Advertisment

Meta ୟୁଜର୍ସଙ୍କ ମୁଣ୍ତ ଗୋଲ୍‌; କାମ କରୁନି ଫେସବୁକ୍‌-ଇନଷ୍ଟା

ଫେସବୁକ୍ ଖୋଲିଲେ 'ଲଗ୍ ଇନ' ମାଗୁଛି। ଲଗ୍ ଇନ୍ ରିଜେକ୍ଟ ଦେଖାଉଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Facebook Instagram Server Down

Facebook Instagram Server Down

କାମ କରୁନି ଫେସବୁକ୍। ଓପନ୍‌ କରିବା ମାତ୍ରେ ଆପଣାଛାଏଁ ଲଗଆଉଟ୍ ହୋଇଯାଉଛି। ଫେସବୁକ୍ ଖୋଲିଲେ 'ଲଗ୍ ଇନ' ମାଗୁଛି। ଲଗ୍ ଇନ୍ ରିଜେକ୍ଟ ଦେଖାଉଛି। ପାଖାପାଖି ୧୫-୨୦ ମିନିଟ୍ ଧରି ଲାଗି ରହିଛି ସମସ୍ୟା। ସମସ୍ୟାକୁ ନେଇ ଫେସବୁକ୍ ପକ୍ଷରୁ କୌଣସି ସୂଚନା ଦିଆଯାଇନି।

Advertisment

ଫେସବୁକ୍ ସହିତ ଇନଷ୍ଟା ବି କାମ କରୁନି। ଫେସବୁକ୍ ଇନଷ୍ଟାଗ୍ରାମ କାମ କରୁନଥିବାରୁ ୟୁଜର ହଇରାଣ ହେଉଛନ୍ତି। ଫେସବୁକ ଡାଉନ୍ ଥିବା X ରେ ଟ୍ରେଣ୍ଡ କରୁଛି। ଫେସବୁକ୍‌ ଇନଷ୍ଟା ଆକାଉଣ୍ଟ ହୋଇଯାଇଥିବା ନେଇ ଲୋକେ ଭୟଭୀତ ହେଲେଣି। ହଠାତ୍‌ ରାତି ୯ଟା ବେଳକୁ ବିଶ୍ୱର ସମସ୍ତ ମେଟା ୟୁଜର୍ସଙ୍କ ଫେସବୁକ୍‌ ଓ ଇନଷ୍ଟାଗ୍ରାମ ଆକାଉଣ୍ଟ ଅଚଳ ହୋଇପଡ଼ିଛି।

ତେବେ କାହିଁକି ଓ କେଉଁଥି ପାଇଁ ଅଚଳ ହୋଇପଡ଼ିଛି, ତାହା ମେଟା ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ୟୁଜର୍ସ ମୁଣ୍ତ ଗୋଲ୍‌ ହୋଇପଡ଼ିଛି। ଏବେ ପ୍ରଶ୍ନ ଉଠୁଛି ଆକାଉଣ୍ଟ ହ୍ୟାକ୍‌ ହୋଇନି ତ ? କିନ୍ତୁ ମେଟାର ହ୍ୱାଟ୍ସଆପ୍‌ ସଠିକ ଭାବେ ଚାଲୁଛି।

Advertisment
Facebook Instagram Server Down
Advertisment
Advertisment