/odishatv-khabar/media/post_attachments/uploadimage/library/16_9/16_9_0/Robot_1695821458.jpg)
Robot
ରୋବୋଟ କରୁଛି ଯୋଗ ଓ ସୂର୍ଯ୍ୟ ନମସ୍କାର । ଯାହାର ଭିଡିଓ ସେୟାର କରିଛନ୍ତି ଏଲନ ମସ୍କ । ଆପଣ ସମସ୍ତେ ଫିଲ୍ମରେ ରୋବୋଟ ଦେଖିଥିବେ। ରିଲ୍ ଲାଇଫରେ ରୋବୋଟ୍ ସାଧରଣ ମଣିଷ ପରି ସବୁ କାର୍ଯ୍ୟ କରୁଥିବା ମଧ୍ୟ ଜାଣିଥିବେ। ତେବେ ଆମେ ଆଜି କୌଣସି ଫିଲ୍ମ କଥା କହୁ ନାହୁଁ। ବରଂ ସତ ସତିକା ରୋବୋଟ କଥା କହୁଛୁ। ଯିଏ କି ମଣିଷ ପରି ସବୁ କାର୍ଯ୍ୟ କରୁଛି । ଘରକାମଠାରୁ ଆରମ୍ଭ କରି ଯୋଗ, ସୂର୍ଯ୍ୟ ନମସ୍କାର। ଏହା ଆପଣଙ୍କୁ ଆର୍ଶ୍ଚଯ୍ୟ ଲାଗୁଥାଇପାରେ। କିନ୍ତୁ ସତ । ଯାହାର ଭିଡିଓ ନିଜର ସୋସିଆଲ ମିଡିଆରେ ସେୟାର କରିଛନ୍ତି ଟେସଲାର ସିଇଓ ଏଲନ ମସ୍କ...
ମସ୍କଙ୍କ କମ୍ପାନୀ ଟେସଲା ହ୍ୟୁମାନୋଇଡ୍ ରୋବୋଟ୍ ଅପ୍ଟିମସର ଏହି ଭିଡିଓ ସେୟାର କରିଛି । ଏଥିରେ ରୋବୋଟ୍ ମଣିଷ ପରି ଅନେକ କାର୍ଯ୍ୟ କରୁଛି। ଘର କାମଠାରୁ ଆରମ୍ଭ କରି ସୂର୍ଯ୍ୟ ନମସ୍କାର ଓ ଯୋଗ ମଧ୍ୟ କରୁଛି । ସେୟାର ହୋଇଥିବା ଏହି ଭିଡିଓରେ ରୋବଟର ହାତ ଗୋଡ ଆପେ ଆପେ କାମ କରୁଥିବା ଦେଖିବାକୁ ମିଳୁଛି । ଭିଡିଓରେ ରୋବୋଟ୍ ବହୁତ ଫ୍ଲେକ୍ସିବୁଲ୍ ଥିବା ନଜର ଆସୁଛି । ଟେସଲା କାରର ଅଟୋ ପାଇଲଟ ସିଷ୍ଟମରେ ବ୍ୟବହାର ହୋଇଥିବା ଆର୍ଟିଫିସିଆଲ ଇଣ୍ଟଲେଜିନ୍ସୀ ଓ ସେନସର ମଧ୍ୟ ଏହି ରୋବୋଟରେ ବ୍ୟବହାର ହୋଇଛି ।
ରିପୋର୍ଟ ଅନୁସାରେ ଏହି ରୋବୋଟରେ ୨.୩ କିଲୋୱାଟର ବ୍ୟାଟେରୀ ରହିଛି। ଯାହା ପ୍ରାୟ ଗୋଟିଏ ଦିନ ଅନାବରତ କାର୍ଯ୍ୟ କରିବା ପାଇଁ ଉପଯୁକ୍ତ। ଏହା ଟେସଲାର ଚିପ୍ରେ ଚାଲିଥାଏ। ଏଥିରେ ୱାଇ-ଫାଇ ଓ LTE ସଂଯୋଗ ମଧ୍ୟ ରହିଛି । ତେବେ ଏହି ରୋବୋଟର ମୂଲ୍ୟ ୨୦ ହଜାର ଡଲାର ରହିଛି । କିଛି ରିପୋର୍ଟ ଏହା ମଧ୍ୟ କହିଛି କି ଏହି ରୋବୋଟକୁ ଭବିଷ୍ୟତରେ ସ୍ପେସ୍ ମିଶନରେ ମଧ୍ୟ ବ୍ୟବହାର କରାଯାଇପାରେ। ତେବେ ଟେସଲା ଏହି ହ୍ୟୁମାନୋଇଡ୍ ରୋବୋଟ୍କୁ ବହୁ ସଂଖ୍ୟାରେ ପ୍ରସ୍ତୁତ କରୁଛି ଯାହା ଦ୍ୱାରା ସମସ୍ତେ ଏହାର ଫାଇଦା ଉଠାଇ ପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)