• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବୃଦ୍ଧି ପାଉଛି ପେଟ୍ରୋଲ ଡିଜେଲ୍‌ ଦର । ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ଟପିଲାଣି । ଡିଜେଲ ଦାମ୍‌ ମଧ୍ୟ କମ୍‌ ନାହିଁ । ଏପରି ସମୟରେ E-ଭେଇକିଲ୍‌ ପ୍ରତି ସମସ୍ତେ ଆକୃଷ୍ଟ ହେଉଛନ୍ତି । ହେଲେ ମାର୍କେଟ୍‌ରେ ସେପରି E-ଭେଇକିଲର ଚାର୍ଜିଂ ପଏଣ୍ଟର କୌଣସି ସୁବିଧା ନଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏପରିକି ଏହି କାରଣରୁ E-ଭେଇକିଲ୍‌ ଉପରୁ ଲୋକମାନେ ମୁହଁ ଫେରାଇ ନେଉଛନ୍ତି । ହେଲେ E-ଭେଇକିଲକୁ ନେଇ ଏବେ ଏକ ଭଲ ଖବର ସାମ୍‌ନାକୁ ଆସିଛି ଯାହା ଜାଣିଲେ ଆପଣ ନିଶ୍ଚୟ ଖୁସି ହେବେ । ଆଉ ଯଦି ଆପଣ କାର୍‌ କିଣିବାକୁ ମନସ୍ଥ କରିଥିବେ ତେବେ ଏହି ଖବର ଆପଣ ପାଇଁ...

ବଜାରକୁ ଆସିବାକୁ ଯାଉଛି ଅଟୋମେଟିକ୍‌ ଚାର୍ଜିଂ E-ଭେଇକିଲ୍‌ । ଅର୍ଥାତ୍‌ ରାସ୍ତାରେ ଗାଡ଼ି ଗଡ଼ିବା ମାତ୍ରେ ଆପଣଙ୍କ ଇଲେକ୍ଟ୍ରିକ୍‌ ଗାଡ଼ି ଚାର୍ଜିଂ ହୋଇଯିବ ! ଇଣ୍ଡକ୍ଟିଭ୍ ଚାର୍ଜିଂ କଏଲ୍ ଜରିଆରେ ଏହି ବ୍ୟବସ୍ଥାକୁ ସଂଭବ କରାଯାଇପାରିବ ବୋଲି କୁହଯାଉଛି। ଏଥି ପାଇଁ ଇ- ଭେହିକିଲ୍‌ରେ ଇଲେକ୍ଟ୍ରନ୍ ରିସିଭର ଲଗାଇବାକୁ ପଡ଼ିବ। ଫଳରେ ଗାଡ଼ି ଚାଲିବା ଅବସ୍ଥାରେ ଏହା ବିଦ୍ୟୁତ୍ ଶକ୍ତି ସଂଗ୍ରହ କରି ବ୍ୟାଟେରୀକୁ ଚାର୍ଜ କରିପାରିବ।  ଯାହାଫଳରେ ଚାର୍ଜିଂ ଷ୍ଟେସନରେ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବନାହିଁ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମିଚିଗାନ୍ ସେଣ୍ଟ୍ରାଲ୍ ସିଇଓ ଜୋଶୁଆ ସିରେଫମାନ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏନେଇ ବ୍ୟବସ୍ଥା କରାଯାଉଛି ।

ରାସ୍ତାରେ ଯିବା ସମୟରେ କାର୍‌ ହେଉ କି ଅନ୍ୟ ଯାନ ଗୁଡ଼ିକ କିପରି ଚାର୍ଜ ହୋଇପାରିବ ସେ ନେଇ ବିଚାର ଜାରି ରହିଛି । ଏହି ରିସର୍ଚ୍ଚରେ ଯଦି କୌଣସି ସମାଧାନର ବାଟ ବାହାରେ ତାହେଲେ ଦୀର୍ଘକାଳିନ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି ।

ଏହା ବ୍ୟତୀତ ବୈଦ୍ୟୁତିକ ଗାଡ଼ି ଗୁଡ଼ିକୁ ନେଇ ଆହୁରି ଅନେକ କଥା ରିସର୍ଚ୍ଚ କରାଯାଉଥିବା କହିଛନ୍ତି ମିଚିଗାନ୍ ସେଣ୍ଟ୍ରାଲ୍ ସିଇଓ ଜୋଶୁଆ ସିରେଫମାନ । ଯଦି ପ୍ରକୃତରେ E-ଭେଇକିଲକୁ ନେଇ ଏହି ସମ୍ଭାବନା ସତ୍ୟରେ ପରିଣତ ହୁଏ, ତେବେ ଭବିଷ୍ୟତ ପିଢ଼ିଙ୍କ ପାଇଁ ଏହା ଖୁବ୍‌ ଖୁସି ଖବର ହେବ ।