Advertisment

Technology: ଆପଣଙ୍କ ନାଁରେ ସ୍କାମର୍‌ ସିମ୍ କାର୍ଡ ଚଳାଉ ନାହାନ୍ତି ତ… କେମିତି ଜାଣିବେ…

ଆପଣ ଜାଣନ୍ତି କି ସ୍କାମରମାନେ ମଧ୍ୟ ଆପଣଙ୍କ ନାଁରେ ଏକ ସିମ୍ କାର୍ଡ ନେଇ ଏହାର ଅପବ୍ୟବହାର କରିପାରିବେ। ଏପରି ପରିସ୍ଥିତିରେ, ଆପଣ ଖୁବ ସତର୍କ ହେବା ଜରୁରୀ। ଯଦି ଆପଣ ଜାଣିବାକୁ ଚାହାଁନ୍ତି ଯେ ଆପଣଙ୍କ ID କିମ୍ବା ଆପଣଙ୍କ ନାଁରେ କେତେ ସିମ୍ କାର୍ଡ ଚାଲୁଛି, ତେବେ କିପରି ଜାଣିବେ?

author-image
Pramod Behera
ଅଦ୍ୟତନ ହୋଇଛି
How To Check How Many Sim Cards Issued On Your Name

How to check how many sim cards issued on your name

ମୋବାଇଲ୍ ଫୋନରେ ଏକ ସିମ୍ କାର୍ଡର ଆବଶ୍ୟକ ଥାଏ, ଏହା ସମସ୍ତଙ୍କୁ ଜଣା। କିନ୍ତୁ ଆପଣ ଜାଣନ୍ତି କି ସ୍କାମରମାନେ ମଧ୍ୟ ଆପଣଙ୍କ ନାଁରେ ଏକ ସିମ୍ କାର୍ଡ ନେଇ ଏହାର ଅପବ୍ୟବହାର କରିପାରିବେ। ଏପରି ପରିସ୍ଥିତିରେ, ଆପଣ ଖୁବ ସତର୍କ ହେବା ଜରୁରୀ। ଯଦି ସ୍କାମରମାନେ ଆପଣଙ୍କ ନାଁରେ କୌଣସି ସିମ୍ କାର୍ଡ ବ୍ୟବହାର କରୁଛନ୍ତି ତେବେ ଏହାକୁ ଆପଣ ଜାଣିପାରିବେ।

Advertisment

ବର୍ତ୍ତମାନ ଅବଶ୍ୟ ଦେଶରେ ସିମ୍ କାର୍ଡ ସମ୍ବନ୍ଧୀୟ ନିୟମ ଧୀରେ ଧୀରେ ଅତି କଠୋର ହେବାରେ ଲାଗିଛି। ଜୁଲାଇ ମାସରେ ନୂଆ ଟେଲିକମ୍ ଆକ୍ଟ ଲାଗୁ ହୋଇଛି, ଯାହା ପରେ ସିମ୍ କାର୍ଡ ସମ୍ବନ୍ଧୀୟ ନିୟମ ଅଧିକ କଠୋର ହୋଇଛି। ଗୋଟିଏ ଆଇଡି କାର୍ଡରେ ଆପଣ କେବଳ ୯ଟି ସିମ୍ କାର୍ଡ ବ୍ୟବହାର କରିପାରିବେ।

ଅଧିକ ପଢ଼ନ୍ତୁ: Technology: ଏହି ୫ଟି ଟିପ୍ସ ମାନିଲେ, ପୁରୁଣା ଫୋନ୍ ବି ନୂଆ ଭଳି ଚାଲିବ

Advertisment

ଅନେକ ସମୟରେ ଆମେ ଆମ ପରିବାର ସଦସ୍ୟ କିମ୍ବା ଅନ୍ୟ କୌଣସି ସମ୍ପର୍କୀୟଙ୍କୁ ଆମ ନିଜ ନାଁରେ ସିମ୍ କାର୍ଡ ଦେଇଥାଉ। ତେବେ ବର୍ତ୍ତମାନ ପ୍ରଶ୍ନ ହେଉଛି ଯଦି ଆପଣ ଜାଣିବାକୁ ଚାହାଁନ୍ତି ଯେ ଆପଣଙ୍କ ID କିମ୍ବା ଆପଣଙ୍କ ନାଁରେ କେତେ ସିମ୍ କାର୍ଡ ଚାଲୁଛି, ତେବେ କିପରି ଜାଣିବେ? ଜାଣନ୍ତୁ ଏହାର ଟିପ୍ସ।

ଯଦି ଆପଣ ଜାଣିବାକୁ ଚାହାଁନ୍ତି ଆପଣଙ୍କ ନାଁରେ କେତେ ସିମ୍ ସକ୍ରିୟ ଅଛି, ତେବେ ଏଥିପାଇଁ ଆପଣଙ୍କୁ ପ୍ରଥମେ http://tafcop.sancharsaathi.gov.in/ କୁ ଯିବାକୁ ପଡିବ। ଏହା ପରେ, ୧୦ ଅଙ୍କ ବିଶିଷ୍ଟ ମୋବାଇଲ୍ ନମ୍ବର ଏବଂ କ୍ୟାପ୍‌ଚା କୋଡ୍ ପ୍ରବେଶ କରିବାକୁ ପଡିବ। ଏହା ପରେ ନି ମୋବାଇଲ୍ ନମ୍ବରରେ ଏକ OTP ଆସିବ।

How to check how many sim cards issued on your nameପ୍ରଥମ ଷ୍ଟେପ୍

OTP ଏଣ୍ଟ୍ରୀ କରିବା ପରେ ଆପଣଙ୍କୁ ଲଗ୍‌ଇନ୍ କରିବାକୁ ପଡିବ ଏବଂ ଏହା ପରେ ସମ୍ପୂର୍ଣ୍ଣ ତାଲିକା ସାମ୍ନାକୁ ଆସିବ। ଆପଣଙ୍କ ନାଁରେ ସକ୍ରିୟ ଥିବା ସମସ୍ତ ସିମ୍ କାର୍ଡ ନମ୍ବର ଆପଣଙ୍କୁ ଦେଖାଯିବ।

ଅଧିକ ପଢ଼ନ୍ତୁ: Technology: ମୋବାଇଲ୍‌ରୁ ଫଟୋ ଡିଲିଟ୍ ହୋଇଗଲେ ଚିନ୍ତା ନାହିଁ; ଏମିତି କଲେ ସବୁ ଫଟୋ ହୋଇଯିବ ରିଷ୍ଟୋର୍

How to check how many sim cards issued on your nameଦ୍ୱିତୀୟ ଷ୍ଟେପ୍

ଯଦି ଆପଣ ଏହି ପୋର୍ଟାଲରେ ଏକ ନମ୍ବର ଦେଖନ୍ତି ଯାହା ଆପଣଙ୍କ ନାଁରେ ଅଛି କିନ୍ତୁ ଆପଣ ଏହାକୁ ବ୍ୟବହାର କରୁନାହାଁନ୍ତି, ତେବେ ଆପଣ ଏହି ନମ୍ବରକୁ ନେଇ ଅଭିଯୋଗ କରିପାରିବେ। ଏହା ପରେ ସରକାର ସେହି ନମ୍ବରକୁ ବ୍ଲକ୍ କରିଦେବେ।

How to check how many sim cards issued on your nameକ'ଣ କରିବେ

ଏମିତି କରି ଆପଣ କୌଣସି ସମ୍ଭାବ୍ୟ ଠକେଇ କିମ୍ବା ଘୋଟାଲାକୁ ଏଡାଇ ଦେଇପାରିବେ। ଅନ୍ୟଥା, କିଛି ଦିନ ଆପଣଙ୍କ ନାଁରେ କେହି ଅପରାଧ କରିବେ ଏବଂ ପୋଲିସ ଆପଣଙ୍କ ଘରେ ପଶି ଆପଣଙ୍କୁ ଉଠେଇନେବ।

How to check how many sim cards issued on your nameସତର୍କ ରୁହନ୍ତୁ
Mobile SIM Tips And Trick
Advertisment
Advertisment