• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଣିକି ଆଉ ଟ୍ରାଫିକ୍‌ରେ ଫସିବାର ଭୟ ରହିବନି । ଆପଣ ପାଇଁ ପ୍ରସ୍ତୁତ ହେଉଛି ହେଲିକପ୍ଟର । ବଡ଼ ସହର ମାନଙ୍କରେ ଜରୁରୀ ସ୍ଥାନକୁ ଯାତ୍ରା କରିବାକୁ ହେଲେ ଆପଣଙ୍କୁ ରହୁଛି ଟ୍ରାଫିକ୍‌ ଭୟ । ଆଉ ଥରେ ଏମିତି ସହରରେ ଟ୍ରାପିକ୍‌ ଜାମ୍‌ ହୋଇଗଲେ, ପରିସ୍ଥିତି କେତେବେଳେ ସୁଧୁରିବ ତାହା କହି ହେବ ନାହିଁ । ଆପଣ ଯଦି ଜରୁରୀ କାମରେ କେଉଁଆଡ଼େ ବାହାରୁଥିବେ ତେବେ ଏହି ଟ୍ରାଫିକ୍‌ ସମସ୍ୟା ଯୋଗୁଁ ଆପଣ ସଠିକ୍‌ ସମୟରେ ପହଞ୍ଚିପାରିବେ ନାହିଁ । ଯାହାଫଳରେ ଆପଣ ସମସ୍ୟାରେ ବି ପଡ଼ିପାରନ୍ତି ।

ତେବେ ଏହି ସମସ୍ୟାରୁ ବାହାର କରିବା ପାଇଁ ଏକ କମ୍ପାନୀ ବଡ଼ ପଦକ୍ଷେପ ନେଇଛି । ଆପଣ କେବେ ନା କେବେ ଟ୍ରାଫିକ୍‌ରେ ଫସିବା ବେଳେ ନିଶ୍ଚୟ ଭାବିଥିବେ ଯେ, ଗାଡ଼ିକୁ ସିଧା ଉଡ଼େଇ ନିଅନ୍ତି । ଆଉ ଟ୍ରାଫିକ୍‌ ସମସ୍ୟା ରୁହନ୍ତା ନାହିଁ । ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଆଗେଇ ଆସିଛି ଏକ କମ୍ପାନୀ । ଯିଏ କି ଟାକ୍ସି ହେଲିକପ୍ଟରର ବ୍ୟବସ୍ଥା କରିବାକୁ ଯୋଜନା ରଖିଛି । ଏହି କମ୍ପାନୀ ପ୍ରଥମେ ବେଙ୍ଗଲୁରୁ ଭଳି ସହରରେ ପାଇଲଟ ପ୍ରୋଜେକ୍ଟ ଭାବେ କାମ ଆରମ୍ଭ କରିବ । କାରଣ ବେଙ୍ଗଲୁରୁ ହିଁ ଦେଶରେ ଏମିତି ଏକ ସହର ଯେଉଁଟି ଅଧିକାଂଶ ସମୟରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଥାଏ । ଏଠାରେ ଘଣ୍ଟା ଘଣ୍ଟା ଧରି ଟ୍ରାପିକ୍‌ ଜାମ୍‌ ହୋଇଥାଏ ।

ବିଜ୍‌ନେସ୍‌ ଇନ୍‌ସାଇଡର ରିପୋର୍ଟ ଅନୁଯାୟୀ, ବ୍ଳେଡ୍‌ ଇଣ୍ଡିଆ ନାମକ ଏକ ସଂସ୍ଥା ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଦୁଇଟି ହେଲିକପ୍ଟର ଉଡ଼ାଣ ବ୍ୟବସ୍ଥା କରିବ ସଂସ୍ଥା । କେମ୍ପୱାଡ଼ା ଇଣ୍ଟରନାସନାଲ ଏୟାରପୋର୍ଟ ବେଙ୍ଗଲୁରୁଠାରୁ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ ଏୟାରପୋର୍ଟ ବା ହାଲ ପର୍ଯ୍ୟନ୍ତ ଏହି ଉଡ଼ାଣ ଆରମ୍ଭ ହେବ । ସପ୍ତାହର ପ୍ରତ୍ୟେକ କାର୍ଯ୍ୟ ଦିବସରେ ସକାଳ ୯ଟାରୁ ଉଡ଼ାଣ ହେବ । ଆଉ ସନ୍ଧ୍ୟା ୪.୧୫ରେ ଫେରିବ ହେଲିକପ୍ଟର ।

 

ତେବେ ଏହି ହେଲିକପ୍ଟର ଉଡ଼ାଣ ବ୍ୟବସ୍ଥା ସାମାନ୍ୟ ମହଙ୍ଗା ରହିଛି । ଗୋଟିଏ ଉଡ଼ାଣ ଅର୍ଥାତ ମାତ୍ର ୧୨ ମିନିଟ୍‌ର ଉଡ଼ାଣ ପାଇଁ ଅତି କମ୍‌ରେ ୩୨୫୦ ଟଙ୍କା ଖର୍ଚ୍ଚ କରିବାକୁ ହେବ । ଏନେଇ ସୂଚନା ଦେଇଛନ୍ତି ବ୍ଲେଡ୍‌ ଇଣ୍ଡିଆର ଏମ୍‌ଡି ଅମିତ ଦତ୍ତା । ତେବେ ଏହି ସେବା ଦ୍ୱାରା ଲୋକଙ୍କ ବହୁମୂଲ୍ୟ ସମୟ ଅପଚୟ ହେବ ନାହିଁ । କିମ୍ବା ଟ୍ରାଫିକ୍‌ ଭିଡ଼ ଭିତରେ ଫସିବେ ନାହିଁ ।

ସାଧାରଣତଃ କେମ୍ପୱାଡ଼ା ଏୟାରପୋର୍ଟ ଠାରୁ ହାଲ୍‌ ଏୟାରପୋର୍ଟ ପର୍ଯ୍ୟନ୍ତ, ରାସ୍ତାରେ ଗଲେ ୧୩୦୦ ଟଙ୍କା ଖର୍ଚ୍ଚ ହୋଇଥାଏ । ଏଥିପାଇଁ ୨ ଘଣ୍ଟାର ସମୟ ମଧ୍ୟ ଲାଗିଥାଏ ।

ଏହି ହେଲିକପ୍ଟର ଉଡ଼ାଣ ପାଇଁ ଏବେଠାରୁ ବୁକିଂ ମଧ୍ୟ ଆରମ୍ଭ ହୋଇସାରିଲାଣି । ଆସନ୍ତା ଅକ୍ଟୋବର ୧୦ରେ ଏହାର ପାଇଲଟ୍‌ ପ୍ରୋଜେକ୍ଟ  ଲଞ୍ଚ କରିବ ସଂସ୍ଥା ।