Advertisment

ମସ୍କଙ୍କ ବଡ଼ ବୟାନ: ୨୦୨୬ ସୁଦ୍ଧା ମଣିଷଠୁ ଅଧିକ ବୁଦ୍ଧିମାନ ହେବ AI

ମଣିଷଠାରୁ ଅଧିକ ବୁଦ୍ଧିମାନ ହେବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଟେସଲାର ସିଇଓ ଏଲନ ମସ୍କଙ୍କ କହିବାନୁସାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ) ୨୦୨୬ ସୁଦ୍ଧା ସବୁଠାରୁ ବୁଦ୍ଧିମାନ ବ୍ୟକ୍ତିଠୁ ମଧ୍ୟ ଅଧିକ ବୁଦ୍ଧିମାନ ହୋଇଯାଇଥିବ।

ଅଦ୍ୟତନ ହୋଇଛି
AI will be smarter than humans

AI will be smarter than humans

Advertisment

Cଏକ ସାକ୍ଷାତକାରରେ ଏଲନ ମସ୍କ କହିଛନ୍ତି କି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଗାମୀ ବର୍ଷ କିମ୍ବା ୨୦୨୬ ଶେଷ ସୁଦ୍ଧା ବିଶ୍ବର ସବୁଠାରୁ ବୁଦ୍ଧିମାନ ବ୍ୟକ୍ତିଠୁ ମଧ୍ୟ ଅଧିକ ବୁଦ୍ଧିମାନ ହୋଇଯାଇଥିବ । ସେ ନିଜ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଷ୍ଟାର୍ଟଅପ୍ ଏକ୍ସଏଆଇ ଜରିଆରେ ଚାଟବୋଟ ଗ୍ରୋକକୁ ପ୍ରଶିକ୍ଷିତ କରିବାରେ ଆସୁଥିବା ଚାଲେଞ୍ଜ ଉପରେ ମଧ୍ୟ ଚର୍ଚ୍ଚା କରିଛନ୍ତି ।

Advertisment

ମସ୍କ ଆହୁରି କହିଛନ୍ତି ଯେ, ଆଡଭାନ୍ସ ଚିପର ଅଭାବ ଯୋଗୁଁ ଗ୍ରୋକର ଭର୍ସନ-୨ ମଡେଲର ଟ୍ରେନିଂରେ ସମସ୍ୟାର ସାମ୍ନା କରିବାକୁ ପଡିଛି । ଏମିତିରେ ଏଆଇକୁ ନେଇ ପୂର୍ବରୁ ମଧ୍ୟ ମସ୍କ ଅନେକ ଥର ମତ ଦେଇଥିଲେ କି ଏହା ଦିନେ ନା ଦିନେ ମଣିଷଠୁ ଆଗେଇଯିବ ।

ଅଧିକ ପଢ଼ନ୍ତୁ: ମସ୍କଙ୍କ ‘ନ୍ୟୁରାଲିଙ୍କ୍‌’ କମ୍ପାନୀର ବଡ଼ ଉପଲବ୍ଧି, ପ୍ରଥମ ଥର ମାନବ ମସ୍ତିଷ୍କରେ ଲଗାଇଲା ‘ଚିପ୍‌’

Advertisment

ମସ୍କ ପୂର୍ବରୁ ମଧ୍ୟ ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସଂସ୍ଥା ସହିତ ଜଡିତ ରହିଛନ୍ତି । ଡିସେମ୍ବର ୨୦୧୫ରେ ମସ୍କ ନିଜ ଏଆଇ ସ୍ଥାପନ କରିଥିଲେ । ଚାଟଜିପିଟିକୁ ପ୍ରସ୍ତୁତ କରିଥିବା କମ୍ପାନୀ ହେଉଛି ମସ୍କଙ୍କ ଓପନ ଏଆଇ । ତେବେ ପରେ କିଛି ସମସ୍ୟା ଯୋଗୁଁ ସେ ୨୦୧୮ରେ ଏହାକୁ ଛାଡି ଦେଇଥିଲେ । ବର୍ତ୍ତମାନ ଏଲନ ମସ୍କଙ୍କ କମ୍ପାନୀ ତାଲିକାରେ ୫ ବଡ କମ୍ପାନୀ ଯଥା ଟେସଲା ମୋଟର୍ସ, ସ୍ପେଶଏକ୍ସ, ନ୍ୟୁରାଲିଙ୍କ୍, ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ ଏବଂ ଦ ବୋରିଂ କମ୍ପାନୀ ସାମିଲ ରହିଛି ।

Elon Musk Artificial Intelligence AI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ