• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଟୁଇଟର ପରେ ଫେସ୍‌ବୁକ୍‌ର ପ୍ୟାରେଣ୍ଟ କଂପାନି ମେଟାରେ ବଡ଼ ଧରଣର ଛଟେଇ । ଟେକନୋଲଜି ପ୍ଲାଟଫର୍ମ ମେଟା କମ୍ପାନୀରୁ ବିଦା ହେବେ ୧୧ ହଜାରରୁ ଅଧିକ କର୍ମଚାରୀ । ରାଜସ୍ୱ ହ୍ରାସରୁ ଖର୍ଚ୍ଚକାଟ୍ କରିବା ପାଇଁ ମୋଟ ୧୩ ପ୍ରତିଶତ କର୍ମଚାରୀଙ୍କୁ ହଟାଇବାକୁ ମେଟାର ଚିଫ୍ ଏକଜୁକ୍ୟୁଟିଭ୍ ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି ।

ବିଗତ ୧୮ ବର୍ଷର କମ୍ପାନୀ ଇତିହାସରେ ମେଟା ପ୍ରଥମ ଥର ପାଇଁ ଏତେ ସଂଖ୍ୟାରେ କର୍ମଚାରୀଙ୍କୁ ଏଇବର୍ଷ ଚାକିରିରୁ ଛଟେଇ କରିବାକୁ ଯାଉଛି । ତେବେ ଏହି ନିଷ୍ପତ୍ତି ଅତି କଠୋର ଏବଂ କ୍ଷତିଗ୍ରସ୍ତ ହେବାକୁ ଯାଉଥିବା କର୍ମଚାରୀଙ୍କ ପାଇଁ ସେ ଅତ୍ୟନ୍ତ ଦୁଃଖିତ ବୋଲି ତାଙ୍କ ବ୍ଲଗ୍ ପୋଷ୍ଟରେ ସୂଚନା ଦେଇଛନ୍ତି ।

ମାର୍କ୍ ଜୁକରବର୍ଗ ଛଟେଇର କାରଣ ସମ୍ପର୍କରେ ଜୁକରବର୍ଗ କହିଛନ୍ତି ଯେ, କୋଭିଡ୍ ମହାମାରୀ ବେଳେ ଇ କମର୍ସ ଓ ୱେବ୍ ଟ୍ରାଫିକରେ ବୃଦ୍ଧି ତାଙ୍କ ବ୍ୟବସାୟ ପରିସରକୁ ଅଧିକ ବଢାଇବ ବୋଲି ଅାକଳନ କରାଯାଉଥିଲା । କିନ୍ତୁ ବଜାରରେ ପ୍ରତିଯୋଗିତା ଓ ଅର୍ଥନୀତିରେ ମାନ୍ଦାବସ୍ଥା ଏବଂ ବିଜ୍ଞାପନ ଆସିବା କମିଯିବା ହେତୁ ଆଶାତୀତ ଭାବେ ରାଜସ୍ୱ ହ୍ରାସ ପାଇଛି । ତେଣୁ ସେ ଏଭଳି ଭୁଲ ନିଷ୍ପତ୍ତି ନେବାକୁ ଯାଉଥିବା ଜୁକରବର୍ଗ ସ୍ପଷ୍ଟୀକରଣ ରଖିଛନ୍ତି ।