• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଷ୍ଟ୍ରେଲିଆ ଆକାଶରେ ଚନ୍ଦ୍ରୟାନ ୩ର ଝଲକ୍‌ । ଅତି ମନମୁଗ୍ଧକର ସେ ଦୃଶ୍ୟ । ରାତିର ଘନ ଅନ୍ଧକାରରେ ସେହି ସମୟର ଦୃଶ୍ୟକୁ  ନିଜ କ୍ୟାମେରାରେ କଏଦ୍‌ କରିଛନ୍ତି ଜଣେ ଜ୍ୟୋତିର୍ବିଜ୍ଞାନୀ । ଆଉ ଏବେ ଫଟୋକୁ ନିଜ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ସେୟାର କରିଛନ୍ତି ଜ୍ୟୋତିର୍ବିଜ୍ଞାନୀ ଡିଲିନ୍ ଓ’ଡୋନେଲ । ଏବେ ଫଟୋଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍ ହେଉଛି ।

ଡିଲିନ୍ ଓ’ଡୋନେଲ ଟ୍ୱିଟରେ ଉଲ୍ଲେଖ କରିଛନ୍ତି, ୟୁଟ୍ୟୁବରେ ଚନ୍ଦ୍ରୟାନ -୩ ର ଲଞ୍ଚର ଲାଇଭ୍‌ ଦେଖିଛନ୍ତି । ଚନ୍ଦ୍ରୟାନ -୩ ଲଞ୍ଚ ହେବାର ପ୍ରାୟ ୩୦ ମିନିଟ ପରେ ତାଙ୍କ ଘର ଦେଇ ଗଲାବେଳେ ରାତିରରେ ସେ ଏକ ଫଟୋ ଉଠାଇବାରେ ସଫଳ ହୋଇଥିଲେ ।

ଫଟୋଗ୍ରାଫ୍‌ରେ ମନ୍ତ୍ରମୁଗ୍ଧ କଲାଭଳି ଏକ ନୀଳ ରଙ୍ଗର ଆଲୋକ ଦେଖିବାକୁ ମିଳୁଛି । ଆଉ ନୀଳ ଆକାଶରେ ଛୋଟ ଛୋଟ ତାରା ଗୁଡ଼ିକର ଉପସ୍ଥିତି ଫଟୋକୁ ଆହୁରି ଆକର୍ଷଣୀୟ କରିଛି । ଫଟୋକୁ ବେଶ ପସନ୍ଦ କରୁଛନ୍ତି ୟୁଜର, ଆଉ ଜ୍ୟୋତିର୍ବିଜ୍ଞାନୀଙ୍କୁ ମଧ୍ୟ ଭୁରି ଭୁରି ପ୍ରଶଂସା କରୁଛନ୍ତି ।

ସେପଟେ ଚନ୍ଦ୍ର ଆଡ଼କୁ ଆଉ ଏକ ପାହୁଣ୍ଡ ବଢ଼ାଇଛି ଚନ୍ଦ୍ରୟାନ-୩ । ଚନ୍ଦ୍ରୟାନର ଗତିପଥକୁ ପ୍ରସାରିତ କରି, ଏହାକୁ ପୃଥିବୀଠୁ ଆଉ ଟିକିଏ ଦୂରକୁ ପଠାଇ ଦିଆଯାଇଛି । ଏବେ ଚନ୍ଦ୍ରୟାନ-୩ର ସ୍ୱାସ୍ଥ୍ୟ ସ୍ୱାଭାବିକ ରହିଛି ବୋଲି ଟ୍ୱିଟ୍ କରିଛି ଇସ୍ରୋ।

ବେଙ୍ଗଳୁରୁ ସ୍ଥିତ ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଆଣ୍ଡ୍ କମାଣ୍ଡ ନେଟୱର୍କ ବା ISTRACରେ ସଫଳତାର ସହ ପ୍ରଥମ ଅର୍ବିଟ ରେଜିଂ ମାନୁଭର୍ କରାଯାଇଥିବା ସୂଚନା ଦିଆଯାଇଛି । ଚନ୍ଦ୍ରୟାନ ପୃଥିବୀ ଚାରିପଟେ ନିର୍ଦ୍ଧାରିତ ଅଣ୍ଡାକୃତି କକ୍ଷପଥରେ ବୁଲୁଛି ।