Advertisment

ମାଇକ୍ରୋସଫ୍ଟ ‘ବ୍ଲୁ ସ୍କ୍ରିନ୍ ଅଫ୍ ଡେଥ୍’ ପଛରେ କାରଣ ସ୍ପଷ୍ଟ କଲା କମ୍ପାନୀ, କହିଲା ଏମିତି..

ହଠାତ୍ ବିଶ୍ୱବ୍ୟାପୀ ବିଭିନ୍ନ ଦେଶର ମାଇକ୍ରୋସଫ୍ଟ ୱିଣ୍ଡୋଜ ଅପରେଟିଂ ସିଷ୍ଟମ ଦ୍ୱାରା ଚାଳିତ ଅନେକ କମ୍ପ୍ୟୁଟର ଅଚଳ ହୋଇଯାଇଥିଲା। ଏହାର ସ୍କ୍ରିନ ନୀଳ ହୋଇଯାଇଥିଲା। ଏପରି ସମସ୍ୟା ଦେଖାଦେଲେ କମ୍ପ୍ୟୁଟର କିମ୍ୱା ଲାପ୍‌ଟପ୍‌ ରିଷ୍ଟାର୍ଟ କିମ୍ୱା ସଟଡାଉନ ହୋଇଯାଏ।

author-image
Sonali Ojha
ଅଦ୍ୟତନ ହୋଇଛି
 Microsoft-CrowdStrike

Microsoft-CrowdStrike

ସାମନାକୁ ଆସିଲା ମାଇକ୍ରୋସଫ୍ଟ ବିଭ୍ରାଟ ପଛର କାରଣ। ମାଇକ୍ରୋସଫ୍ଟ ଗ୍ଲିଚ୍ ପଛରେ କ୍ରାଉଡ୍ ଷ୍ଟ୍ରାଇକ୍ ଥିବା ଅଧିକାରୀ ସ୍ପଷ୍ଟ କରିଛନ୍ତି। ସାଇବର୍ ସିକ୍ୟୁରିଟି ସଂସ୍ଥା କ୍ରାଉଡଷ୍ଟ୍ରାଇକ ମାଇକ୍ରୋସଫ୍ଟ ପାଇଁ ଏକ ନୂଆ ଅପଡେଟ୍ ଜାରି କରିଥିଲା । ଆଣ୍ଟିଭାଇରସ୍‌ ଫାଲକନ୍‌ ସେନ୍‌ସରରେ କନଫିଗରେସନ୍ ତ୍ରୁଟି ଥିବାରୁ ମାଇକ୍ରୋସଫ୍ଟ ୩୬୫ ଅଚାନକ ଅଚଳ ହୋଇଯାଇଥିଲା । ତେବେ ଏହା ସାଇବର୍ ଆଟାକ କି ସୁରକ୍ଷା ତ୍ରୁଟି ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି କ୍ରାଉଡଷ୍ଟ୍ରାଇକ୍ ସିଇଓ ।

Advertisment

ହଠାତ୍ ବିଶ୍ୱବ୍ୟାପୀ ବିଭିନ୍ନ ଦେଶର ମାଇକ୍ରୋସଫ୍ଟ ୱିଣ୍ଡୋଜ ଅପରେଟିଂ ସିଷ୍ଟମ ଦ୍ୱାରା ଚାଳିତ ଅନେକ କମ୍ପ୍ୟୁଟର ଅଚଳ ହୋଇଯାଇଥିଲା। ଏହାର ସ୍କ୍ରିନ ନୀଳ ହୋଇଯାଇଥିଲା। ଏପରି ସମସ୍ୟା ଦେଖାଦେଲେ କମ୍ପ୍ୟୁଟର କିମ୍ୱା ଲାପ୍‌ଟପ୍‌ ରିଷ୍ଟାର୍ଟ କିମ୍ୱା ସଟଡାଉନ ହୋଇଯାଏ। ତେବେ ଏଥିପାଇଁ ସିଷ୍ଟମରୁ ବୁଟ୍‌ କରିବା ପାଇଁ କମ୍ପାନୀ ପକ୍ଷରୁ କୁହାଯାଇଛି।

ମାଇକ୍ରୋସଫ୍ଟ ୱିଣ୍ଡୋଜ୍ ମେସିନରେ ବାଧା ସୃଷ୍ଟି ହେବା ଫଳରେ ସାରା ବିଶ୍ୱରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ବିମାନସେବାଠାରୁ ଆରମ୍ଭ କରି ବ୍ୟାଙ୍କ ସେବା ଆଦି ବିଶେଷ ଭାବରେ ପ୍ରଭାବିତ ହୋଇଥିଲା। ଏନେଇ ମାଇକ୍ରୋସଫ୍ଟ ସୁରକ୍ଷା ସଫ୍ଟୱେର୍ ବିକ୍ରେତା କ୍ରାଉଡ୍ ଷ୍ଟ୍ରାଇକର ଏକ ତ୍ରୁଟିପୂର୍ଣ୍ଣ ଅପଡେଟ୍‌କୁ ଦାୟୀ କରିଛି । ୱିଣ୍ଡୋଜ୍ "ବ୍ଲୁ ସ୍କ୍ରିନ୍ ଅଫ୍ ଡେଥ୍" ତ୍ରୁଟି ସମେତ ବିଶ୍ୱର ବ୍ୟବସାୟୀମାନେ ସେମାନଙ୍କ କମ୍ପ୍ୟୁଟରରେ IT ତ୍ରୁଟି ନେଇ ରିପୋର୍ଟ କରୁଛନ୍ତି।

Advertisment

ଏହି ତ୍ରୁଟି ଲୋକପ୍ରିୟ ସାଇବର ସିକ୍ୟୁରିଟି ଫାର୍ମ କ୍ରାଉଡ୍ ଷ୍ଟ୍ରାଇକ୍ ର ଏକ ସଫ୍ଟୱେର୍ ଅପଡେଟ୍ ସହିତ ସଂଯୁକ୍ତ ଯେଉଁଥିରେ ଏୟାରଲାଇନ୍ସ, ବ୍ୟାଙ୍କ, ଖୁଚୁରା ବ୍ୟବସାୟୀ, ବ୍ରୋକର ହାଉସ୍, ମିଡିଆ କମ୍ପାନୀ ଏବଂ ରେଳ ନେଟୱାର୍କ ସମେତ ମାଇକ୍ରୋସଫ୍ଟ ୱିଣ୍ଡୋଜ୍ ଚଳାଉଥିବା କମ୍ପ୍ୟୁଟରକୁ ପ୍ରଭାବିତ କରିଛି।ଏହି ବୈଷୟିକ ତ୍ରୁଟି ଯୋଗୁଁ ବିଶ୍ୱର କେତେକ ବୃହତ ବିମାନବନ୍ଦର ବିମାନ ଉଡ଼ାଣ ବାତିଲ ହୋଇଥିବା ଜଣାଯାଇଛି। ଆମେରିକାରେ ୯-୧-୧ ଜରୁରୀକାଳୀନ ସେବା ମଧ୍ୟ ପ୍ରଭାବିତ ହୋଇଥିବା ଜଣାଯାଇଛି।

ଏନେଇ କମ୍ପାନୀ ସୋସିଆଲ୍ ମିଡଆ ଏକ୍ସରେ ଏକ ପୋଷ୍ଟ କରି ଉଲ୍ଲେଖ କରିଛି, "କ୍ରାଉଡ୍ ଷ୍ଟ୍ରାଇକ୍ ଫାଲକନ୍ ସେନ୍ସର ସଫ୍ଟୱେୟାର ଅପଡେଟ୍ ହେତୁ ୱିଣ୍ଡୋଜ୍ 365 କ୍ଲାଉଡ୍ PCରେ ଏକ ସମସ୍ୟା ବିଷୟରେ ଆମେ ଅବଗତ ହୋଇଛୁ। ଏହା WP821561 ଅଧୀନରେ ଥିବା ଆଡମିନ୍ ସେଣ୍ଟରରେ ରିପୋର୍ଟ କରାଯାଉଛି।" ସମସ୍ୟା ଚିହ୍ନଟ ସରିଛି ଏବଂ ସମାଧାନ ପାଇଁ ଉପଭୋକ୍ଟାଙ୍କୁ ନୂଆ ଅପଡେଟ୍ ପାଇଁ ସକ୍ରିୟ ସହାୟତା ଯୋଗାଇ ଦିଆଯାଉଛି ବୋଲି ପ୍ରକାଶ କରାଯାଇଛି ।

Xର ଏକ ପୋଷ୍ଟରେ କ୍ରାଉଡ୍ ଷ୍ଟ୍ରାଇକ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଜର୍ଜ କୁର୍ଟଜ୍ କହିଛନ୍ତି, ଏହା କୌଣସି ସାଇବର ଆଟାକ୍‌ ନଥିଲା। ଏହି ସମସ୍ୟା ପ୍ରଥମେ ଅଷ୍ଟ୍ରେଲିଆରେ ଦେଖାଦେଇଥିଲା। ଏହାଦ୍ୱାରା କେତେ କମ୍ପ୍ୟୁଟର ପ୍ରଭାବିତ ହୋଇଛି ତାହା ମଧ୍ୟ ସ୍ଫଷ୍ଟ ହୋଇନି। ତେବେ ଏହି ସମସ୍ୟା ଚିହ୍ନଟ କରାଯାଇଛି ଏବଂ ଏକ ଫିକ୍ସ ନିୟୋଜିତ କରାଯାଇଛି ବୋଲି ସେ କହିଛନ୍ତି।

Microsoft
Advertisment
Advertisment