Advertisment

Google Pay: ଡେବିଟ୍ କାର୍ଡ ନ ଥିଲେ ବି Google Payରେ ଖୋଲିପାରିବେ ଆକାଉଣ୍ଟ୍, କରିପାରିବେ UPI PIN ପରିବର୍ତ୍ତନ

ଆପଣ ଏବେ ଡେବିଟ୍ କାର୍ଡ ବିନା Google Pay ବ୍ୟବହାର କରିପାରିବେ। ଡେବିଟ୍ କାର୍ଡ ନ ହେଲେ ମଧ୍ୟ ଆପଣ Google Pay ରେ UPI ଆକାଉଣ୍ଟ ସୃଷ୍ଟି କରିପାରିବେ, UPI PIN କୁ ମଧ୍ୟ ପରିବର୍ତ୍ତନ କରିପାରିବେ।

author-image
Pramod Behera
ଅଦ୍ୟତନ ହୋଇଛି
How to Set UPI PIN Without a Debit Card

How to change your upi pin without debit card on google pay

ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଅଛି କିନ୍ତୁ ଡେବିଟ୍ କାର୍ଡ ନାହିଁ। ପୂର୍ବରୁ ଏହି ଲୋକମାନେ UPI ସେବା ଉପଭୋଗ କରିବାରେ ସକ୍ଷମ ହେଉ ନଥିଲେ। ବର୍ତ୍ତମାନ ସେମାନେ ମଧ୍ୟ ଏହି ସୁଯୋଗ ନେଇପାରିବେ।

Advertisment

ଆପଣ ଏବେ ଡେବିଟ୍ କାର୍ଡ ବିନା Google Pay ବ୍ୟବହାର କରିପାରିବେ। ଡେବିଟ୍ କାର୍ଡ ନ ହେଲେ ମଧ୍ୟ ଆପଣ Google Pay ର UPI PIN କୁ ପରିବର୍ତ୍ତନ କରିପାରିବେ। ଏନେଇ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ସହିତ ସହଭାଗୀ ହୋଇଛି।

ଅଧିକ ପଢ଼ନ୍ତୁ: ବନ୍ଦ ହେବ ମାଗଣା ଟ୍ରାଞ୍ଜାକ୍ସନ ! ଏଣିକି UPI ପେମେଣ୍ଟରେ ଲାଗିପାରେ ଶୁଳ୍କ

Advertisment

ଏହି ସହଭାଗୀତା ଅନୁଯାୟୀ ଆଧାର କାର୍ଡ ସାହାଯ୍ୟରେ UPI ଆକାଉଣ୍ଟ ସୃଷ୍ଟି କରାଯାଇପାରିବ ଏବଂ ଆଧାର କାର୍ଡ ସାହାଯ୍ୟରେ UPI PIN ମଧ୍ୟ ପରିବର୍ତ୍ତନ କରାଯାଇପାରିବ। ତେବେ ଏନେଇ କେତେକ ଷ୍ଟେପ୍ ଜାଣିବା ଦରକାର। ଆସନ୍ତୁ ଜାଣିବା…

ଆଧାର କାର୍ଡରୁ UPI PIN ପରିବର୍ତ୍ତନ:

  • ପ୍ରଥମ କଥା ହେଉଛି, ଏକ ଡେବିଟ୍ କାର୍ଡ ବିନା, ଆପଣ ସେତେବେଳେ କେବଳ UPI ର PIN ପରିବର୍ତ୍ତନ କରିପାରିବେ ଯେତେବେଳେ ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଆଧାର କାର୍ଡ ସହିତ ସଂଯୁକ୍ତ ହେବ।
  • ଯଦି Google Pay ଆପ୍ ଆପଣଙ୍କ ଫୋନରେ ଇନ୍‌ଷ୍ଟଲ୍ ହୋଇସାରିଛି ତେବେ ଠିକ୍ ଅଛି, ନଚେତ ଏହାକୁ ପ୍ଲେ ଷ୍ଟୋର କିମ୍ବା ଆପ୍ ଷ୍ଟୋରରୁ ଡାଉନଲୋଡ୍ କରନ୍ତୁ
  • ବର୍ତ୍ତମାନ ଏହି ଆପ୍ ଖୋଲନ୍ତୁ
  • ଆପ୍ ଖୋଲିବା ମାତ୍ରେ ଦୁଇଟି ବିକଳ୍ପ ମିଳିବ verify using Debit/ATM card ଏବଂ verify using Aadhar।
  • ଏଥିରୁ ଆଧାର ଚୟନ କରନ୍ତୁ
  • ବର୍ତ୍ତମାନ ଆଧାର ନମ୍ବରର ପ୍ରଥମ ଚାରି ଅଙ୍କ ଏଣ୍ଟର କରନ୍ତୁ
  • ଏହା ପରେ PIN ସେଟ୍‌ଅପ୍ କରିବାର ବିକଳ୍ପ ଦେଖାଯିବ
  • ମୋବାଇଲ୍ ନମ୍ବରକୁ ଏକ OTP ମଧ୍ୟ ଆସିବ ଯାହାକୁ ଯାଞ୍ଚ କରି ଆପଣ PIN ପରିବର୍ତ୍ତନ କରିପାରିବେ
  • ସେହିଭଳି ଆପଣ ଆଧାର ସାହାଯ୍ୟରେ ଏକ ନୂତନ UPI ଆକାଉଣ୍ଟ ତିଆରି କରିପାରିବେ
Google Pay Aadhaar Card UPI Payment
Advertisment
Advertisment