Advertisment

Technology: ଡିପ୍ ଫେକ୍ ପାଇଁ ଆପଣଙ୍କ ଫଟୋ/ଭିଡିଓ ହେଉନି ତ ଚୋରି… ଏମିତି କରନ୍ତୁ ସୁରକ୍ଷା

ବିଶେଷ ଭାବରେ, ମହିଳାମାନଙ୍କର ଫଟୋ ଏବଂ ଭିଡିଓଗୁଡିକ ଡିପ୍ ଫେକ୍‌ ଟେକ୍ନୋଲୋଜି ମାଧ୍ୟମରେ ଅଧିକରୁ ଅଧିକ ଅପବ୍ୟବହାର କରାଯାଉଛି। ଅନେକ ସମୟରେ ଏହି କୌଶଳ ବ୍ଲାକ୍‌ମେଲିଂ, ବଦନାମ ଏବଂ ମିଥ୍ୟା ଖବର ବିସ୍ତାର ପାଇଁ ବ୍ୟବହୃତ ହେଉଛି। ଜାଣନ୍ତୁ କିପରି କରିବେ ସୁରକ୍ଷା?

ଅଦ୍ୟତନ ହୋଇଛି
know how to be safe from deepfake

know how to be safe from deepfake

Advertisment

ଆଧୁନିକ ଜ୍ଞାନକୌଶଳ ଆମ ଜୀବନକୁ ଯେତିକି ସହଜ କରିଛି ତା’ ଠାରୁ ଅଧିକ ବିପଦ ଆଡକୁ ନେଇଯାଉଛି। ଏଥି ମଧ୍ୟରୁ ଗୋଟିଏ ହେଉଛି ଡିପ୍ ଫେକ୍ଟେକ୍ନୋଲୋଜି, ଯାହା ବର୍ତ୍ତମାନ ସାଇବର ଅପରାଧୀଙ୍କ ଦ୍ୱାରା ଅସ୍ତ୍ର ଭାବରେ ବ୍ୟବହୃତ ହେଉଛି। ଏହି କୌଶଳ ମାଧ୍ୟମରେ, ଯେକୌଣସି ବ୍ୟକ୍ତିଙ୍କ ପ୍ରତିଛବି କିମ୍ବା ଭିଡିଓକୁ ଆପତ୍ତିଜନକ ନିଜିଷରେ ପରିବର୍ତ୍ତନ କରି ବଦନାମ କରାଯାଇପାରେ।

Advertisment

ବିଶେଷ ଭାବରେ, ମହିଳାମାନଙ୍କର ଫଟୋ ଏବଂ ଭିଡିଓଗୁଡିକ ଡିପ୍ ଫେକ୍‌ ଟେକ୍ନୋଲୋଜି ମାଧ୍ୟମରେ ଅଧିକରୁ ଅଧିକ ଅପବ୍ୟବହାର କରାଯାଉଛି। ଅନେକ ସମୟରେ ଏହି କୌଶଳ ବ୍ଲାକ୍‌ମେଲିଂ, ବଦନାମ ଏବଂ ମିଥ୍ୟା ଖବର ବିସ୍ତାର ପାଇଁ ବ୍ୟବହୃତ ହେଉଛି।

ଡିପ୍ ଫେକ୍‌ ଟେକ୍ନୋଲୋଜିର ପ୍ରଭାବ କେବଳ ସାଧାରଣ ଲୋକଙ୍କ ମଧ୍ୟରେ ସୀମିତ ନାହିଁ। ମିଥ୍ୟା ଭିଡିଓ କରି ରାଜନେତା ତଥା ସେଲିବ୍ରିଟିଙ୍କ ଭାବମୂର୍ତ୍ତିକୁ ମଧ୍ୟ କ୍ଷୁଣ୍ଣ କରିବାର ଅନେକ ମାମଲା ସାମ୍ନାକୁ ଆସିଛି। ଏହା ବ୍ୟତୀତ, ଏହି ଟେକ୍ନୋଲୋଜି ଆର୍ଥିକ ଠକେଇ ଏବଂ ନକଲି ପରିଚୟ କରିବା ଭଳି ଅପରାଧରେ ମଧ୍ୟ ବ୍ୟବହାର ହେଉଛି।

Advertisment

ଅଧିକ ପଢ଼ନ୍ତୁ: ଆପଣଙ୍କ ସ୍ମାର୍ଟ ଟିଭି ବାରମ୍ବାର ହ୍ୟାଙ୍ଗ୍ ହେଉଛି କି… ବ୍ୟସ୍ତ ହୁଅନ୍ତୁ ନାହିଁ; ନିଜେ କରନ୍ତୁ ସମାଧାନ

ଡିପ୍ ଫେକ୍‌ ଟେକ୍ନୋଲୋଜିର ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଏହାର ଅପବ୍ୟବହାରକୁ ଏଡାଇବା ପାଇଁ କିଛି ସତର୍କତା ଅବଲମ୍ବନ କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି।

Advertisment

ପ୍ରାଇଭେସୀ ଲକ୍ ସେଟ୍:

ସୋସିଆଲ ମିଡିଆରେ ଯେତେ ସମ୍ଭବ ଆପଣଙ୍କର ବ୍ୟକ୍ତିଗତ ଫଟୋ ଏବଂ ଭିଡିଓ ଶେୟାର କରିବା ଠାରୁ ଦୂରେଇ ରୁହନ୍ତୁ। ଫଟୋ ଏବଂ ଭିଡିଓ ପରି ବ୍ୟକ୍ତିଗତ ତଥ୍ୟ ଉପରେ ଆପଣ ଏକ ପ୍ରାଇଭେସୀ ଲକ୍ ସେଟ୍ କରିପାରିବେ। ଆପଣ ଏହାକୁ ବ୍ୟକ୍ତିଗତ କରି ଆପଣଙ୍କର ପ୍ରୋଫାଇଲର ପରିସରକୁ ସୀମିତ କରିପାରିବେ।

ଆଣ୍ଟିଭାଇରସ୍ ଏବଂ ସାଇବର ସୁରକ୍ଷା ଆପ୍:

ଆଣ୍ଟିଭାଇରସ୍ ସଫ୍ଟୱେର୍ ଏବଂ ସାଇବର ସୁରକ୍ଷା ଆପ୍ ବ୍ୟବହାର କରନ୍ତୁ। ଏହି ଆପ୍ ଡିପ୍ ଫେକ୍‌ ଏବଂ ଅନ୍ୟାନ୍ୟ ସାଇବର ବିପଦରୁ ରକ୍ଷା କରିବାରେ ସହାୟକ ହୋଇପାରେ।

ଅଧିକ ପଢ଼ନ୍ତୁ: ଆପଣ ପ୍ରଥମ ଥର ପାଇଁ ଲାପ୍‌ଟପ୍ କିଣୁଛନ୍ତି କି… ଏହି ୬ଟି ଜିନିଷକୁ ଧ୍ୟାନ ଦିଅନ୍ତୁ; ଅସୁବିଧାରେ ପଡ଼ିବେ ନାହିଁ

ଅଜଣା ଲିଙ୍କ୍ ପ୍ରତି ସଚେତନ:

ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଯେକୌଣସି ଅଜଣା ଲିଙ୍କ୍ ଅଜ୍ଞାତ ଉତ୍ସରୁ ପଠାଯାଇଥିବା ମେସେଜ୍ କିମ୍ବା ଲିଙ୍କ ଉପରେ କ୍ଲିକ୍ କରିବା ଠାରୁ ଦୂରେଇ ରୁହନ୍ତୁ। ଯଦି ଆପଣ ନିଜ ଫଟୋ କିମ୍ବା ବିଷୟବସ୍ତୁର ଅପବ୍ୟବହାରର ସନ୍ଦେହ କରୁଛନ୍ତି ତେବେ ତୁରନ୍ତ କ୍ରାଇମ୍‌ ବ୍ରାଞ୍ଚର ସାଇବର ସେଲ୍  ସହିତ ଯୋଗାଯୋଗ କରନ୍ତୁ।

ଟୁଲ୍ସଗୁଡ଼ିକର ସାହାଯ୍ୟରେ ଚିହ୍ନଟ:

ଏହା ବ୍ୟତୀତ Deepware ଏବଂ Sensity AI ପରି ଟୁଲ୍ସଗୁଡ଼ିକର ସାହାଯ୍ୟରେ ଡିପ୍ ଫେକ୍ ଭିଡିଓଗୁଡ଼ିକୁ ଚିହ୍ନଟ କରାଯାଇପାରିବ। ଡିପ୍ ଫେକ୍‌ ଟେକ୍ନୋଲୋଜିର ଅପବ୍ୟବହାରକୁ ରୋକିବା ପାଇଁ ସାଇବର ସଚେତନତା ବୃଦ୍ଧି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ତେବେ ଏହି ଟେକ୍ନୋଲୋଜିର ଅପବ୍ୟବହାରକୁ ରୋକିବା ପାଇଁ ସରକାର ଏବଂ ସଂପୃକ୍ତ ଏଜେନ୍ସିମାନଙ୍କୁ କଠୋର ପଦକ୍ଷେପ ନେବାକୁ ପଡ଼ିବ।

ଅଧିକ ପଢ଼ନ୍ତୁ: ଏହିସବୁ ଫୋନ୍‌ରେ କାମ କରିବ ନାହିଁ ହ୍ୱାଟ୍ସଆପ୍; ଆପଣ ଏଥିରେ ନାହାନ୍ତି ତ.., ଦେଖନ୍ତୁ ତାଲିକା

Cyber Crime Tips And Trick
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ