Advertisment

Whatsapp New Feature: ଏଣିକି ଗୋଟିଏ ନୁହେଁ, ୪ ମୋବାଇଲରେ ସମାନ ହ୍ୱାଟ୍‌ସଆପ୍‌

ଫେସ୍‌ବୁକ୍‌ ଫାଉଣ୍ଡର ମାର୍କ ଜୁକର ବର୍ଗ ନିଜେ ସୋସିଆଲ ମିଡିଆରେ ଲେଖି ସୂଚନା ଦେଇଛନ୍ତି ।

ଅଦ୍ୟତନ ହୋଇଛି
Whatsapp New Feature 2023

Whatsapp New Feature

Advertisment

ଏଣିକି ଆଉ ଗୋଟିଏ ନୁହେଁ ଏକାଥରକେ ୪ଟି ମୋବାଇଲ୍‌ରେ ଖୋଲିପାରିବ ସମାନ ହ୍ୱାଟ୍‌ସଆପ୍‌ ଆକାଉଣ୍ଟ । ଏହି ବ୍ୟବସ୍ଥା ଆଜିଠାରୁ ଲାଗୁ ହୋଇଛି । ହ୍ୱାଟ୍‌ସଆପ୍‌ ପକ୍ଷରୁ ଏହି ସୁବିଧା ଆଜିଠାରୁ ଲଞ୍ଚ କରାଯାଇଛି । ଏନେଇ ଫେସ୍‌ବୁକ୍‌ ଫାଉଣ୍ଡର ମାର୍କ ଜୁକର ବର୍ଗ ନିଜେ ସୋସିଆଲ ମିଡିଆରେ ଲେଖି ସୂଚନା ଦେଇଛନ୍ତି ।

Advertisment

ତେବେ ଏଥିରେ ଅନେକ ୟୁଜର ଖୁସି ବ୍ୟକ୍ତ କରିବା ସହ ଏହା ଏକ ସ୍ୱାଗତ ଯୋଗ୍ୟ ଫିଚର (Whatsapp New Feature 2023) ବୋଲି କହିଛନ୍ତି । କାରଣ ଅନେକ ସମୟରେ ମୋବାଇଲରେ ଚାର୍ଜ ସରିଯିବା ପରେ ଜରୁରୀ ଡକ୍ୟୁମେଣ୍ଟ ଯଦି ସେଥିରେ ଥାଏ ତାହା ଦେଖି ହୁଏ ନାହିଁ । ଏଥିପାଇଁ ଅନେକ ସମସ୍ୟା ମଧ୍ୟ ଉପୁଜିଥାଏ । ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଏହି ପିଚର ନିହାତି ଭାବେ ଉପଯୋଗୀ ବୋଲି ଅନେକ ୟୁଜର କହିଛନ୍ତି ।

Mark Zuckerberg Post For Whatsapp New Feature(Mark Zuckerberg Post For Whatsapp New Feature)

ଖାଲି ସେତିକି ନୁହେଁ ଯଦି ଆପଣଙ୍କ ମୋବାଇଲ ହଜିଯାଉଛି, ତେବେ ଏହି ସେହି ନମ୍ବରରେ ନୂଆ ସିମ୍‌ କାର୍ଡ ନ ଆଣିବା ଯାଏଁ ହ୍ୱାଟ୍‌ସଆପ୍‌ ବ୍ୟବହାର ବନ୍ଦ ହୋଇଯାଏ । ଯାହା ଦ୍ୱାରା ଅନେକ ସମସ୍ୟା ଉପୁଜିଥାଏ । ଯଦି ଏକାଧିକ ମୋବାଇଲରେ ସମାନ ହ୍ୱାଟ୍‌ସଆପ୍‌ ଆକାଉଣ୍ଟ ଖୋଲା ରହିଥିବ ତେବେ ଏହି ସମସ୍ୟା ଆଉ ଦେଖାଦେବ ନାହିଁ ବୋଲି କିଛି ୟୁଜର କହିଛନ୍ତି । ତେଣୁ ଏହି ଫିଚର ନିହାତି ଉପଯୋଗୀ ବୋଲି ଅନେକଙ୍କ ମତ ।

Advertisment

ଅଧିକ ପଢ଼ନ୍ତୁ: ହ୍ୱାଟ୍ସଆପ୍‌ରେ ଆସୁଛି ଇନଷ୍ଟାଗ୍ରାମ୍‌ ପରି ଫିଚର ! ୟୁଜର୍ସଙ୍କ ମନରେ ଉତ୍କଣ୍ଠା

ଆମେ ଜାଣିଛନ୍ତି ହ୍ୱାଟ୍‌ସଆପ୍‌କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ । ହ୍ୱାଟ୍‌ସଆପ୍‌ ହେଉଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ । ଆମେ ସମସ୍ତେ ଜାଣନ୍ତି ହ୍ୱାଟ୍‌ସଆପ୍‌ ଏମିତି ଏକ ଆପ୍‌ ଯାହାକି ସବୁବେଳେ ୟୁଜରମାନଙ୍କ ସୁବିଧା ପାଇଁ କିଛି ନା କିଛି ଏକ୍‌ସପେରିମେଣ୍ଟ କରିଥାଏ । ସଂସ୍ଥା ପକ୍ଷରୁ ଅନେକ ନୂଆ ଫିଚର ନିୟମିତ ଭାବେ ଇଣ୍ଟ୍ରୋଡ୍ୟୁସ୍‌ କରାଯାଇଥାଏ । ୟୁଜରଙ୍କୁ ସହଜ ଏବଂ ସରଳ ସେବା ଯୋଗାଇବା ପାଇଁ ସଂସ୍ଥା ଅନେକ ଫିଚର ଦେଇଛି । ୟୁଜର ଫ୍ରେଣ୍ଡଲି ଫିଚର ଉପଲବ୍ଧ କରାଇବାରେ ହ୍ୱାଟ୍ସଆପ୍‌ ସବୁଠୁ ଆଗରେ ।

Advertisment

ଏଥିରେ ଫଟୋ, ଭିଡିଓ, ଡକ୍ୟୁମେଣ୍ଟ ଫାଇଲ୍‌, ଭଏସ୍‌ ରେକର୍ଡିଂ ଆଦି ପଠାଇବା, ଏମିତିକି ଏଥିରେ ପେମେଣ୍ଟ କରିବାର ମଧ୍ୟ ସୁବିଧା ରହିଛି । ତେବେ ଏତେ ସବୁ ସୁବିଧା ପରେ ବି ଚନ୍ଦ୍ରରେ ଦାଗ ଭଳି କିଛି ନା କିଛି କେଁ ରହିଯାଉଛି ଏହି ଆପ୍‌ରେ । ତେବେ ସେହି ଅସୁବିଧାଟି ଆମେ ସମସ୍ତେ ଭୋଗୁଛନ୍ତି । ସେହି ସବୁ ସମସ୍ୟାର ସମାଧାନ ପାଇଁ ସଂସ୍ଥା ସବୁବେଳେ ତତ୍ପର । ତେଣୁ ଏହି ନୂଆ ଫିଚର ଅନେକଙ୍କ ସମସ୍ୟାର ସମାଧାନ କରିବ ବୋଲି ସଂସ୍ଥା ଆଶା ରଖିଛି ।

ଅନ୍ୟପଟେ ସଂସ୍ଥା ପକ୍ଷରୁ ଆଉ ଏକ ନୂଆ ଫିଚର ଆସିବାକୁ ଯାଉଛି । ଇନ୍‌ଷ୍ଟାଗ୍ରାମ୍‌ରେ ଯେଉଁଭଳି ଫିଚର ପାଉଛନ୍ତି ତାହାକୁ ଆପଣ ଖୁବଶୀଘ୍ର ହ୍ୱାଟ୍‌ସଆପ୍‌ରେ ମଧ୍ୟ ପାଇପାରିବେ । ଚଳିତ ବର୍ଷ ଆରମ୍ଭରୁ ହ୍ୱାଟସ୍ ଆପ୍‌ ତାର ପ୍ଲାଟଫର୍ମରେ ଅନେକ ପରିବର୍ତ୍ତନ ଆଣିଛି। ଅନେକ ନୂଆ ଫିଚର ଯାହା ଲକ୍ଷ ଲକ୍ଷ ୟୁଜରଙ୍କ ପାଇଁ ସୁବିଧା ଆଣିଦେଇଛି। ସେମିତି ପୁଣି ହ୍ୱାଟସ୍ ଆପ୍‌ ଷ୍ଟାଟସ୍‌କୁ ନେଇ ଆସୁଛି ନୂଆ ଫିଚର୍। ହ୍ୱାଟ୍ସ ଆପ୍‌ ଷ୍ଟାଟସ୍‌କୁ ଫେସବୁକ୍‌ ଷ୍ଟୋରିରେ ସେୟାର କରିବା ପାଇଁ ଆଉ ଯୁଜରଙ୍କୁ ଅଯଥା ପରିଶ୍ରମ କରିବାକୁ ପଡ଼ିବ ନାହିଁ। ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି ମେଟା।

ଆଗରୁ ହ୍ୱାଟ୍ସ ଆପ୍‌ ଷ୍ଟାଟସ୍‌କୁ ଫେସବୁକ୍‌ରେ ଷ୍ଟୋରିରେ ସେୟାର କରିବାକୁ ହେଲେ କିଛି ପ୍ରୋସେସ୍ ତଥା ପ୍ରଣାଳୀ ଆବଶ୍ୟକ ପଡୁଥିଲା କିନ୍ତୁ WABetaInfo ଅନୁସାରେ ୟୁଜର ମାନୁଆଲି ପୋଷ୍ଟ କରିପାରିବେ। ବର୍ତ୍ତମାନ ଏହି ଫିଚର୍‌ ଫଟୋ ସେୟାରିଂ ଆପ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଉପଲବ୍ଧ ରହିଛି। ଯେମିତିକି ଯଦି ଜଣେ ୟୁଜର ଇନ୍‌ଷ୍ଟାଗ୍ରାମ୍‌ରେ କିଛି ବି ଫୋଷ୍ଟ କରନ୍ତି, ତାହା ଅଟୋମେଟିକ୍‌ ଫେସବୁକ୍‌ରେ ସେୟାର ହୋଇଥାଏ, ଯଦି ଅପ୍ସନ୍‌ରେ ୟୁଜର Enable କରିଥାଏ।

ସେହିପରି ହ୍ୱାଟ୍ସ ଆପ୍‌ର ଏହି ନୂଆ ଫିଚର୍‌ର କାର୍ଯ୍ୟ ଚାଲିଛି, ଖୁବ୍‌ଶୀଘ୍ର ଏହା ଆପ୍‌ରେ ଉପଲବ୍ଧ ହେବ। ଏହାଦ୍ୱାରା ୟୁଜର ତାର ଷ୍ଟାଟସ୍‌କୁ ଷ୍ଟୋରିରେ ସେୟାର କରିବା ପାଇଁ Enable Option ରହିବ। ୟୁଜର୍‌ ଚାହିଁଲେ Settings କୁ ଯାଇ Enable Option ରେ କ୍ଲିକ୍‌ କରି ସେୟାର କରିପାରିବେ।

ତେବେ ସୂଚନା ଅନୁସାରେ ହ୍ୱାଟ୍ସ ଆପ୍‌ର Status Privacy ରେ ଆଉ ଏକ ନୂଆ ଅପ୍ସନ "share my status updates across my accounts" ରହିବ। ଏହାଦ୍ୱାରା ୟୁଜର୍ସ ସେମାନଙ୍କ ଫେସବୁକ୍‌ ଆକାଉଣ୍ଟକୁ Add କରିପାରିବେ।

WhatsApp
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ