• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛି ଚନ୍ଦ୍ରାୟନ-୩ । ଗତକାଲି ଏହି ସ୍ପେସକ୍ରାଫ୍ଟ୍ ପ୍ରଥମ କକ୍ଷପଥ ହ୍ରାସ କରିବାରେ ସଫଳ ହୋଇଛି । ଫଳରେ ଏହି ଯାନ ଏବେ ଚନ୍ଦ୍ରପୃଷ୍ଠ ଆଡକୁ ଅଧିକ ନିକଟତର ହୋଇଛି । ଏ ନେଇ ଇସ୍ରୋ ପକ୍ଷରୁ ଟୁଇଟ୍ କରାଯାଇଛି ।

ଏଥି ସହିତ ଚନ୍ଦ୍ରୟାନ ଚନ୍ଦ୍ରପୃଷ୍ଠର ଚମତ୍କାର ଭିଡିଓ ମଧ୍ୟ ପଠାଇଛି ଚନ୍ଦ୍ରୟାନ-୩। ଚନ୍ଦ୍ରୟାନର ଲ୍ୟାଣ୍ଡରରେ ଲାଗିଥିବା କ୍ୟାମେରା ଦ୍ୱାରା ଏହି ଭିଡିଓ ଉତ୍ତୋଳନ କରାଯାଇଛି। ଏହାକୁ ଟ୍ୱିଟ୍ କରି ସାର୍ବଜନୀନ କରିଛି ଇସ୍ରୋ । ଏହି ଭିଡିଓରେ ଚନ୍ଦ୍ରପୃଷ୍ଠର ଗର୍ତ୍ତ ଗୁଡ଼ିକ ଅତି ସ୍ପଷ୍ଟ ଭାବେ ଦେଖି ହେଉଛି । ଏଥିରେ ଚନ୍ଦ୍ରୟାନର କିଛି ଅଂଶ ମଧ୍ୟ ଦୃଶ୍ୟମାନ ହେଉଛି ।

ଅଧିକ ପଢ଼ନ୍ତୁ: ଅଷ୍ଟ୍ରେଲିଆରେ ରାତିର ଆକାଶକୁ ଆଲୋକିତ କଲା ଚନ୍ଦ୍ରୟାନ-୩, ଭାଇରାଲ୍‌ ହେଲା ଫଟୋ

ପ୍ରାୟ ୪ ଥର କକ୍ଷପଥ ହ୍ରାସ ବା ଗତିପଥ ସଂକୁଚିତ କରିବା ପରେ ଅଗଷ୍ଟ ୧୮-୧୯ ଆଡକୁ ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରୁ ୧୦୦ କିଲୋମିଟର ଉଚ୍ଚତାରେ ଏକ ବୃତ୍ତାକାର ପଥରେ ଚନ୍ଦ୍ରକୁ ପରିକ୍ରମା କରିବ । ଅଗଷ୍ଟ ୨୩ ଆଡ଼କୁ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଯୋଜନା ରହିଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍ ସଫ୍ଟଲ୍ୟାଣ୍ଡିଂ କରିବ ଏବଂ ସେଥିରୁ ରୋଭର ବାହାରି ଚନ୍ଦ୍ରପୃଷ୍ଠରେ ୧୪ ଦିନ ବିଚରଣ କରିବ ବୋଲି ଯୋଜନା ରଖାଯାଇଛି ।

ଗତ ଜୁଲାଇ ୧୪ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରୟାନ-୩କୁ ଉତକ୍ଷେପଣ କରାଯାଇଥିଲା । ତାପରେ ଏହା ପୃଥିବୀକୁ ଦୀର୍ଘ ୨ ସପ୍ତାହ ଧରି ପରିକ୍ରମା କରିଥିଲା ଏବଂ ଗତ ୧ ତାରିଖରେ ଚନ୍ଦ୍ରୟାନକୁ ଚନ୍ଦ୍ରର କକ୍ଷପଥ ଆଡ଼କୁ ପଠାଇଥିଲା ଇସ୍ରୋ ।

ପୃଥିବୀଠୁ ଚନ୍ଦ୍ରର ହାରାହାରି ଦୂରତା ୩.୮ ଲକ୍ଷ କିଲୋମିଟର ହୋଇଥିବା ବେଳେ, ଏହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିସାରିଛି । ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ପୃଥିବୀ ତୁଳନାରେ ଅତି ଦୁର୍ବଳ ହୋଇଥିବାରୁ, ଠିକ୍ ସମୟରେ ସ୍ପେଶକ୍ରାଫ୍ଟର ବେଗ ହ୍ରାସ କରିବା ଇସ୍ରୋ ପାଇଁ ବଡ଼ ଚାଲେଞ୍ଜ ଥିଲା ।

ଅଗଷ୍ଟ ୨୩ ଆଡ଼କୁ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଯୋଜନା ରହିଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍ ସଫ୍ଟଲ୍ୟାଣ୍ଡିଂ କରିବ ଏବଂ ସେଥିରୁ ରୋଭର ବାହାରି ଚନ୍ଦ୍ରପୃଷ୍ଠରେ ୧୪ ଦିନ ବିଚରଣ କରିବ ବୋଲି ଯୋଜନା ରଖାଯାଇଛି ।