Advertisment

ଭାରତରେ ତିଆରି ହେବ ଏଇ ମଡେଲର ଆଇଫୋନ; ବର୍ଷ ଶେଷରେ କରିବ ମାର୍କେଟ ଲଞ୍ଚିଂ

ଭାରତରେ ତିଆରି ହେବ ଆଇଫୋନ। ଆଇ ଫୋନ-୧୪ ମଡେଲର ପ୍ରଡକ୍ସନ ଭାରତରେ ପ୍ରଥମ ଥର ପାଇଁ ସମାନ ବର୍ଷ ଏବଂ ସମାନ ଦିନରେ ହେବ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଇ ଫୋନର ବିଶ୍ୱସ୍ତ ମାନୁଫାକ୍ଚରିଙ୍ଗ ପାର୍ଟନର ଫକ୍ସକମ୍‌ ଏହି ମଡେଲ ଭାରତରେ ପ୍ରସ୍ତୁତ କରିବ। ଚେନ୍ନାଇର ଶ୍ରୀପେରୁମ୍ବୁଦୁରରେ ଏହାର ୟୁନିଟ ରହିବ।

author-image
Minati Mishra
ଅଦ୍ୟତନ ହୋଇଛି
I Phone -14 Made in India

I Phone -14 Made in India

ଭାରତରେ ତିଆରି ହେବ ଆଇଫୋନ। ଆଇ ଫୋନ-୧୪ ମଡେଲର ପ୍ରଡକ୍ସନ ଭାରତରେ ପ୍ରଥମ ଥର ପାଇଁ ସମାନ ବର୍ଷ ଏବଂ ସମାନ ଦିନରେ ହେବ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଇ ଫୋନର ବିଶ୍ୱସ୍ତ ମାନୁଫାକ୍ଚରିଙ୍ଗ ପାର୍ଟନର ଫକ୍ସକମ୍‌ ଏହି ମଡେଲ ଭାରତରେ ପ୍ରସ୍ତୁତ କରିବ। ଚେନ୍ନାଇର ଶ୍ରୀପେରୁମ୍ବୁଦୁରରେ ଏହାର ୟୁନିଟ ରହିବ। ଏହି ଆଇ ଫୋନ-୧୪ ମଡେଲରେ ‘ମେଡ ଇନ ଇଣ୍ଡିଆ’ ରହିବ।   ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଫୋନ ଭାରତୀୟ ବଜାରକୁ ଆସିବ ବୋଲି ଆଶା କରାଯାଉଛି।

Advertisment

ଆପଲ୍‌ କମ୍ପାନୀ ପକ୍ଷରୁ ଗତ କିଛି ବର୍ଷ ଧରି ଭାରତରେ ଆଇ ଫୋନ ନିର୍ମାଣ କରାଯାଉଛି। ପ୍ରଥମେ ୨୦୧୭ରେ ପ୍ରଥମ ଆଇଫୋନ SE ସହ ମିଶି ଆରମ୍ଭ କରିଥିଲା। ତେବେ ଏସବୁ ପୁରୁଣା ପିଢିର ଆଇଫୋନ ଥିଲା। ଏସବୁ ମଧ୍ୟରେ ଥିଲା iPhone XR, iPhone 11, iPhone 12 ଏବଂ iPhone 13।

ହେଲେ ଏବେ ପ୍ରଥମ ଥର ପାଇଁ କରେଣ୍ଟ ଜେନେରେସନର ଆଇଫୋନ ଭାରତରେ ମାନୁଫାକ୍ଚର ହେବାକୁ ଯାଉଛି। ବିଶ୍ୱ ବଜାରରେ ଲଞ୍ଚ ହେବାର ମାତ୍ର କିଛି ସପ୍ତାହ ମଧ୍ୟରେ ଏହା ଭାରତୀୟ ବଜାରରେ ଉପଲବ୍ଧ ହେବ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ୨୦୨୫ ସୁଦ୍ଧା ଭାରତ ଆଇ ଫୋନ ମାନୁଫାକ୍ଚର ହବରେ ପରିଣତ ହେବାର ଆକଳନ କରାଯାଉଛି। କମ୍ପାନୀ ଏବେ ଚୀନରୁ ସବୁଠାରୁ ଅଧିକ ଆଇଫୋନ ମାନୁଫାକ୍ଚର କରୁଛି । ତେବେ ଏହାକୁ ଧୀରେ ଧୀରେ ସଂପ୍ରସାରଣ କରାଯାଉଛି।

Advertisment

ସମୀକ୍ଷକଙ୍କ କହିବା ଅନୁଯାୟୀ, ୨୦୨୨ ଶେଷ ସୁଦ୍ଧା ଆଇଫୋନ ୧୪ ମଡେଲର ମାତ୍ର ୫ ପ୍ରତିଶତ ପ୍ରଡକ୍ସନ ଭାରତରେ ହେବ। ପରେ ଏହାର ସଂପ୍ରସାରଣ କରାଯାଇ ୨୦୨୫ ସୁଦ୍ଧା ୨୫ ପ୍ରତିଶତ ମାନୁଫାକ୍ଚର କରାଯିବ। ମିଳିଥିବା ଖବର ଅନୁଯାୟୀ କେବଳ ଆଇଫୋନ ୧୪ ଏବଂ ଆଇଫୋନ ୧୪ ପ୍ଲସର ପ୍ରଡକ୍ସନ ଭାରତରେ ହେବ।

Apple IPhones IPhone 14
Advertisment
Advertisment