• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ୟକ୍ତିଗତ ବାର୍ତ୍ତାଳାପ ଶୁଣୁଛି ଆଲେକ୍ସା(Alexa device) । ମୋବାଇଲ୍‌ , ଟିଭି ପରି ଆଲେକ୍ସା ଯନ୍ତ୍ର ଏବେ ଘରେ ଘରେ ଦେଖିବାକୁ ମିଳୁଛି । ତେବେ ଏହି ଯନ୍ତ୍ର ଗୋପନୀୟତା ଉଲ୍ଲଂଘନ କରୁଥିବା ଚେତାବନୀ ଦେଇଛନ୍ତି ବିଶେଷଜ୍ଞ । ଏଥିପାଇଁ ଆଲେକ୍ସାକୁ ଘରର ଯେକୌଣସି କୋଣରେ ରଖିଲେ ମଧ୍ୟ ବେଡରୁମରୁ ଦୂରେଇ ରଖିବାକୁ ପରାମର୍ଶ ଦିଆଯାଇଛି ।

ନିର୍ଦ୍ଦେଶ ତଥା କମାଣ୍ଡ ଶୁଣିବା ପାଇଁ ଆଲେକ୍ସା ଡିଭାଇସ୍‌କୁ ଡିଜାଇନ୍ କରାଯାଇଛି । ଏହି ଯନ୍ତ୍ରକୁ ଆଦେଶ ଦେବା ମାତ୍ରେ ଆପଣଙ୍କ ପ୍ରିୟ ସଂଗୀତ ବାଜିଉଠେ । ଏଥିପାଇଁ କିଛି ଟାଇପ୍‌ କରିବାକୁ ପଡ଼େନି କିମ୍ବା ଡିଭାଇସ୍‌କୁ ଛୁଇଁବାକୁ ପଡ଼େନି । କମାଣ୍ଡ ଶୁଣିବା ମାତ୍ରେ ଖବର, ପାଣିପାଗ ସୂଚନା ଆଦି ଅତି ସହଜରେ ଦିଏ । ଏସବୁ ସୁବିଧା ଥିବା ସତ୍ତ୍ୱେ ସମ୍ମତି ବିନା ସର୍ବଦା ଆପଣଙ୍କର ବ୍ୟକ୍ତିଗତ ବାର୍ତ୍ତାଳାପ ଶୁଣୁଛି ଆଲେକ୍ସା ।

ଫକ୍ସ ନ୍ୟୁଜ୍ ରିପୋର୍ଟ ଅନୁସାରେ, ଆଲେକ୍ସା କିଣୁଥିବା ସମସ୍ତ ବ୍ୟକ୍ତି ଜାଣି ରଖିବା ଉଚିତ, ଆଲେକ୍ସା ଆପଣଙ୍କ ବ୍ୟକ୍ତିଗତ କଥାକୁ ରେକର୍ଡ କରୁଛି । ଏଥିପାଇଁ ଆଲେକ୍ସାକୁ ବେଡରୁମ୍‌ ଓ ବାଥରୁମ୍‌ ପରି ଅନ୍ତରଙ୍ଗ ସ୍ଥାନ ଠାରୁ ଦୂରେଇ ରଖିବାକୁ ପରାମର୍ଶ ଦିଆଯାଇଛି ।

ଆମାଜନର କର୍ମଚାରୀମାନେ ଆପଣଙ୍କ ବ୍ୟକ୍ତିଗତ ବାର୍ତ୍ତାଳାପ ଶୁଣିପାରନ୍ତ ବୋଲି ଫକ୍ସ ନ୍ୟୁଜ୍ ରିପୋର୍ଟରେ କୁହାଯାଇଛି । ଆଉ ଏକଥାକୁ ଆମାଜନ ସ୍ୱୀକାର ମଧ୍ୟ କରିଛି । ତେବେ କର୍ମଚାରୀମାନେ ଗବେଷଣା ଉଦ୍ଦେଶ୍ୟରେ ଆଲେକ୍ସା ମାଧ୍ୟମରେ କିଛି କିଛି ବାର୍ତ୍ତାଳାପ ଶୁଣନ୍ତି । ଆଲେକ୍ସା କର୍ମଚାରୀଙ୍କ ପ୍ରତ୍ୟେକ ସଦସ୍ୟ ପ୍ରତିଦିନ ୧୦୦୦ ଅଡିଓ କ୍ଲିପ୍ ସମୀକ୍ଷା କରନ୍ତି । କିଛି କର୍ମଚାରୀଙ୍କୁ ହିଁ ଏହାର ଆକ୍ସେସ୍‌ ଦିଆଯାଇଥାଏ । ହେଲେ ଏଥି ପ୍ରକ୍ରିୟାରେ କୌଣସି ବି ଗ୍ରାହକଙ୍କୁ ବ୍ୟକ୍ତିଗତ ଭାବରେ ଚିହ୍ନଟ କରାଯାଏ ନାହିଁ ।

ତେବେ ଆପଣ ଏସବୁକୁ ନାପସନ୍ଦ କରୁଥିଲେ ସେଟିଙ୍ଗକୁ ଯାଇ ଆଡଜଷ୍ଟ୍ କରି ରେକର୍ଡିଂ ଡିଭାଇସ୍ ବନ୍ଦ କରିପାରିବେ । ଫଳରେ ଆପଣଙ୍କୁ ଆଉ ଆଲେକ୍ସା ରେକର୍ଡ କରିପାରିବ ନାହିଁ । ଏଥିପାଇଁ ପ୍ରଥମେ ନିଜ ଫୋନରେ 'ଆଲେକ୍ସା' ଆପ୍ ଖୋଲନ୍ତୁ । ଆଉ ତା’ପରେ 'ସେଟିଂ'ରେ କ୍ଲିକ୍‌ କରନ୍ତୁ । ଏହାପରେ ' 'privacy', manage your Alexa data , how long to save recordings', 'don't save recordings' ଉପରେ କ୍ଲିକ୍‌ କରନ୍ତୁ, ତା’ପରେ କନଫର୍ମ ବଟନରେ କ୍ଲିକ୍‌ କରନ୍ତୁ । ଏସବୁ ପ୍ରକ୍ରିୟା ପରେ ଆଲେକ୍ସା ଆଉ ଆପଣଙ୍କୁ ରେକର୍ଡ କରିପାରିବ ନାହିଁ ।