Microsoft Shut Down Skype: ଆଜିଠୁ ସବୁଦିନ ପାଇଁ ବନ୍ଦ ହେଲା ସ୍କାଇପ୍‌, ଜାଣନ୍ତୁ କାରଣ...

ଆଜିଠାରୁ ସବୁ ଦିନ ପାଇଁ ବନ୍ଦ ହେଲା ଭିଡିଓ କଲିଂ ଆପ୍ ସ୍କାଇପ୍‌ । ଭିଡ଼ିଓ ଓ ଭଏସ କଲ ଯୋଗଯୋଗର ଏକ ଆପ୍ ହେଉଛି ସ୍କାଇପ୍‌ । ୨୨ ବର୍ଷ ପୂର୍ବେ ଏହାର ଲଞ୍ଚ ହୋଇଥିଲା । ଜାଣନ୍ତୁ ବନ୍ଦ ହେବାର କାରଣ ?

ସ୍କାଇପ୍‌ ବନ୍ଦ

ଆଜିଠାରୁ ସବୁଦିନ ପାଇଁ ବନ୍ଦ ହେଲା ସ୍କାଇପ୍‌ (Skype) । ଭିଡିଓ କଲିଂ ଆପ୍ ସ୍କାଇପ୍‌କୁ ମାଇକ୍ରୋସଫ୍ଟ ଆଜିଠୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି । ଭିଡ଼ିଓ ଏବଂ ଭଏସ୍‌ କଲ ଯୋଗଯୋଗର ଏକ ଆପ୍ ହେଉଛି ସ୍କାଇପ୍‌ । ୨୨ ବର୍ଷ ପୂର୍ବେ ଏହାର ଲଞ୍ଚ ହୋଇଥିଲା । ୨୦୦୩ରେ ଉତ୍ତର ୟୁରୋପୀୟ ଦେଶରେ କିଛି ଇଞ୍ଜିନିୟରଙ୍କ ଦ୍ୱାରା ଏହାର ଲଞ୍ଚ କରାଯାଇଥିଲା । ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ଲ୍ୟାଣ୍ଡଲାଇନ୍ ବଦଳରେ ଇଣ୍ଟରନେଟ୍ ବ୍ୟବହାର କରି କଲ୍ କରିବାକୁ ଆରମ୍ଭ ହୋଇଥିଲା । 

ଅଧିକ ପଢ଼ନ୍ତୁ: AI ସାହାଯ୍ୟରେ ଜନ୍ମହେଲା ବିଶ୍ୱର ପ୍ରଥମ ଶିଶୁ ; ଜାଣନ୍ତୁ କେମିତି ?

୨୦୦୫ରେ ସ୍କାଇପ୍‌ରେ ଭିଡିଓ କଲିଂ ସୁବିଧା ମଧ୍ୟ ସାମିଲ କରାଯାଇଥିଲା । ୨୦୧୧ ମସିହାରେ ମାଇକ୍ରୋସଫ୍ଟ ୮.୫ ବିଲିୟନ ଡଲାରରେ ଏହି ପ୍ଲାଟଫର୍ମକୁ କିଣିଥିଲା । ଏହି ସମୟରେ ସ୍କାଇପ୍ ନିକଟରେ ୧୭୦ ମିଲିୟନ ୟୁଜର ଥିଲେ । କିନ୍ତୁ କୋଭିଡ ମହାମାରୀ ସମୟରେ ଜୁମ୍ ଓ ଟିମ୍ସ ଭଳି ନୂଆ ଭିଡିଓ ପ୍ଲାଟଫର୍ମ ଦ୍ରୁତଗତିରେ ଲୋକପ୍ରିୟତା ହାସଲ କରିଥିଲେ । ଏହି ସମୟରେ  ସ୍କାଇପ ୟୁଜରଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଥିଲା । 

ଏଥିଲାଗି ମାଇକ୍ରୋସଫ୍ଟ ସ୍କାଇପ୍‌କୁ ଏବେ ବନ୍ଦ କରି ଟିମ୍ସକୁ ଆଗକୁ ବଢାଇବାକୁ ଚାହୁଁଛି । ଦୀର୍ଘ ୨ ଦଶନ୍ଧିରୁ ଅଧିକ ସମୟ ହେବ ସ୍କାଇପ୍ ସେବା ଯୋଗାଇ ଆସୁଛି । ନୂଆ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ହେଉ କିମ୍ବା ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବା ହେଉ, ସ୍କାଇପ୍ ଯୋଗାଯୋଗର ମାଧ୍ୟମ ପାଲଟିଥିଲା । ଏବେ କିନ୍ତୁ କମ୍ପାନୀ ସବୁଦିନ ପାଇଁ ଏହାର ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । 
 

ଅଧିକ ପଢ଼ନ୍ତୁ: ମାଗଣାରେ କରିପାରିବେ Ghibli ଷ୍ଟାଇଲ୍ AI ଇମେଜ୍‌; ଆପଣଙ୍କ ପାଇଁ ୫ ଟୁଲ୍ସ