Advertisment

Technology: ଆପଣଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ୍ ଆଉ କିଏ ଖୋଲି ନାହିଁ ତ… ଜାଣନ୍ତୁ କିପରି ଜାଣିବେ

ହ୍ୱାଟ୍ସଆପ୍ ଏକାସାଙ୍ଗରେ ଏକାଧିକ ଡିଭାଇସ୍‌ରେ ବ୍ୟବହୃତ ହୋଇପାରିବ, କିନ୍ତୁ ଯଦି ଏହି ଫିଚରକୁ ଯତ୍ନର ସହ ବ୍ୟବହାର ନ କରାଯାଏ, ତେବେ ଏହାର ଆକ୍ସେସ୍ ଅନ୍ୟ କାହା ପାଖକୁ ଯାଇପାରେ ଏବଂ ଆପଣଙ୍କ ଚାଟ୍, ବାର୍ତ୍ତା, ଡକ୍ୟୁମେଣ୍ଟ୍ ସହିତ ଅନେକ ସୂଚନା ଲିକ୍ ହୋଇପାରେ।

ଅଦ୍ୟତନ ହୋଇଛି
How to logout whatsapp account from unknown devices

How to logout whatsapp account from unknown devices

Advertisment

ଆଜିର ଦିନରେ ହ୍ୱାଟ୍ସଆପ୍ ହେଉଛି ଏକ ଲୋକପ୍ରିୟ ମେସେଜିଂ ଆପ୍। ସାରା ବିଶ୍ୱରେ ୩୦୦ କୋଟିରୁ ଅଧିକ ଲୋକ ଏହାକୁ ବ୍ୟବହାର କରୁଛନ୍ତି।

Advertisment

ହ୍ୱାଟ୍ସଆପ୍ ଏକାସାଙ୍ଗରେ ଏକାଧିକ ଡିଭାଇସ୍‌ରେ ବ୍ୟବହୃତ ହୋଇପାରିବ, କିନ୍ତୁ ଯଦି ଏହି ଫିଚରକୁ ଯତ୍ନର ସହ ବ୍ୟବହାର ନ କରାଯାଏ, ତେବେ ଏହାର ଆକ୍ସେସ୍ ଅନ୍ୟ କାହା ପାଖକୁ ଯାଇପାରେ ଏବଂ ଆପଣଙ୍କ ଚାଟ୍, ବାର୍ତ୍ତା, ଡକ୍ୟୁମେଣ୍ଟ୍ ସହିତ ଅନେକ ସୂଚନା ଲିକ୍ ହୋଇପାରେ।

ଗୁପ୍ତ ବାର୍ତ୍ତା ଲିକ୍ ହୋଇପାରେ:

ଯଦି ଆପଣ ସାଇବର କାଫେ କିମ୍ବା ଅଫିସ୍ କମ୍ପ୍ୟୁଟରରେ ହ୍ୱାଟ୍ସଆପ୍ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ଅଧିକ ସତର୍କ ହେବାକୁ ପଡିବ। ଅନେକ ସମୟରେ ଲୋକମାନେ କମ୍ପ୍ୟୁଟରରେ ସେମାନଙ୍କର ହ୍ୱାଟ୍ସଆପ୍ ଆକାଉଣ୍ଟକୁ ଲଗ୍ଇନ୍ କରନ୍ତି, କିନ୍ତୁ ଲଗ୍ ଆଉଟ୍ କରିବାକୁ ଭୁଲିଯାଆନ୍ତି।

Advertisment

ଯଦି ଆପଣଙ୍କ ସହିତ ଏମିତି କେବେ ହୋଇଛି ଏବଂ ଆପଣ ଚାହୁଁଛନ୍ତି ଯେ ଅନ୍ୟ ସବୁ ଡିଭାଇସ୍‌ରୁ ହ୍ୱାଟ୍ସଆପ୍ ଆପେ ଆପେ ଲଗ୍ ଆଉଟ୍ ହୋଇଯାଉ, ତେବେ ଏହି ଖବର ଆପଣଙ୍କ ପାଇଁ।

ଅଧିକ ପଢ଼ନ୍ତୁ: ନମ୍ବର ସେଭ୍‌ ନ ଥିଲେ ବି ହୋଇପାରିବ ହ୍ୱାଟ୍ସଆପ୍ କଲ୍; ଜାଣନ୍ତୁ କେମିତି…

Advertisment

ଏହି ଫିଚର ବ୍ୟବହାର କରନ୍ତୁ:

ବାସ୍ତବରେ, ହ୍ୱାଟ୍ସଆପ୍‌ରେ Linked Devices ନାମକ ଏକ ଫିଚର୍ ଅଛି, ଯେଉଁଥିରେ ଆପଣ ଆପଣଙ୍କର ହ୍ୱାଟ୍ସଆପ୍ ଆକାଉଣ୍ଟ୍ କେଉଁ ଡିଭାଇସ୍‌ରେ ଚାଲୁଛି ତାହା ଦେଖିପାରିବେ।

କିଏ ଆପଣଙ୍କ ଆକାଉଣ୍ଟ୍ ଚଳାଉଛି ଦେଖନ୍ତୁ:

ଏଠାରୁ ଆପଣ ଦେଖିପାରିବେ କେଉଁ ସମୟରେ ଆପଣଙ୍କର ହ୍ୱାଟ୍ସଆପ୍ ଆକାଉଣ୍ଟ୍ ବ୍ୟବହୃତ ହୋଇଛି। ଏଠାରେ ଆପଣ ଡିଭାଇସ୍ ଲୋକେସନ୍ ବିଷୟରେ ମଧ୍ୟ ଜାଣିପାରିବେ।

କିପରି କରିବେ ଲଗ୍ ଆଉଟ୍:

ଯଦି ଆପଣଙ୍କର ହ୍ୱାଟ୍ସଆପ୍ ଏକ ଡିଭାଇସ୍‌ରେ ଖୋଲା ଅଛି ଯାହାକୁ ଆପଣ ବ୍ୟବହାର କରୁ ନାହାଁନ୍ତି, ତେବେ ଆପଣ ଲଗ୍ ଆଉଟ୍ କରି ନିଜକୁ ସୁରକ୍ଷିତ ରଖିପାରିବେ। ଆପଣଙ୍କୁ ଗୋଟିଏ ପରେ ଗୋଟିଏ ଅନ୍ୟ ଡିଭାଇସ୍‌ରୁ ହ୍ୱାଟ୍ସଆପ୍ ଲଗ୍‌ଆଉଟ୍ କରିବାକୁ ପଡିବ। ଏଥିପାଇଁ ଆପଣ ହ୍ୱାଟ୍ସଆପ୍‌ର ଉପର ଡାହାଣ ପାର୍ଶ୍ୱରେ ତିନୋଟି ବିନ୍ଦୁ ପାଇବେ, ଏଥିରେ କ୍ଲିକ୍ କରନ୍ତୁ।

ଏହା ପରେ Linked Devices ଉପରେ କ୍ଲିକ୍ କରନ୍ତୁ। ଆପଣଙ୍କ ଡିଭାଇସ୍ କେଉଁଠାରେ ଲଗ୍ ଇନ୍ ହୋଇଛି ଏଠାରେ ଆପଣ ଦେଖିପାରିବେ।

ଲଗ୍‌ଆଉଟ୍ ପାଇଁ ଅପ୍‌ସନ୍:

ଯଦି ଆପଣଙ୍କର ଆକାଉଣ୍ଟ୍ କୌଣସି ଏକ ଅଜଣା ଡିଭାଇସ୍‌ରେ ଲଗ୍ ଇନ୍ ହୋଇଛି, ଆପଣ ଲଗ୍‌ଆଉଟ୍ କରିପାରିବେ । ଲଗ୍ ଆଉଟ୍ କରିବା ପୂର୍ବରୁ ସ୍କ୍ରିନ୍‌ସଟ୍ ନିଅନ୍ତୁ, ଯାହାଫଳରେ ଆପଣ ଭବିଷ୍ୟତରେ ଅଭିଯୋଗ କରିପାରିବେ।

ଅଧିକ ପଢ଼ନ୍ତୁ: WhatsAppରେ କରନ୍ତୁ ଏମିତି; ଆପଣଙ୍କୁ କେହି କୌଣସି ଗ୍ରୁପ୍‌ରେ ଆଡ୍ କରିପାରିବେ ନାହିଁ

WhatsApp
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ