/odishatv-khabar/media/post_attachments/uploadimage/library/16_9/16_9_0/_BharOS__1674546825.jpg)
'BharOS'
ମୋବାଇଲରେ ଚାଲିବ ସ୍ୱଦେଶୀ ଅପରେଟିଂ ସିଷ୍ଟମ୍ । ଆଣ୍ଡ୍ରୋଏଡ୍, IOS ଭଳି ମୋବାଇଲ୍ ପାଇଁ ଆଉ ଏକ ଅପରେଟିଂ ସିଷ୍ଟମ୍ । ଆଇଆଇଟି ମାଡ୍ରାସ୍ ଦ୍ୱାରା ବିକଶିତ ହୋଇଛି BharOS , ଯାହା ସଂପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ । କେବଳ ମୋବାଇଲ୍ ନୁହେଁ କମ୍ପୁଟରରେ ବି ଏହା କାମ କରିପାରିବ । ଆଜି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମିଳିତ ଭାବେ ଏନେଇ ଆଇଆଇଟି ମାଡ୍ରାସରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ଛାତ୍ରଛାତ୍ରୀଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ ଏବେ ଆଗକୁ ଅନେକ ଚ୍ୟାଲେଞ୍ଜ ରହିଛି । ବିଶ୍ୱରେ ଥିବା କୋଟି କୋଟି ଲୋକଙ୍କ ପାଖରେ ପହଞ୍ଚିବାକୁ ହେଲେ ଏହାକୁ ଅଧିକ ଉନ୍ନତମାନର ପ୍ରସ୍ତୁତ କରିବାକୁ ହେବ ବୋଲି ବୈଷ୍ଣବ କହିଛନ୍ତି । ଏହାସହ BharOS ସହ ଆଉ ଏକ A ଯୋଡ଼ିବାକୁ ପରାମର୍ଶ ଦେଇଛନ୍ତି । ଯାହାଦ୍ୱାରା ଏହାଲୋକଙ୍କ ପାଖରେ BHAROSA ଭାବେ ପରିଚିତ ହେବ ବୋଲି ସେ ଦୋହରାଇଛନ୍ତି ।
ଅଧିକ ପଢ଼ନ୍ତୁ: କେଇ ଘଣ୍ଟାରେ ଛିଡ଼ା ହେବ ବିଳାସପୂର୍ଣ୍ଣ ଘର, ଖର୍ଚ୍ଚ ବି କମ୍ ! ଦେଖନ୍ତୁ ଭିଡିଓ...
BharOS ଏବେ ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ମୋବାଇଲରେ ପ୍ରୟୋଗ କରାଯିବ । ଫାଷ୍ଟେସ୍ ଅପରେଟିଂ ସହ ଗ୍ରାହକଙ୍କୁ ମୋବାଇଲ୍ ବ୍ୟବହାର ବେଳେ ଅଧିକ ସୁବିଧା ମିଳିବା ଦାବି ହେଉଛି । ତାସହ ବଜାରରେ ଉପଲବ୍ଧ ଥିବା ଅପରେଟିଂ ସିଷ୍ଟମରେ ଥିବା ଅନେକ ସମସ୍ୟାକୁ BharOS ଦୂର କରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)