• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେନ୍ଦ୍ର ସରକାର ଖୁବ୍‌ ଶୀଘ୍ର One Nation One Charger ନିୟମ ଘୋଷଣା କରିପାରନ୍ତି । ଫଳରେ ଜନତାଙ୍କୁ କମ୍‌ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ । ନୂଆ ନିମୟ ଲାଗୁ ହେଲେ ସମସ୍ତ ଡିଭାଇସ୍ ପାଇଁ ଗୋଟିଏ ଚାର୍ଜର ରହିବ । ଭିନ୍ନ ଭିନ୍ନ ଫୋନ୍‌ କିମ୍ବା ଲାପଟପ୍‌ ପାଇଁ ଅଲଗା ଚାର୍ଜର ରଖିବାକୁ ପଡ଼ିବ ନାହିଁ । ଏପରିକି ଘରର ସମସ୍ତ ସଦସ୍ୟଙ୍କ ଡିଭାଇସ୍‌ ଗୋଟିଏ ଚାର୍ଜରରେ ଚାର୍ଜ ହୋଇପାରିବ ।

ମୋବାଇଲ୍ ପାଇଁ ଶୀଘ୍ର ଆସିପାରେ One Charger

ବର୍ତ୍ତମାନ ସମୟରେ Xiaomi, Realme, OPPO, Vivo, OnePlus, Motorola ଭଳି ଅଗ୍ରଣୀ ସ୍ମାର୍ଟଫୋନ୍ କମ୍ପାନୀ ଗୁଡ଼ିକ ସ୍ମାର୍ଟଫୋନ୍ ପାଇଁ USB ଟାଇପ୍-ସି ଚାର୍ଜିଂ ସ୍ଲଟ୍ ପ୍ରଦାନ କରୁଛନ୍ତି । ତେବେ ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ଫୋନ୍‌ ସହ ଚାର୍ଜର ପ୍ରଦାନ କରନ୍ତି ନାହିଁ । ସେହିପରି କିଛି କମ୍ପାନୀ ଫାଷ୍ଟ ଚାର୍ଜିଂ ପାଇଁ USB ଟାଇପ୍-ଏ ଓ USB ଟାଇପ୍-ସି କେବୁଲ୍ ଚାର୍ଜର ପ୍ରଦାନ କରନ୍ତି । ଆପଲ୍ ଏକମାତ୍ର ଟପ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ, ଯାହାର iPhoneରେ Lightning Charger ପ୍ଲଟ୍‌ ପ୍ରଦାନ କରିଥାଏ ।

ୟୁଏନ୍‌ ପରି ଭାରତ ଯଦି ସମସ୍ତ ସ୍ମାର୍ଟଫୋନ୍ ଏବଂ ଇଲେକ୍ଟ୍ରୋନିକ୍ ଉତ୍ପାଦ ପାଇଁ USB ଟାଇପ୍-ସି ପୋର୍ଟର ସୁବିଧା ବାଧ୍ୟତାମୂଳକ କରେ, ତେବେ ଆପଲ କମ୍ପାନୀକୁ ଆଇଫୋନରେ ଟାଇପ୍-ସି ପୋର୍ଟକୁ ବଦଳାଇବାକୁ ପଡ଼ିବ । ତେବେ ୨୦୨୪ ଆଇଫୋନରେ USB ଟାଇପ୍-ସି ଚାର୍ଜର ଦିଆଯିବ ବୋଲି କିଛି ସୂଚନା ମିଳିଛି । କେବଳ ଭାରତରେ ନୁହେଁ, ଆମେରିକାରେ ମଧ୍ୟ One Nation One Charger ନିୟମ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି ।

ଭାରତରେ ଯଦି ଏପରି ହୁଏ, ତେବେ ଲୋକଙ୍କୁ ଅନେକ ସୁବିଧା ମିଳିବ । କେବଳ ଗୋଟିଏ ଚାର୍ଜର ବ୍ୟବହାର କରି ସମସ୍ତ ଡିଭାଇସ୍ ଚାର୍ଜ କରିବାକୁ ସମର୍ଥ ହେବେ ଜନତା । ଏପରି ହେଲେ ଗୋଟିଏ ପରିବାର ସମାନ ଚାର୍ଜର ବ୍ୟବହାର କରିବାରେ ସକ୍ଷମ ହେବେ । ଫଳରେ ଅତିରିକ୍ତ ଚାର୍ଜର ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ବଞ୍ଚିଯିବ ।