Advertisment

ଏବେ ଚୋର ନିଜେ ଫେରାଇବ ଚୋରି ମୋବାଇଲ୍‌ ! ସହଜ ଉପାୟ କହିଲେ IPS ଅଧିକାରୀ

କିଛି ଲୋକ ଚୋରି ମୋବାଇଲ୍‌ ମିଳିବା ନେଇ ଆଶା ଛାଡ଼ି ଦେଇଥିବା ବେଳେ ଆଉ କିଛି ଲୋକ ଦୀର୍ଘ ଦିନ ଯାଏ ମୋବାଇଲ୍‌ ମିଳିବାର ଆଶା ରଖିଥାନ୍ତି। ହେଲେ ଏବେ ଆପଣଙ୍କୁ ଟେନ୍‌ସନ୍‌ ନେବାର ଆଉ କୌଣସି ଆବଶ୍ୟକତା ନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Know How To Found Your Lost Phone

Know How To Found Your Lost Phone

ହଠାତ୍‌ ମୋବାଇଲ୍‌ ଚୋରି ହୋଇଗଲେ ମୁଣ୍ଡ କାମ କରିନଥାଏ। ମନରେ ଅନେକ କଥା ଆସିଥାଏ, ଯେପରିକି- ଡାଟା ଲିକ୍‌ ହେବା, ଫୋନ୍‌ ମିଳିବ କି ନା ନାହିଁ ଏଭଳି ଅନେକ କିଛି। ତେବେ କିଛି ଲୋକ ଚୋରି ମୋବାଇଲ୍‌ ମିଳିବା ନେଇ ଆଶା ଛାଡ଼ି ଦେଇଥିବା ବେଳେ ଆଉ କିଛି ଲୋକ ଦୀର୍ଘ ଦିନ ଯାଏ ମୋବାଇଲ୍‌ ମିଳିବାର ଆଶା ରଖିଥାନ୍ତି। ହେଲେ ଏବେ ଆପଣଙ୍କୁ ଟେନ୍‌ସନ୍‌ ନେବାର ଆଉ କୌଣସି ଆବଶ୍ୟକତା ନାହିଁ। ଜଣେ ଆଇପିଏସ୍‌ ଅଫିସର ଟ୍ୱିଟରରେ ଏମିତି କିଛି ତରିକା କହିଛନ୍ତି, ଯାହାକି ନିଜେ ଚୋର ଚୋରି ମୋବାଇଲ୍‌କୁ ଫେରାଇବାକୁ ବାଧ୍ୟ ହେବ।  

Advertisment

୪୫ ସେକେଣ୍ଡର ଏକ ଭିଡିଓରେ IPS ଅଧିକାରୀ ଅଶୋକ କୁମାର ଚୋରି ହୋଇଥିବା ମୋବାଇଲ୍‌ କେମିତି ଫେରି ପାଇ ପାରିବେ, ସେସମ୍ପର୍କରେ କହିଛନ୍ତି। ଭିଡିଓକୁ ଶେୟାର କରି କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି- ‘ମୋ ମୋବାଇଲ୍‌ ଚୋରି ହୋଇଯାଇଛି। ସର୍ବପ୍ରଥମେ ଚିନ୍ତା କରନ୍ତୁ ନାହିଁ। ଯଦି ଆପଣଙ୍କ ପାଖରେ ସମୟ ନାହିଁ ଓ ଆପଣ ପୋଲିସ୍‌ ପାଖକୁ ଯାଇ ପାରୁ ନାହାନ୍ତି, ତା’ହେଲେ ଏହି ସୂଚନା ଆପଣଙ୍କ କାମରେ ଆସିପାରେ। ଚୋରି ଅଭିଯୋଗ ନେଇ ଦିଆଯାଇଥିବା ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ ଓ ଅଭିଯୋଗ ଦାଖଲ କରନ୍ତୁ। ଫଳରେ ଚୋର ଆଉ ଆପଣଙ୍କ ମୋବାଇଲ୍‌ ବ୍ୟବହାର କରିପାରିବ ନାହିଁ ଓ ଏହାକୁ ଫେରାଇବାକୁ ବାଧ୍ୟ ହେବ।’

Advertisment

ଭିଡିଓରେ କୁହାଯାଇଛି ଯେ, ‘ଚୋରି ହୋଇଥିବା ମୋବାଇଲ୍‌କୁ କେମିତି ବ୍ଲକ୍‌ କରିବେ ? ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ ଫୋନ୍‌ର ବିଲ୍‌ ଓ FIR କପି ସହ ମୋବାଇଲ୍‌ର IMEI ନମ୍ବର ଦେବାକୁ ହେବ। ଆପଣଙ୍କୁ ପ୍ରଦାନ କରାଯାଇଥିବା ୱେବ୍‌ସାଇଟ୍‌କୁ ଯାଇ ଚୋରି କିମ୍ବା ହଜି ଯାଇଥିବା ମୋବାଇଲ୍‌କୁ ବ୍ଲକ୍‌ ଅପ୍‌ସନ୍‌ ଚୟନ କରନ୍ତୁ। ଏହାପରେ ଏକ ଫର୍ମ ଓପନ୍‌ ହେବ ଓ ଏଥିରେ ପ୍ରଦାନ କରାଯାଇଥିବା ତଥ୍ୟ ପୂରଣ କରନ୍ତୁ’। 

ଭିଡିଓକୁ ନେଇ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ସୂଚନା ଭଲ। ହେଲେ ଜଣେ ସାଧାରଣ ଲୋକର ମୋବାଇଲ୍‌ ହଜିଗଲେ ଏହା କେବେ ଆଉ ମିଳେ ନାହିଁ। ଏହା ପ୍ରକୃତ ସତ।’ ଆଉ ଜଣେ ୟୁଜର ଲେଖିଛନ୍ତି, ‘୩ ତାରିଖରେ ଅଭିଯୋଗ କରିଥିଲି ଓ ଏହି ସମୟରେ ସୂଚନା ଦିଆଯାଇଥିଲା ୨୪ ଘଣ୍ଟା ମଧ୍ୟରେ ବ୍ଲକ୍‌ କୀ ଦିଆଯିବ। କିନ୍ତୁ ୭ ତାରିଖ ହେଲାଣି ଓ ଏବେବି ଷ୍ଟାଟସ୍‌ ଦେଖାଉଛି ଏକ୍ସପେକ୍‌ଟେଡ୍‌ ଫର୍‌ ବ୍ଲକିଂ’। 

Advertisment
Advertisment