• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତେ Whatsapp ବ୍ୟବହାର କରୁଛନ୍ତି । ଯେ କୌଣସି ବ୍ୟକ୍ତିଙ୍କ ନିକଟକୁ କିଛି ମେସେଜ ହେଉ କି ଡକ୍ୟୁମେଣ୍ଟ ପଠାଇବାକୁ ହେଲେ ସମସ୍ତେ Whatsapp ମାଧ୍ୟମରେ ପଠାଉଛନ୍ତି । ହେଲେ ଆପଣ ଜାଣନ୍ତି କି ? Whatsappରେ ମେସେଜ୍‌ ପଠାଇବାକୁ ହେଲେ ଆପଣଙ୍କୁ କ’ଣ ଏବେ ଟଙ୍କା ଦେବାକୁ ପଡ଼ିବ ! ଆସନ୍ତୁ ଜାଣିବା ଏ ସମ୍ପର୍କରେ...

ଦୁନିଆର ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ମେସେଜିଂ ଆପ୍‌ ହେଉଛି Whatsapp । ଏହି ପ୍ଲାଟଫର୍ମକୁ ୨ଶହ କୋଟି ଲୋକ ପ୍ରତିଦିନ ବ୍ୟବହାର କରିଥା’ନ୍ତି । ଅର୍ଥାତ୍‌ ସେମାନେ ନିଜର ପରିବାର ଓ ବନ୍ଧୁମାନଙ୍କ ସେସେଜ୍‌ରେ ସହ କଥା ହୋଇଥା’ନ୍ତି । ପୂର୍ବରୁ ମେଟା ପକ୍ଷରୁ ୧୯ ଆରବ ଡଲାରରେ ଫେସବୁକ୍‌କୁ କିଣାଯାଇଥିଲା ।

ସେହି ସମୟରେ Whatsapp ମଧ୍ୟ ଲୋକଙ୍କ ଖୁବ୍‌ ପସନ୍ଦ ହୋଇପାରିଥିଲା । ହେଲେ Whatsapp ସେମତି କିଛି ବ୍ୟବସାୟ ହୋଇପାରୁନଥିଲା । ବର୍ତ୍ତମାନ ସୁଦ୍ଧା ମଧ୍ୟ କମ୍ପାନୀ ସେମିତି କିଛି ଲାଭ ପାଉନଥିବା କୁହାଯାଉଛି । ମାର୍କ ଜୁକେରବର୍ଗଙ୍କ ବ୍ୟବସାୟ କହିଲେ କେବଳ ବିଜ୍ଞାପନ ହୋଇଥାଏ । ଯାହା Whatsappରଏ ଆଦୌ ଦେଖିବାକୁ ମିଳେନାହିଁ ।

ମେଟାର ଏହି ପ୍ଲାଟଫର୍ମୁ ଲୋକମାନେ ବେସ୍‌ ପସନ୍ଦ କରିଥା’ନ୍ତି । ଜୁନ୍‌ ୨୦୨୨ରେ ମେଟା ଘୋଷଣା କରିଥିଲା କି Whatsapp ହେଉଛି ମେଟାର ଆଗାମୀ ଫିଚର । Whatsappରେ ମାର୍କଙ୍କ ସେପରି ବ୍ୟବସାୟ ହେଉଥିବାରୁ ଏଥିରେ କିଛି ଫିଚର ବଦଳାଇବାକୁ ଯାଉଛନ୍ତି । ମେସେଜ୍‌ କରିବାକୁ ହେଲେ ୧୫ ସେକେଣ୍ଡ ପାଇଁ କମ୍ପାନୀ କିଛି ଚାର୍ଜ ନେଇପାରେ ବୋଲି କୁହାଯାଉଛି । ସୂଚନା ମୁତାବକ ଏଥିପାଇଁ ୪୦ ପଇସା ଚାର୍ଜ ଲାଗିପାରେ । ଏହି ଦେୟ ଚାଟ୍‌ର ଫିଚର ଓ ବିଭିନ୍ନ ଦେଶର ବ୍ୟବହାର ଉପରେ ନିର୍ଭର କରେ ।

କେଉଁମାନଙ୍କୁ ଦେବାକୁ ପଡ଼ିବ ଟଙ୍କା ?

Whatsapp ବ୍ୟବହାରକାରୀମାନେ ଜାଣିରଖିବା ଜରୁରୀ । ଏହି ଚାର୍ଜ କେବଳ ବିଜ୍‌ନେସ୍‌ ଆକାଉଣ୍ଡ ପାଇଁ ଲାଗୁ ହୋଇପାରେ । ସାଧାରଣ ଭାବେ ମେସେଜ କଲେ ଏହି ଦେୟ ଦେବାକୁ ପଡ଼ିବ ନାହିଁ । Whatsappରେ ବିଜିନେସ୍‌ ପାଇଁ କମ୍ପାନୀ ପକ୍ଷରୁ କନଭରସେସନ୍‌ ମେସେଜ୍‌ ଫିଜର ଜାରି କରିଛି । ଏଥିରେ ୟୁଜର୍ସଙ୍କୁ ପ୍ରଥମେ ୧୦୦୦ ମେସେଜ୍‌ ଫ୍ରୀ ମିଳିଥାଏ ।

ପରେ ପରେ ମେସେଜ୍‌ କଲେ ଚାର୍ଜ ଲାଗୁ କରାଯିବ । Alice Newton Rex ଏକ ଇଣ୍ଟରଭ୍ୟୁରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯବି ଆମେ ଭାରତ ଓ ବ୍ରାଜିଲକୁ ଦେଖିବା ସେଠାରେ Whatsapp ମାଧ୍ୟମରେ ବିଜିନେସ୍‌ କରାଯାଉଛି । Uber ରାଇଡ୍ସ ବୁକ୍‌ ଠାରୁ ଆରମ୍ଭ କରି ଅନେକ କିଛି ବିଜିନେସ୍‌ କରାଯାଉଛି । ହେଲେ ବର୍ତ୍ତମାନ ସୁଦ୍ଧା ଭାରତରେ Whatsappର ପେଡ୍‌ ଭର୍ସନ ଲଞ୍ଚ କରାଯାଇନାହିଁ ।