Advertisment

ଏଣିକି ଆଉ କହିପାରିବେନି ମିଛ...ଆପଣ ଯେଉଁଠି ଥିଲେ ବି କହିଦେବ ଇନ୍‌ଷ୍ଟାଗ୍ରାମ୍‌ !

ନିଜର ୟୁଜର୍ସଙ୍କୁ ଯୋଡ଼ି ରଖିବା ପାଇଁ ମେଟା ଏହାର ସୋସିଆଲ ମିଡ଼ିଆ ଆପ୍ସରେ ଅନେକ ନୂଆ ଫିଚର୍‌ ଆଡ୍‌ କରୁଛି । ତେବେ ଏଣିକି ଆଉ କହିପାରିବେନି ମିଛ...ଆପଣ କେଉଁଠି ଅଛନ୍ତି କହିଦେବ ଇନ୍‌ଷ୍ଟାଗ୍ରାମ୍‌...

author-image
Otv Khabar Bureau
ଅଦ୍ୟତନ ହୋଇଛି
 Instagram “Friend Map” feature

Instagram “Friend Map” feature

ନିଜର ୟୁଜର୍ସଙ୍କୁ ଯୋଡ଼ି ରଖିବା ପାଇଁ ମେଟା ଏହାର ସୋସିଆଲ ମିଡ଼ିଆ ଆପ୍ସରେ ଅନେକ ନୂଆ ଫିଚର୍‌ ଯୋଡ଼ୁଛି। କମ୍ପାନୀ ସମୟ ସମୟରେ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ, ହ୍ୱାଟ୍ସଆପ୍‌ ସମେତ ସମସ୍ତ ଆପ୍‌ରେ ଅପେଡେଟ୍‌ କରୁଛି । ଏହି ସମୟରେ ଏକ ବହୁତ ଭଲ ଖବର ରହିଛି ଇନଷ୍ଟାଗ୍ରାମ୍‌ ବ୍ୟବହାରକାରୀଙ୍କ ପାଇଁ । କମ୍ପାନୀ ଏକ ନୂଆ ଫିଚର୍‌ ଉପରେ କାମ କରୁଛି ଯାହା ଖୁବଶୀଘ୍ର ଇନ୍‌ଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ । ଏଣିକି ଆଉ କହିପାରିବେ ନାହିଁ ମିଛ । କାରଣ ଇନ୍‌ଷ୍ଟାଗ୍ରାମ ଆଣୁଛି ‘ଫ୍ରେଣ୍ଡ ମ୍ୟାପ୍‌’ ନାମକ ଏକ ନୂଆ ଫିଚର୍‌ । ଆପଣ ଯେଉଁଠି ବି ଥିଲେ ଏଥର କହିଦେବେ ଇନ୍‌ଷ୍ଟଗ୍ରାମ । 

Advertisment

ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଇନଷ୍ଟାଗ୍ରାମ୍‌’, ‘ଫ୍ରେଣ୍ଡ ମ୍ୟାପ୍‌’ ନାମକ ଏକ ନୂଆ ଫିଚର୍‌ ଉପରେ କାମ କରୁଛି ବୋଲି ସୂଚନା ମିଳିଛି।ଯେମିତି ଇନଷ୍ଟାଗ୍ରାମରେ ଆପଣଙ୍କ ନାମ ଆପଣଙ୍କ ସାଙ୍ଗକୁ ଦେଖାଏ, ଠିକ୍‌ ସେହିପରି ଆପଣ କେଉଁଠି ଅଛନ୍ତି "ଫ୍ରେଣ୍ଡ ମ୍ୟାପ୍‌" ଫିଚର୍‌ ମାଧ୍ୟମରେ ଆପଣଙ୍କ ସାଙ୍ଗ ଦେଖି ପାରିବେ । ଏହି ଫିଚର୍‌ର ସ୍କ୍ରିନସଟ୍‌କୁ ଜଣେ ବ୍ୟକ୍ତି ତାଙ୍କ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି । 

ସ୍କ୍ରିନସଟ୍ ଅନୁଯାୟୀ, ଇନଷ୍ଟାଗ୍ରାମ୍‌ ବ୍ୟବହାରକାରୀମାନେ ତାଙ୍କ ସାଙ୍ଗ ଓ ବନ୍ଧୁ ଯେଉଁଠି ଥିଲେ ବି ଆପଣ ଦେଖିପାରିବେ । ଯେତେବେଳେ ଆପଣ ଆପଣଙ୍କ ଲୋକେସନ୍‌କୁ ଲୁଚାଇବାକୁ ଚାହଁବେ ସେତେବେଳେ ଆପଣଙ୍କୁ “Ghost Mode" ଅନ୍‌ କରିବାକୁ ପଡ଼ିବ । କିନ୍ତୁ ଏହା ମନେ ରଖିବା ଜରୁରୀ ଯେ ଆପ୍‌ରେ ଥିବା ସ୍ଥାନ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ହେବ, ଅର୍ଥାତ୍ ଏହାର ସୁରକ୍ଷା ଉପରେ ମଧ୍ୟ ଫୋକସ୍‌ ରହିବ । ଇନଷ୍ଟାଗ୍ରାମରେ ଆସୁଥିବା ନୂଆ "ଫ୍ରେଣ୍ଡ ମ୍ୟାପ୍" ଫିଚର୍‌ ସ୍ନାପଚାଟର "ସ୍ନାପ୍ ମ୍ୟାପ୍" ସହିତ ସମାନ ହେବ, ଯାହା ପୂର୍ବରୁ ମଧ୍ୟ ଉପଲବ୍ଧ ରହିଛି । ଏହିପରି ଫିଚର୍‌ଗୁଡିକ ଉଭୟ ଆଣ୍ଡ୍ରଏଡ୍ ଓ ଆଇଫୋନରେ ମଧ୍ୟ କାମ କରିବ । 

Advertisment

ଆପଣଙ୍କର ଇଚ୍ଛା ଅନୁସାରେ ଏହାକୁ ଅନ୍‌ କରିପାରିବେ...

"ଫ୍ରେଣ୍ଡ ମ୍ୟାପ୍" ଫିଚର୍‌ ଉପରେ ଏବେ କାମ ଚାଲିଛି କି ନାହିଁ ଓ ଏହା ଇନଷ୍ଟାଗ୍ରାମ ଆପ୍‌କୁ କେବେ ଆସିବ ତାହା ଅସ୍ପଷ୍ଟ ରହିଛି । ଏହା ବ୍ୟତୀତ, ଏହି ଫିଚର୍‌ ବୋଧହୁଏ ବୈକଳ୍ପିକ ହେବ, ଅର୍ଥାତ୍ ଆପଣ ଏହାକୁ ଟର୍ନ୍ ଅନ୍ କରିବେ କି ନାହିଁ ତାହା ଆପଣ ନିଜେ ସ୍ଥିର କରିବେ । ଇନଷ୍ଟାଗ୍ରାମ ଏହାକୁ ଟର୍ନ୍ ଅନ୍ କରିବ ନାହିଁ । ଏହା ଆପଣଙ୍କ ଉପରେ ନିର୍ଭର କରେ । 

Instagram Instagram Features
Advertisment
Advertisment