Google Pay ଆଣିଲା ନୂଆ ଟେକ୍ନୋଲୋଜି UPI LITE, ଜାଣନ୍ତୁ କ’ଣ ରହିଛି ସୁବିଧା...

ମାତ୍ର ଗୋଟିଏ କ୍ଲିକ୍‌ରେ କରିହେବ ପେମେଣ୍ଟ । ବିନା ୟୁପିଆଇ ପିନ୍‌ ଦେଇ କରିହେବ ଟ୍ରାଞ୍ଜାକ୍ସନ ।

Google Pay - UPI LITE

ଗୁରୁବାର ଗୁଗୁଲ ପେ’ ପକ୍ଷରୁ ଲଞ୍ଚ ହେଲା ଆଉ ଏକ ନୂଆ ଆପ୍‌ । UPI LITE ଭାବେ କରାଯାଇଛି ତାର ନାମକରଣ । ଏଥିରେ ଗୁଗୁଲ ପେ’ ଭଳି ସମସ୍ତ ସୁବିଧା ରହିଥିଲେ ମଧ୍ୟ କିଛିକାଂଶରେ ରହିଛି ପ୍ରତିବନ୍ଧକ । କିନ୍ତୁ ରହିଛି ଅନେକ ଆଡ୍‌ଭାନ୍ସ ଟେକ୍ନୋଲୋଜି । ମାତ୍ର ଗୋଟିଏ କ୍ଲିକ୍‌ରେ କରିହେବ ପେମେଣ୍ଟ । ବିନା ୟୁପିଆଇ ପିନ୍‌ ଦେଇ କରିହେବ ଟ୍ରାଞ୍ଜାକ୍ସନ ।

ଏହି UPI LITE ୟୁଜରଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍‌ ଥିଲେ ମଧ୍ୟ କୋର ବ୍ୟାଙ୍କିଂ ସିଷ୍ଟମ ସହ ଜଡ଼ିତ ନୁହେଁ । ଯାହାଫଳରେ ସାଇବର ଠକାମୀରୁ ଆପଣ ବର୍ତ୍ତିପାରିବେ । ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ଗୁଗୁଲ ପେ-ଫୋନ୍‌ ପେ-ପେଟିଏମ୍‌-ଆମାଜନ୍‌, କିଏ ଦେଉଛି କେମିତି ସେବା ? କାହାର କି ନିୟମ...

ଏହି UPI LITE ଆକାଉଣ୍ଟରେ ଦିନକୁ ଦୁଇ ଥର ୨୦୦୦ ଟଙ୍କା ଲେଖାଏଁ ଆପଣ ଲୋଡ୍‌ କରିପାରିବେ । ଆଉ ସେଥିରୁ ହିଁ ଯାହା ଖର୍ଚ୍ଚ କରିବେ । ସବୁଠାରୁ ବଡ଼ କଥା ହେଲା, ଥରକେ ଆପଣ ଅଧିକରୁ ଅଧିକ ୨୦୦ ଟଙ୍କା ପର୍ଯ୍ୟନ୍ତ କରିପାରିବେ ପେମେଣ୍ଟ । ଯାହାଫଳରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଭୁଲ୍‌ରେ ବି ଅଧିକ ଟଙ୍କା କଟିବାର ସମ୍ଭାବନା ନାହିଁ । ଏହାର ଆଉ ଏକ ଦିଗ ହେଉଛି, ଏଭଳି ଟେକ୍ନୋଲୋଜି ବା ଫିଚର ଦ୍ୱାରା ଆପଣ ସାଇବର ଠକାମୀରୁ ବର୍ତ୍ତିପାରିବେ । ସାଇବର ଠକ ଏଣିକି ଆପଣଙ୍କ ଆକାଉଣ୍ଟ ଖାଲି କରିପାରିବ ନାହିଁ ।