Advertisment

ଆଉ ରହିବନି ଦ୍ୱନ୍ଦ୍ୱ ! ଏଣିକି ଧରାପଡ଼ିଯିବ ଡିପ୍‌ଫେକ୍‌ ଭିଡିଓ, ସରକାରଙ୍କ ବଡ଼ ପଦକ୍ଷେପ

ଗୃହ ମନ୍ତ୍ରଣାଳୟର ସାଇବର ୱିଙ୍ଗ୍ ଡିପାର୍ଟମେଣ୍ଟ ଏନେଇ ଖୁବଶୀଘ୍ର ଏକ ଟୁଲ୍ ଆଣିବ। ତେବେ ଏହା ଉପରେ ବର୍ତ୍ତମାନ କାମ ଚାଲୁଥିବା ଜଣାପଡିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Deepfake Video Detector

Deepfake Video Detector

ଡିପଫେକକୁ ନେଇ ବଢିଛି ଚିନ୍ତା। ସାରା ଦେଶରେ ଏବେ ଡିପ୍‌ଫେକ ଭିଡିଓକୁ ନେଇ ଚର୍ଚ୍ଚା ଜାରି ରହିଛି । ପ୍ରଥମେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ପରେ ଅନେକ ସେଲିବ୍ରିଟି ଏହାର ଶିକାର ହେଲେଣି। ଏହି ଟେକ୍ନୋଲୋଜିକୁ ବ୍ୟବହାର କରି ଜଣଙ୍କୁ ଅତି ସହଜରେ ବଦନାମ କରାଯାଉଛି ଏବଂ ସାଇବର ଲୁଟ୍‌ ମଧ୍ୟ ହେଉଥିବା ଘଟଣା ସାମ୍ନାକୁ ଆସୁଛି । ତେବେ ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ ଏହି ମାମଲାକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର । ତେଣୁ ଏହାକୁ ରୋକିବା ପାଇଁ ସରକାର ଚିନ୍ତା କରିଛନ୍ତି ।

Advertisment

ନିର୍ବାଚନରେ ନେତାଙ୍କ ଭାବମୂର୍ତ୍ତି ‍କ୍ଷୁର୍ଣ୍ଣ ପାଇଁ ଏହାକୁ ବ୍ୟବହାର କରିବା ନେଇ ଆଶଙ୍କା ଦେଖାଦେଇଛି । ତେଣୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ସରକାର। ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଡିପଫେକ ଡିଟେକ୍ସନ ଏକ୍ସପର୍ଟଙ୍କ ଗୋଟିଏ ଟିମ ଏହାକୁ ଚିହ୍ନଟ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

ଗୃହ ମନ୍ତ୍ରଣାଳୟର ସାଇବର ୱିଙ୍ଗ୍ ଏନେଇ ଖୁବଶୀଘ୍ର ଏକ ଟୁଲ୍ ଆଣିବାକୁ ଯାଉଛି । ଏହା ଉପରେ ବର୍ତ୍ତମାନ କାମ ଚାଲୁଥିବା ଜଣାପଡିଛି । ଏଥିରେ ବ୍ୟୁରୋ ଅଫ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଓ ଏମଏମଚଏର ଇଣ୍ଡିଆନ ସାଇବରକ୍ରାଇମ କୋର୍ଡିନେସନ ସେଣ୍ଟର ଡିପାର୍ଟମେଣ୍ଟ ରିସର୍ଚ୍ଚ କରି ଡିପଫେକ୍ ଡିଟେକ୍ସନ ଟୁଲ୍ସ ପ୍ରସ୍ତୁତ କରୁଛନ୍ତି । ମନ୍ତ୍ରଣାଳୟର ସୂଚନା ଅନୁସାରେ ଦେଶରେ ଥିବା ପ୍ରତିଟି ସାଇବର ଥାନାରେ ଏହି ଟୁଲ୍ସ ବ୍ୟବାହାର କରାଯିବ।

Advertisment

ଡିପଫେକ୍ କ’ଣ?

ଡିପଫେକ୍ ଏକ ମିଛ ଭିଡିଓ କିମ୍ବା ମିଛ ଭିଜୁଆଲ୍ସ ହୋଇପାରେ। ସ୍ୱତନ୍ତ୍ର ସଫ୍ଟଓୟାର ବ୍ୟବହାର କରି ମିଛ ଭିଡିଓ ପ୍ରସ୍ତୁତ କରାଯାଇଥାଏ । ଡିପ୍ ମେସିନ୍ ଲର୍ଣ୍ଣିଂ ଟେକ୍ନୋଲୋଜି ମାଧ୍ୟମରେ ଏହା ପ୍ରସ୍ତୁତ କରାଯାଏ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର କରି ଗୋଟିଏ କ୍ଲିକରେ ଜଣେ ବ୍ୟକ୍ତିଙ୍କ ଫଟୋ ଅନ୍ୟ ଜଣେ ବ୍ୟକ୍ତିଙ୍କ ଶରୀରରେ ଯୋଡି ଦିଆଯାଏ । ଡିପଫେକକୁ ଏକବିଂଶ ଶତାବ୍ଦୀର ଫଟୋସପ୍ କହିପାରିବା। ପୁରା ଅସଲି ଲାଗୁଥିଲେ ବି ଏହି ଭିଡିଓ ନକଲି । ନିର୍ଦ୍ଦିଷ୍ଟ ସଫ୍ଟଓୟାରରୁ କୋଡ୍ ଡାଉନଲୋଡ କରି ଇମେଜ୍ ରିପ୍ଲେସ୍ କରାଯାଏ। ଅନେକ ସମୟରେ ଛବି ସହିତ ଅଡିଓ ବ୍ୟବହାର କରି ଡିପଫେକ୍ କରାଯାଏ।

ଏହିପରି ଭିଡିଓ ଜରିଆରେ ବିରୋଧୀ ଦଳଙ୍କ ବିପକ୍ଷରେ ଭିଡିଓ ପ୍ରସ୍ତୁତ କରି ସାମାଜିକ ସଂକଟ ଉତ୍ପନ୍ନ ହେବାର ଆଶଙ୍କା କରାଯାଇଛି। ତେବେ ଏହି ଟୁଲ୍ସକୁ ବ୍ୟବହାର କରି ନକଲି ଭିଡିଓ ଚିହ୍ନଟ କରିବା ସହ ଏହାକୁ ପ୍ରସ୍ତୁତ କରୁଥିବା ଲୋକ ନିକଟରେ ଖୁବଶୀଘ୍ର ପହଞ୍ଚି ହେବ। ପ୍ରଥମଥର ପାଇଁ ସରକାର ଡିପଫେକକୁ ରୋକିବା ପାଇଁ ଏପରି ଟେକ୍ନୋଲୋଜି ଡେଭଲପ କରୁଛନ୍ତି।

ଡିପଫେକ ଭିଡିଓ ପ୍ରସ୍ତୁତ ପାଇଁ ଅଧିକ ଫଟୋ ଓ ଭିଡିଓ ଦରକାର ହୁଏ। ତେଣୁ ଯଥା ସମ୍ଭବ କମ୍ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରନ୍ତୁ। ସୋସିଆଲ ମିଡିଆରେ ପ୍ରାଇଭେସି ଲଗାଇ ରଖନ୍ତୁ।

Deepfake Videos
Advertisment
Advertisment