ISRO Satellite Launch : ପାୱାରଫୁଲ ସାଟେଲାଇଟ୍ EOS-09, ସବୁ ସ୍ଥିତିରେ ଦେଶକୁ ଜଗିବା ସହ ଦେବ ହାଇ ରିଜୋଲ୍ୟୁସନ ଇମେଜ

ଦେଶକୁ ଜଗିବ ଏହି ସାଟେଲାଇଟ୍ । ଇସ୍ରୋ ଲଞ୍ଚ କରିବାକୁ ଯାଉଛି ପାୱାରଫୁଲ ସାଟେଲାଇଟ୍ EOS-09 । ଖରା, ବର୍ଷା, ଶୀତ ହେଉ କି ଦିନ ରାତି ସବୁ ସମୟରେ ଉନ୍ନତମାନର ଫଟୋ ଉଠାଇ ତୀକ୍ଷ୍ଣ ନଜର ରଖିବ ଏହି ଉପଗ୍ରହ ।

ଇସ୍ରୋ ଲଞ୍ଚ କରିବାକୁ ଯାଉଛି ନୂଆ ପାୱାରଫୁଲ ସାଟେଲାଇଟ

ଆସନ୍ତାକାଲି ( ମେ ୧୮)ରେ ନୂଆ ସାଟେଲାଇଟ ଲଞ୍ଚ କରିବାକୁ ଯାଉଛି ଇସ୍ରୋ । PSLV-C61/EOS-09 ହେଉଛି ଇସ୍ରୋର ୧୦୧ତମ ଲଞ୍ଚିଂ । ଏହା ଭାରତର ସୁରକ୍ଷା ଦିଗରେ ସହାୟକ ହେବ । ଏହା ସମସ୍ତ ପାଣିପାଗ ସ୍ଥିତି, ଦିବାରାତ୍ର ସମୟର ଫଟୋ ଉତ୍ତୋଳନ, ପାଣିପାଗ ସମ୍ପର୍କିତ ସୂଚନା ଆଦି ପ୍ରଦାନ କରିବ । ଅପଗ୍ରେଡ୍ ହୋଇଥିବା C-band, SAR ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ଏହାର ନିର୍ମାଣ ହୋଇଛି । ବନ୍ୟା ସମୟର ସୂଚନା ପାଇଁ ମଧ୍ୟ ରିଅଲ ଟାଇମ୍ ଆପ୍ଲିକେସନ ଏଥିରେ ରହିଛି । 

EOS-09 କାହିଁକି ଭିନ୍ନ?

ଯେତେବେଳେ ବାଦଲ ସବୁ ଏକାଠି ହୁଅନ୍ତି ବା ଝଡ଼ ତୋଫାନ ଆସେ ସେ ସମୟରେ ଅଧିକାଂଶ ସାଟେଲାଇଟ କାମ କରିବା ବନ୍ଦ କରିଦିଅନ୍ତି । ସେହିପରି ବର୍ଷା, କୁହୁଡି କିମ୍ବା ପ୍ରଦୂଷଣ ବେଳେ ସାଧାରଣତଃ ଠିକ୍ ଭାବେ ଭୂପୃଷ୍ଠରୁ ଫଟୋ ଉତ୍ତୋଳନ କରିପାରନ୍ତି ନାହିଁ ସାଟେଲାଇଟ । ହେଲେ EOS-09ରେ ଥିବା C-band ସିନ୍ଥେଟିକ ଆପଚର ରାଡାର ଯାହାସବୁ ଦେଖିପାରେ ତାହା ଅନ୍ୟ ସାଟେଲାଇଟମାନେ ପାରନ୍ତି ନାହିଁ । ସମସ୍ତ ପ୍ରକାର ପାଣିପାଗ ସ୍ଥିତିରୁ ନେଇ ଦିନ ରାତି ସବୁବେଳେ ଏହା ସର୍ଭେଲାନ୍ସ କରିବାର କ୍ଷମତା ରଖେ । 

PSLV-C61 ବିଷୟରେ:
PSLV-C61 ଇସ୍ରୋର ଏକ ବିଶ୍ୱସନୀୟ ରକେଟ୍ । ଯାହାକି EOS-09(RISAT-1B) ଉପଗ୍ରହକୁ ମହାକାଶରେ ପହଞ୍ଚାଇବ । ଏହି ଉପଗ୍ରହ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଥିବାବେଳେ ଏହାର ଓଜନ 1,710 କିଲୋଗ୍ରାମ । ଏଥିରେ ଥିବା SAR(ସିନଥେଟିକ ଅପର୍ଚର ରାଡାର) ସିଷ୍ଟମ ଦିନରାତି, ଖରା, ବର୍ଷା, ଶୀତ, କୁହୁଡ଼ି ଆଦି ସବୁ ସମୟରେ ହାଇ ରିଜୋଲ୍ୟୁସନର ଫଟୋ ଉତ୍ତୋଳନ କରିପାରିବ । ଭାରତ ଏମିତି ଏକ ଦେଶ ଯାହା ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଥାଏ । ସେହିପରି ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ତେଣୁ ଏ ସମସ୍ତ ଦିଗକୁ ଦେଖିଲେ, ଏହି ନୂଆ ଅତ୍ୟାଧୁନିକ ସାଟେଲାଇଟ EOS-09 ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ନେଇ ଆଶା କରାଯାଉଛି । 

ଦେଶର ସୁରକ୍ଷା ପାଇଁ କାର୍ଯ୍ୟ କରିବ: 

EOS-09ର SAR ସିଷ୍ଟମ ଯେତିକି ପାୱାରଫୁଲ ସେତିକି ସ୍ମାର୍ଟ ମଧ୍ୟ । ଏଥିରେ PSLV ରକେଟକୁ ପେ-ଲୋଡ୍ ଇଣ୍ଟିଗ୍ରେସନ(Payload Integration Facility) ରୁ ମୋବାଇଲ ସର୍ଭିସ ଟାୱାର ପର୍ଯ୍ୟନ୍ତ କ୍ୟାପଚର କରିବାର କ୍ଷମତା ରହିଛି । ISRO ଇଞ୍ଜିନିୟରିଂ ଜ୍ଞାନକୌଶଳ, ଟିମ୍ ୱାର୍କ ଯୋଗୁ ଏଭଳି ଅତ୍ୟାଧୁନିକ ସାଟେଲାଇଟ ନିର୍ମାଣ ସମ୍ଭବ ହୋଇପାରିଛି । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଅପରେସନ ସିନ୍ଦୂର ଲଞ୍ଚ କରାଯାଇଥିଲା ।  ଏଭଳି ପ୍ରତିକୂଳ ସ୍ଥିତିରେ ଟେକ୍ନୋଲୋଜି ଦେଶର ସୁରକ୍ଷା କ୍ଷେତ୍ରରେ କେତେ ସହାୟକ ହୋଇଥିଲା ତାହା କାହାରିକୁ ଅଛପା ନାହିଁ । ତେଣୁ EOS-09 ଭାରତର ସୁରକ୍ଷା ଦିଗରେ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି । ପାକିସ୍ତାନ ସୀମାରେଖାରୁ ଆରମ୍ଭ କରି ଚୀନ ଓ ବାଂଲାଦେଶ ଯାଏଁ ନଜର ରଖିବ ଏହି ସାଟେଲାଇଟ୍ । ଦେଶର ସୁରକ୍ଷା ଭାରତ ପାଇଁ  ବର୍ତ୍ତମାନ ଚ୍ୟାଲେଞ୍ଚିଂ ହୋଇଥିବାବେଳେ ଶତ୍ରୁ ଦେଶରୁ ରକ୍ଷା ପାଇବାକୁ ଏହି ସାଟେଲାଇଟ୍ ବେଶ ସହାୟକ ହେବ । 

ଅଧିକ ପଢନ୍ତୁ: ଭାରତକୁ ବଡ଼ ସଫଳତା, ବର୍ଷକରେ ବିକ୍ରି ହେଲାଣି ୨୪ ହଜାର କୋଟିର ଯୁଦ୍ଧାସ୍ତ୍ର