଅନ୍ତୁ। କାରଣ ସଫା କରିବା ବେଳେ ଏହା ଯେପରି କୌଣସି ଜଳୀୟ ଅଂଶର ପ୍ରଭାବରେ ନ ଆସିବ। ଏକ ମାଇକ୍ରୋଫାଇବର କପଡା ନେଇ ଧୀରେ ଧୀରେ ସଫା କରନ୍ତୁ। ମନେରଖନ୍ତୁ ଯେ କପଡା ଅଧିକ ଓଦା ହେବା ଉଚିତ ନୁହେଁ। ସ୍କ୍ରିନ୍ରେ ଲାଗିଥିବା ଧୂଳି ଏବଂ ଆଙ୍ଗୁଠିର ଛାପକୁ ସଫା କରିବା ପାଇଁ ଧୀରେ ଧୀରେ ପୋଛନ୍ତୁ।
ଜାଣନ୍ତୁ ସ୍ମାର୍ଟଫୋନ୍ କିପରି ଏହାକୁ ସଫା କରିବେତୂଳା ବ୍ୟବହାର:
ଫୋନ୍ ସଫା କରିବା ପାଇଁ ଆଜିକାଲି ବଜାରରେ ମଧ୍ୟ ଏକ ପ୍ରକାର ତରଳ ପଦାର୍ଥ ମିଳୁଛି ଯାହା ବ୍ୟାକ୍ଟେରିଆକୁ ମାରିଦେଇଥାଏ। ଏହା ସାହାଯ୍ୟରେ ଆପଣ ଫୋନ୍ ସଫା କରିପାରିବେ। ବଟନ୍ ଏବଂ ପୋର୍ଟଗୁଡିକରେ ଜମା ହୋଇଥିବା ମଇଳାକୁ ସଫା କରିବା ପାଇଁ ତୂଳା ବ୍ୟବହାର କରନ୍ତୁ।
ବ୍ରସ୍ ବ୍ୟବହାର:
ସ୍ମାର୍ଟଫୋନ୍ରେ ଅନେକ ସ୍ଥାନ ଅଛି, ଯେଉଁଠାରେ କପଡା କିମ୍ବା ତୂଳା ବାଜିପାରିବ ନାହିଁ। ଏ କ୍ଷେତ୍ରରେ ଆପଣ ନରମ ବ୍ରସ୍(ତୂଳି) ବ୍ୟବହାର କରିପାରିବେ।
ଅଧିକ ପଢ଼ନ୍ତୁ: ଆପଣ ପ୍ରଥମ ଥର ପାଇଁ ଲାପ୍ଟପ୍ କିଣୁଛନ୍ତି କି… ଏହି ୬ଟି ଜିନିଷକୁ ଧ୍ୟାନ ଦିଅନ୍ତୁ; ଅସୁବିଧାରେ ପଡ଼ିବେ ନାହିଁ
କଭରକୁ ଅଲଗା ଭାବରେ ସଫା:
ଯଦି ଆପଣ ନିଜ ଫୋନରେ କଭର କିମ୍ବା କେସ୍ ବ୍ୟବହାର କରନ୍ତି ତେବେ ଏହାକୁ ଅଲଗା ଭାବରେ ସଫା କରନ୍ତୁ। ପ୍ଲାଷ୍ଟିକ୍ କିମ୍ବା ସିଲିକନ୍ କେସ୍କୁ ଗରମ ପାଣି ଏବଂ ସାବୁନରେ ମଧ୍ୟ ଧୋଇ ପାରିବେ। ଧୋଇବା ପରେ କଭର୍କୁ ଖରାରେ ଭଲ ଭାବେ ଶୁଖାନ୍ତୁ। ଏହାପରେ ଫୋନରେ ବ୍ୟବହାର କରନ୍ତୁ।
ଜାଣନ୍ତୁ ସ୍ମାର୍ଟଫୋନ୍ କିପରି ଏହାକୁ ସଫା କରିବେସ୍ପିକର - କ୍ୟାମେରା ଲେନ୍ସ ସଫା:
ସ୍ପିକର ଗ୍ରିଲ୍ ଏବଂ କ୍ୟାମେରା ଲେନ୍ସକୁ ସଫା କରିବା ପାଇଁ ତୁଳା ବ୍ୟବହାର କରନ୍ତୁ। ତୁଳାରେ ଏହିସବୁ ସ୍ଥାନକୁ ଧୀରେ ଧୀରେ ପୋଛନ୍ତୁ। ଧ୍ୟାନ ଦିଅନ୍ତୁ ଯେ ଯେପରି କୌଣସି ଜଳୀୟ ଅଂଶ ଏହା ଭିତରକୁ ନ ଯାଏ। ଫୋନ୍ ସଫା କରିବା ପରେ, ଫୋନକୁ ଭଲ ଭାବେ ଶୁଖାନ୍ତୁ ଏବଂ ତା’ପରେ ଏହାକୁ ଟର୍ନ୍ ଅନ୍ କରନ୍ତୁ।
ବିଶେଷ ଧ୍ୟାନ:
ସିଧାସଳଖ ଫୋନରେ ପାଣି କିମ୍ବା କୌଣସି ତରଳ ଜିନିଷ ପକାନ୍ତୁ ନାହିଁ। ନର୍ମ କପଡା ବା ତୁଳରେ ନେଇ ବ୍ୟବହାର କରନ୍ତୁ।
କୌଣସି କଠିନ କିମ୍ବା ଖଦଡ ସାମଗ୍ରୀ ବ୍ୟବହାର କରନ୍ତୁ ନାହିଁ, କାରଣ ଏହା ପରଦାକୁ ସ୍କ୍ରାଚ୍ କରିପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737031445.jpg)