• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭାରତରେ ଆରମ୍ଭ ହେବାକୁ ଯାଉଛି 6G ଯୁଗ । ଦେଶରେ 6G ସେବା ଆରମ୍ଭ ହେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି । ଆଜି ୭୭ତମ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଲାଲ୍‌ କିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତ 6G ଯୁଗରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛି । ବର୍ତ୍ତମାନ 5G ଭାରତରେ ଚାଲୁ ରହିଥିବାବେଳେ 5Gରୁ 6Gକୁ ଏହା ଶୀଘ୍ର ପରିବର୍ତ୍ତନ କରାଯିବ । ଆଉ ଏ ଦିଗରେ କାର୍ଯ୍ୟ କରିବାକୁ ଏକ ଟାସ୍କଫୋର୍ସ ଗଠନ କରାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ଦେଶରେ ସବୁଠାରୁ ଜିଓ ଭଲ ସେବା ଯୋଗାଉଛି । ତେଣୁ ଇଣ୍ଟରନେଟ୍‌ କ୍ଷେତ୍ରରେ ଭାରତ ଆହୁରି ଦ୍ରୁଢ଼ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । 5G ଠାରୁ 6G ୧୦୦ଗୁଣ ଅଧିକ ସ୍ପିଡ୍‌ କରିବ ବୋଲି ଆଶା କରାଯାଉଛି । ତେଣୁ ଡାଟା ଡାଉନ୍‌ଡୋଲ୍‌ ମଧ୍ୟ ଖୁବ୍‌ଶୀଘ୍ର ହୋଇପାରିବ ।

6G କ’ଣ ?

ଇଣ୍ଟରନେଟ୍‌ କ୍ଷେତ୍ରରେ ଆଉ ଏକ ଅଧ୍ୟାୟ ଯୋଡ଼ିବ 6G ସେବା । 5Gର ପରବର୍ତ୍ତୀ ପଦକ୍ଷେପ ହେବ 6G । 6G ସେବା ଆରମ୍ଭ ହେବା ଦ୍ୱାରା 5G ଠାରୁ ଏହାର ୧୦୦ ଗୁଣା ଦ୍ରୁତ ଗତିରେ ଚାଲିବ । 5G ପ୍ରତି ସେକେଣ୍ଡରେ ୧୦ ଗିଗାବାଇଟ୍ ବେଗରେ ଚାଲିଥାଏ । ହେଲେ 6G ପ୍ରତି ସେକେଣ୍ଡରେ । ୧ ଟେରାବିଟ୍ ପର୍ଯ୍ୟନ୍ତ ଚାଲିପାରିବ । ଏହା ବତୀତ 6G ସେବାରେ ଅହୁରି ଅନେକ କିଛି ରହିଛି ।

5G VS 6G: ପାର୍ଥକ୍ୟ କ’ଣ ରହିବ ?

5G ଅପେକ୍ଷା 6Gର ଗତି ଦ୍ରୁତ ରହିବ । ମାତ୍ର ଗୋଟିଏ ମିନିଟ୍‌ରେ ପ୍ରାୟ ଆପଣ ଅନେକ ଡାଟା ଡାଉନ୍‌ଲୋଡ୍‌ କରିପାରିବେ । ଏମିତିକି ୧୦୦ଟି ମୁଭି ଗୋଟିଏ ମିନିଟ୍‌ରେ ଡାଉନ୍‌ଲୋଡ୍‌ କରିହେବ । ତାହା ସହିତ ଭର୍ଚୁଆଲକୁ ଆପଣ ବାସ୍ତବଙଭଳି ଅନୁଭବ କରିପାରିବେ । ତେଣୁ ଆନ୍‌ଲାଇନ୍‌ରେ ସବୁକିଛି ଆହୁରି ଅନେକ ସୁବିଧା ହୋଇପାରିବ ।

ସବୁଠାରୁ ବଡ଼ କଥା ହେଉଛି 6G ଖାଲି ମାଟିରେ ନୁହେଁ, ଆକାଶରେ ମଧ୍ୟ କାମ କରିବ । ଯାହା 5G ଦ୍ୱାରା ସମ୍ଭବପର ନୁହେଁ । ଅପଣ ବିମାନରେ ଯାତ୍ରା କରୁଥିଲେ ମଧ୍ୟ ଏହା ସମ୍ଭବ ହୋଇପାରିବ । ଖାଲି ସେତିକି ନୁହେଁ, ଫୋନ୍‌ ଓ ଟାବ୍‌ଲେଟ୍‌ ପରି ଉପକରଣ ଗୁଡ଼ିକରେ ଆପଣ ବିଭିନ୍ନ ଟେକ୍ନୋଲଜି ଦ୍ୱାରା ବ୍ୟବହାର କରିପାରିବେ ।