• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଇସ୍ରୋର ଚନ୍ଦୟାନ ଓ ସୂର୍ଯ୍ୟ ମିଶନ ଆଦିତ୍ୟ-L1କୁ ନେଇ ଏବେ ଲାଗି ରହିଛି ଚର୍ଚ୍ଚା । ଚନ୍ଦ୍ରାୟନରେ ଇସ୍ରୋ ସଫଳତା ପାଇବା ପରେ ଆଜି ସୂର୍ଯ୍ୟ ମିଶନ ଆଦିତ୍ୟ-L1କୁ ଲଞ୍ଚ କରି ଆଉ ଏକ ଇତିହାସ ରଚିଛି ଇସ୍ରୋ । ହେଲେ ଏହା ପୂର୍ବରୁ ମଧ୍ୟ ମହାକାଶକୁ ନେଇ ବୈଜ୍ଞାନିକମାନେ ଅନେକ ଗବେଷଣା କରିଛନ୍ତି । ଗ୍ରହ ନକ୍ଷତ୍ର ସହ ମହାକାଶ ସମ୍ବଦ୍ଧୀୟ ଅନେକ ତଥ୍ୟ ସାମ୍ନାକୁ ଆଣିଛନ୍ତି । ହେଲେ ଆପଣ ଜାଣିଛନ୍ତି କି ? ମହାକାଶକୁ ବୈଜ୍ଞାନିକମାନେ କୁକୁର ପଠାଇବା କଥା । ତେବେ ଆସନ୍ତୁ ଜାଣିବା...

ସ୍ପେସ୍ ଦୌଡ଼ରେ ଆର୍ଥାତ୍‌ ମହାକାଶ ଗବେଷଣା କ୍ଷେତ୍ରରେ ନିଜକୁ ଆଗରେ ରଖିବା ପାଇଁ ୬୦ରୁ ୭୦ ଦଶକରେ ହୋଇଥିଲା ଏକ ବଡ଼ ଗବେଷଣା । ଏ କ୍ଷେତ୍ରରେ ଆମେରିକା ଏବଂ ସୋଭିଏତ୍ ୟୁନିଅନ୍ ମଧ୍ୟରେ ଏକ ବଡ଼ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ଆଉ ସେମାନଙ୍କ ପ୍ରତିଯୋଗିତା ବେଳେ ମହାକାଶକୁ ନେଇ ଆସୁଥିଲା ନୂଆ ନୂଆ ତଥ୍ୟ ।

୧୯୫୭ ମସିହା ନଭେମ୍ବର ୩ ତାରିଖ । ମହାକାଶ ଇତିହାସ ପାଇଁ ଏହି ଦିନଥିଲା ଏକ ଗୁରୁତ୍ୱପୂର୍ଣ୍ଣ ଦିନ । କାରଣ ଏହି ଦିନ ସୋଭିଏତ୍ ୟୁନିଅନ୍ ସ୍ପୁଟନିକ୍-୨ ନାମକ ଏକ ମହାକାଶଯାନରେ ଲାଇକା ନାମକ ଏକ କୁକୁରକୁ ପଠାଯାଇଥିଲା । ଯାହା ମହାକାଶ ଗବେଷଣାରେ ଏକ ବଡ଼ ପଦକ୍ଷେପ ହୋଇଥିଲା ।

କେବଳ ସେତିକି ନୁହେଁ, ଲାଇକା ସ୍ପୁଟନିକ୍ ମହାକାଶଯାନରେ ପୃଥିବୀର କକ୍ଷପଥ ଭ୍ରମଣ କରିଥିଲା । ଏହି ମିଶନ୍ ଜରିଆରେ ସୋଭିଏତ୍ ୟୁନିଅନ୍ ଜାଣିବାକୁ ଚେଷ୍ଟା କରୁଥିଲା ଯେ, ଯଦି ଜଣେ ମଣିଷକୁ ମହାକାଶକୁ ପଠାଯାଏ, ତେବେ ସେ ସେଠାରେ କେତେ ସୁରକ୍ଷିତ ରହିବ ? ତା’ ଉପରେ କ’ଣ ପ୍ରଭାବ ପଡ଼ିବ ? ହେଲେ ଦୁର୍ଭାଗ୍ୟ ବଶତଃ ଲାଇକା ପୃଥିବୀକୁ ଜୀବନ୍ତ ଫେରିପାରିନଥିଲା ।

କାରଣ ଯେଉଁ ମହାକାଶଯାନରେ ଲାଇକାକୁ ପଠାଯାଇଥିଲା, ସେଥିରେ ଅନେକ ଯାନ୍ତ୍ରୀକ ତ୍ରୁଟି ଥିବାରୁ ସେହି ରକେଟ୍‌ଟି ପୁଣି ଥରେ ଭାରତକୁ ଫେରିପାରିନଥିଲା । ଖାଲି ସେତିକି ନୁହେଁ, ଏହି ମିଶନ ଜରିଆରେ ବୈଜ୍ଞାନିକମାନେ ଅନେକ କିଛି ସୂଚନା ପାଇବାକୁ ପ୍ରୟାସ କରିଥିଲେ ।

ମହାକାଶରୁ ଲାଇକାକୁ ଟ୍ରାକିଂ କରାଯାଇଥିଲା । ତା’ର ନିଃଶ୍ୱାସ-ପ୍ରଶ୍ୱାସ ପ୍ରତି ଧ୍ୟାନ ଦିଆଯାଇଥିଲା । ମାହାକାଶରେ ଲାଇକା ଖୁବ୍‌ ଜୋର୍‌ରେ ଡରିଯାଇଥିଲା । ଯାହାଦ୍ୱାରା ଲାଇକାର ହୃଦସ୍ପନ୍ଦନର ଗତି ୩ଗୁଣା ବଢ଼ିଯାଇଥିଲା । ମାତ୍ର ୬ ଘଣ୍ଟାର ପରିକ୍ରମା ପରେ ଯେତେବେଳେ ଲାଇକାକୁ ଟ୍ରାକ୍‌ କରାଯାଇଥିଲା, ସେତେବେଳେ ତା’ର ମୃତ୍ୟୁ ହୋଇସାରିଥିଲା ।